ଜାନୁଆରୀ ୧୪ ତାରିଖ, ମଙ୍ଗଳବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | January 14, 2020 IST

ମେଷ – ବ୍ୟବସାୟ ଓ ଚାକିରିରେ ଉଚ୍ଚ ଅଧିକାରୀଙ୍କ ସହ ଯୋଗ ମିଳିବ । ଆପଣଙ୍କ ପ୍ରତିଭା ଅନ୍ୟମାନଙ୍କୁ ପ୍ରେରଣା ଦେବ । ଘରୋଇ ବାତାବରଣ ଶାନ୍ତିପୂର୍ଣ୍ଣ ରହିବ । ଶୁଭ ରଙ୍ଗ ମେରୁନ୍‌ । ଶୁଭ ଅଙ୍କ ୩ ।

ବୃଷ – ମାନସିକ ଓ ଶାରୀରିକ ଦୃଷ୍ଟିରୁ ସୁସ୍ଥ ରହିବେ । କାର୍ଯ୍ୟାଳୟରେ ଅନ୍ୟମାନଙ୍କ ସହିତ ତାଳମେଳ ରହିବ । ବ୍ୟବସାୟରେ ବନ୍ଧୁମାନଙ୍କ ସାହାର୍ଯ୍ୟ ମିଳିବ । ଶୁଭ ରଙ୍ଗ ପିଙ୍କ୍‌ । ଶୁଭ ଅଙ୍କ ୭ ।

ମିଥୁନ – ମନରେ ପ୍ରେମ ଓ ଆବେଗ ଭରି ରହିବ । ଅଭିନୟ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିଙ୍କୁ ଲାଭ ମିଳିବ । ବ୍ୟବସାୟ ସଂପର୍କରେ ଭଲ ଖବର ପାଇବେ । ଶୁଭ ରଙ୍ଗ କ୍ରୀମ୍‌ । ଶୁଭ ଅଙ୍କ ୧ ।

କର୍କଟ – ବଡମାନଙ୍କ ସହ ଯୋଗରେ ଆଶା ପୂରଣ ହେବ । ପ୍ରତିଷ୍ଠା ବଢିବ ଓ ଉପହାର ମିଳିପାରେ । ଭୂସଂପତ୍ତି କିଣିବା ଲାଗି ଦିନଟି ଭଲ ରହିବ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୮ ।

ସିଂହ – ନୂଆ କାର୍ଯ୍ୟକୁ ନେଇ ଯୋଜନା ପ୍ରସ୍ତୁତ କରିବେ । ପାରିବାରିକ ବନ୍ଧୁଙ୍କ ଠାରୁ ସାହାର୍ଯ୍ୟ ମିଳିବ । ଓକିଲଙ୍କ ପାଇଁ ଦିନଟି ଲାଭ ଦାୟକ ହୋଇପାରେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୬ ।

କନ୍ୟା – ଈଶ୍ୱରଙ୍କ ଆରାଧନାରେ ଦିନ ବିତିବ । ବ୍ୟବସାୟୀଙ୍କୁ ଧନ ଲାଭର ସୁଯୋଗ ହେବ । ପାରିବାରିକ ଜୀବନରେ ସୁଖୀ ରହିବେ । ଶୁଭ ରଙ୍ଗ ବ୍ରାଉନ୍‌ । ଶୁଭ ଅଙ୍କ ୫ ।

ତୁଳା – ବ୍ୟବସାୟ ପାଇଁ ନୂଆ ପ୍ରସ୍ତାବ ଉପରେ ବିଚାର କରିବେ । ଛାତ୍ରଙ୍କ ଲାଗି ଦିନଟି ଅନୁକୂଳ ରହିପାରେ । ସାବଧାନତାର ସହ ଗାଡି ଚଳାନ୍ତୁ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୨ ।

ବିଛା – ଦିନଟି ଉତ୍ସାହପୂର୍ଣ୍ଣ ରହିବ । ପରିଶ୍ରମର ସୁଫଳ ମିଳିବ । ରାଜନୀତିରେ ବଡ ଓ ପ୍ରତିଷ୍ଠିତ ଲୋକଙ୍କ ସହିତ ସାକ୍ଷାତ୍‌- ଆଲୋଚନା ହେବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୬ ।

ଧନୁ – ସୁଖ ଓ ସୌଭଗ୍ୟ ବୃଦ୍ଧି ହେବ । କର୍ମଜୀବୀମାନଙ୍କୁ ଉପରିସ୍ଥ ଅଧିକାରୀଙ୍କ ସହ ଯୋଗ ମିଳିବ । ସ୍ଥଗିତ କାମ ପୂରା ହେବ । ବ୍ୟବସାୟରେ କ୍ଷତି ହେବ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୪ ।

ମକର – କିଛି ନୂଆ କରିବା ଲାଗି ଚିନ୍ତା କରିବେ । ବ୍ୟବସାୟୀଙ୍କ ଲାଗି ଦିିନଟି ଲାଭ ପ୍ରଦ ହେବ । ପ୍ରେମ ଆଳାପରେ ସତେଜତା ଅନୁଭବ କରିବେ । ଶୁଭ ରଙ୍ଗ ଲାଲ୍‌ । ଶୁଭ ଅଙ୍କ ୭ ।

କୁମ୍ଭ – ଦିନଟି ଉତ୍ତମ ରହିବ । ବ୍ୟକ୍ତିତ୍ୱର ବିକାଶ ହେବ । ଚାକିରି ସମ୍ବନ୍ଧିତ ମନୋକାମନା ପୂରା ହେବ । ବ୍ୟବସାୟର ସାମାନ୍ୟ ପରିବର୍ତ୍ତନରେ ଲାଭ ପାଇବେ । ଶୁଭ ରଙ୍ଗ କ୍ରୀମ୍‌ । ଶୁଭ ଅଙ୍କ ୯ ।

ମୀନ – କୌଣସି ଖବର ପାଇ ମନ ବିଚଳିତ ହୋଇପାରେ । ଅର୍ଥ ନେଣେଦେଣ ବ୍ୟାପାରରେ ସାବଧାନ ରହନ୍ତୁ । ଭାଗିଦାରି କାରବାରରେ ଅର୍ଥ ନିବେଶ କରନ୍ତୁ ନାହିଁ । ଶୁଭ ରଙ୍ଗ ଲାଲ୍‌ । ଶୁଭ ଅଙ୍କ ୨ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.