ଜାନୁଆରୀ ୧୬ ତାରିଖ, ଗୁରୁବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | January 16, 2020 IST

ମେଷ – କର୍ମ କ୍ଷେତ୍ରରେ ସୁନାମ ଅର୍ଜନ କରିବେ। ବାଣିଜ୍ୟ କ୍ଷେତ୍ରରେ ଉନ୍ନତି ହେବ। ବିବାଦରେ ଜିତାପଟ ନେବେ। ବହୁ ଦିନରୁ କରୁଥିବା କାର୍ଯ୍ୟରେ ଉନ୍ନତି ହୋଇପାରେ। ମହିଳାମାନେ ପୂଜା ପାଠରେ ମନ ଦେବେ। ଶୁଭ ରଙ୍ଗ ୟେଲୋ। ଶୁଭ ଅଙ୍କ ୧।

ବୃଷ – ପୂର୍ବରୁ ଥିବା କାର୍ଯ୍ୟ ସାଧିତ ହେବ। ବାଣିଜ୍ୟ କ୍ଷେତ୍ରରେ ଉନ୍ନତି ହୋଇ ନ ପାରେ। ପ୍ରଶାସନିକ କ୍ଷେତ୍ରରେ ସଫଳତା ପାଇବେ। ପରିବହନ ପ୍ରକାଶନ ଦିଗରେ ସଫଳତା ପାଇବେ। ଶୁଭ ରଙ୍ଗ ନୀଳ। ଶୁଭ ଅଙ୍କ ୫।

ମିଥୁନ – ଉଦଯୋଗ ସିଦ୍ଧି ହେବ। ଆର୍ôଥକ କ୍ଷେତ୍ରରେ ଉନ୍ନତି ହୋଇପାରେ। ନିଜ ଖର୍ଚ୍ଚରୁ କିଛି ଗରିବଙ୍କୁ ଦେବେ। ପାରିବାରିକ କ୍ଷେତ୍ରରେ ଉନ୍ନତି ହେବ ଏବଂ ପାରିବାରିକ କ୍ଷେତ୍ରରେ ସଫଳତା ପାଇବେ। ଶୁଭ ରଙ୍ଗ ଧୂସର। ଶୁଭ ଅଙ୍କ ୮।

କର୍କଟ – ସତ୍ୟ ଧର୍ମ ଦୟା ନୀତିରେ ଚାଲିବେ। ବାଣିଜ୍ୟ କ୍ଷେତ୍ରରେ ସଫଳତା ପାଇବେ। ପ୍ରାକୃତିକ ଦୃଶ୍ୟ ଉପଭୋଗ କରିବେ। ପଡୋଶୀମାନଙ୍କ ସହିତ ସୁସମ୍ପର୍କ ସ୍ଥାପନ ହେବ। ଶୁଭ ରଙ୍ଗ ମେରୁନ୍। ଶୁଭ ଅଙ୍କ ୩।

ସିଂହ – ଚାକିରୀ କ୍ଷେତ୍ରରେ ସଫଳତା ପାଇବେ। ବ୍ୟବସାୟରେ ଉନ୍ନତି ହେବ। ଉଜ୍ଜ୍ୱଳ ଭବିଷ୍ୟତ ପରିକଳ୍ପନା କରିବେ। ପରିବହନ, ପ୍ରକାଶନ କ୍ଷେତ୍ରରେ ସଫଳତା ପାଇପାରନ୍ତି। ଶୁଭ ରଙ୍ଗ ଲାଲ୍। ଶୁଭ ଅଙ୍କ ୮।

କନ୍ୟା – ପାରିବାରିକ କ୍ଷେତ୍ରରେ ସଫଳତା ପାଇପାରନ୍ତି। ପାରିବାରିକ କ୍ଷେତ୍ରରେ ସଫଳତା ପାଇବେ। ପଡୋଶୀମାନଙ୍କ ସହିତ ସୁସମ୍ପର୍କ ସ୍ଥାପନ ହେବ। ନୂତନ ଦ୍ରବ୍ୟ ପ୍ରାପ୍ତି ହେବ। ଚାକିରି କ୍ଷେତ୍ରରେ ସଫଳତା ପାଇବେ। ଶୁଭ ରଙ୍ଗ ୟେଲୋ। ଶୁଭ ଅଙ୍କ ୬।

ତୁଳା – ନୂତନ ଦ୍ରବ୍ୟ ଲାଭ ହେବ। ବ୍ୟବସାୟରେ ଉନ୍ନତି ହେବ। ପରିବହନ, ପ୍ରକାଶନ ଦିଗରେ ଅସଫଳତା ପାଇବେ। ସମସ୍ତ ଶକ୍ତି, ସାମର୍ଥ୍ୟ ପ୍ରୟୋଗ କରି କର୍ମ କ୍ଷେତ୍ରରେ ସଫଳ ହେବେ। ଶୁଭ ରଙ୍ଗ ପିଙ୍କ୍। ଶୁଭ ଅଙ୍କ ୨।

ବିଛା – ଘର କାମରେ ସଫଳତା ପାଇବେ। ନୂତନ ଦ୍ରବ୍ୟ ଲାଭ ହୋଇପାରେ। ସହିତ୍ୟ, କଳା, ସଂସ୍କୃତି କ୍ଷେତ୍ରରେ ସଫଳ ହୋଇପାରନ୍ତି। ବନ୍ଧୁ ମିଳନ ହୋଇପାରେ। ପରିବାରରେ ସୁଖ ଶାନ୍ତି ବଜାୟ ରହିବ। ଶୁଭ ରଙ୍ଗ ନୀଳ। ଶୁଭ ଅଙ୍କ ୪।

ଧନୁ – ପାରିବାରିକ କ୍ଷେତ୍ରରେ ଉନ୍ନତି ସହ ନୂତନ ଦ୍ରବ୍ୟ ଲାଭ ହେବ। ବୈଜ୍ଞାନିକ ପଥକୁ ଅନୁକରଣ କରିବେ। ଉଜ୍ଜ୍ୱଳ ଭବିଷ୍ୟତ କଳ୍ପନା କରିବେ। ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବ। ଶୁଭ ରଙ୍ଗ କ୍ରୀମ୍। ଶୁଭ ଅଙ୍କ ୯।

ମକର – କର୍ମ କ୍ଷେତ୍ରରେ ଥିବା ସମସ୍ୟା ଦୂର ହେବ। ବାଣିଜ୍ୟ ବ୍ୟବସାୟରେ ଉନ୍ନତି ହେବ ନାହିଁ। କୃଷ୍ଣ ପଦାର୍ଥ ପ୍ରାପ୍ତି ହୋଇପାରେ। ବନ୍ଧୁମାନଙ୍କ ସହିତ ମିଳନ ହୋଇପାରେ। କେତେକ କାମରେ ବ୍ୟସ୍ତ ରହିବେ। ଶୁଭ ରଙ୍ଗ ଧଳା। ଶୁଭ ଅଙ୍କ ୫।

କୁମ୍ଭ  – ଉଦଯୋଗ ସିଦ୍ଧି ଏବଂ ବ୍ୟବସାୟରେ ଉନ୍ନତି ହେବ। ବିବାଦରେ ଜିତାପଟ ନେବେ। ପାରିବାରିକ କ୍ଷେତ୍ରରେ ସଫଳତା ପାଇବେ। ନୂତନ ଦ୍ରବ୍ୟ ଲାଭ ହୋଇପାରେ। ଶୁଭ ରଙ୍ଗ ଧୂସର। ଶୁଭ ଅଙ୍କ ୩।

ମୀନ – ନୂତନ ମାର୍ଗର ସନ୍ଧାନ ପାଇବେ। ବ୍ୟବସାୟରେ ଉନ୍ନତି ହେବ। ସାହିତ୍ୟ,କଳା, ସଂସ୍କୃତି, ସଂଗୀତ କ୍ଷେତ୍ରରେ ଉନ୍ନତି କରିବେ। ନୂତନ ଯାଗାବାଡି ଲାଭ ହେବ। ଦୂର ସ୍ଥାନରୁ ଶୁଭ ଖବର ପାଇବେ। ଶୁଭ ରଙ୍ଗ ବ୍ରାଉନ୍। ଶୁଭ ଅଙ୍କ ୨।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.