ଜାନୁଆରୀ ୧୦ ତାରିଖ, ଶୁକ୍ରବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | January 10, 2020 IST

ମେଷ – କିଛି ନୂଆ କରିବାର ଭାବନା ମନରେ ଆସିବ । ଚାକିରିରେ କର୍ତ୍ତୃତ୍ୱ ବଢିବ । ଧନ ପ୍ରାପ୍ତିର ଯୋଗ ଅଛି । ପ୍ରେମରେ ସଫଳତା ମିଳିବ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୬ ।

ବୃଷ – ସମାଜରେ ଆପଣଙ୍କର ସ୍ଥିତି ଭଲ ରହିବ । ପୁରୁଣା ବନ୍ଧୁଙ୍କ ସହିତ ସାକ୍ଷାତ୍- ଆଲୋଚନା ହେବ । ଧନ ଲାଭର ନୂଆ ରାସ୍ତା ଖୋଲିବ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୨ ।

ମିଥୁନ – ଭାବପ୍ରବଣ ରହିବେ । ଅନ୍ୟମାନଙ୍କ କଥା ଶୁଣନ୍ତୁ, କିନ୍ତୁ ନିଜ ବୁଦ୍ଧି ଓ ବିବେକ ଅନୁସାରେ କାମ କରନ୍ତୁ । ବ୍ୟବସାୟିକ କାମରେ ଦୂର ଯାତ୍ରା କରିବେ । ଭାବିଚିନ୍ତି ଖର୍ଚ୍ଚ କରନ୍ତୁ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୮ ।

କର୍କଟ – ବ୍ୟବସାୟର ନୂଆ ଦିଗ ମିଳିବ । କାମ ପାଇଁ ଅଫିସରେ ପ୍ରଶଂସିତ ହେବେ । ସାମାଜିକ କାର୍ଯ୍ୟରେ ସହଭାଗିତା କରିବାର ସୁଯୋଗ ମିଳିବ । ଆର୍ଥିକ ସ୍ଥିତି ସୁଧୁରିବ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୬ ।

ସିଂହ – ପୂଜାପାଠରେ ସମୟ ବିତିବ । ଅର୍ଥ ସମ୍ବନ୍ଧିତ କୌଣସି ବଡ ମାମଲା ସମାଧାନ ହେବ । ଭାଗିଦାରି କାରବାରରେ ସୁଫଳ ମିଳିବ । ସନ୍ତାନଙ୍କ ଦାୟିତ୍ୱ ପୂରା କରିବେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୧ ।

କନ୍ୟା – ଗରିବଙ୍କୁ ସାହାର୍ଯ୍ୟ କରିବେ । ବ୍ୟବସାୟୀଙ୍କ ଲାଗି ଦିନଟି ଭଲ । ବେକାରଙ୍କୁ ରୋଜଗାରର ସୁଯୋଗ ମିଳିବ । ପାରିବାରିକ ଜୀବନ ସୁଖମୟ ରହିବ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୫ ।

ତୁଳା – ଆପଣଙ୍କ ସକାରାତ୍ମକ ବ୍ୟବହାର ଅନ୍ୟମାନଙ୍କୁ ପ୍ରଭାବିତ କରିବ । ଘରକୁ କୌଣସି ସଂପର୍କିୟ ଶୁଭ ଖବର ନେଇ ଆସିପାରନ୍ତି । ବେପାରରେ ଉନ୍ନତି ହେବ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୩ ।

ବିଛା – ଅନ୍ୟ ସହରରେ ବ୍ୟବସାୟ ବଢାଇବେ । ଗଣମାଧ୍ୟମ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ଲାଗି ଦିନଟି ଭଲ । ପ୍ରେମରେ ସଫଳତା ମିଳିବ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୨ ।

ଧନୁ – ଆପଣଙ୍କ ଦୃଷ୍ଟି କୋଣ ପ୍ରଗତିଶୀଳ ରହିବ । ବ୍ୟବସାୟର ବିସ୍ତାର ଲାଗି ନୂଆ ଯୋଜନା ପ୍ରସ୍ତୁତ କରିବେ । ଅଫିସରେ ଆପଣଙ୍କ କାମକୁ ପ୍ରଶଂସା ମିଳିବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୭ ।

ମକର – ମନ ପ୍ରସନ୍ନ ରହିବ । ପାରିବାରିକ ବନ୍ଧୁଙ୍କ ସହିତ ସାକ୍ଷାତ୍-ଆଲୋଚନା ହେବ । କୌଣସି ବଡ କଂପାନିର ଚାକିରି ଲାଗି ପ୍ରସ୍ତାବ ମିଳିବ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୪ ।

କୁମ୍ଭ – କୌଣସି ଦୃଷ୍ଟିରୁ ଦିନଟି ମହତ୍ତ୍ୱପୂର୍ଣ୍ଣ ରହିପାରେ । ଧନ ସମ୍ବନ୍ଧୀୟ ମାମଲାର ସମାଧାନ ହେବ । ନିର୍ମାଣ କାର୍ଯ୍ୟ ଲାଗି ଯୋଜନା କରିବେ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୨ ।

ମୀନ – ସବୁ କାମ ସହଜରେ ପୂରା ହୋଇଯିବ । କର୍ମଜୀବୀ ମହିଳାଙ୍କ ଲାଗି କାର୍ଯ୍ୟାଳୟ ପରିସର ଅନୁକୂଳ ରହିବ । ପାରିବାରିକ ଜୀବନରେ ସୁଖୀ ରହିବେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୯ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.