Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ଜାନୁଆରୀ ୯ ତାରିଖ, ଗୁରୁବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

9/01/2020 at 6:46 AM

ମେଷ – ଧନବାନ୍୍ ହେବେ । ଗୁଣଜ୍ଞ ଓ ସୌଭାଗ୍ୟ ସମ୍ପନ୍ନ ହୋଇପାରନ୍ତି । ଉପାର୍ଜନ ଉଣା ହେବ ନାହିଁ । ବଳିଷ୍ଠ ଓ ଆକର୍ଷଣୀୟ ସ୍ୱାସ୍ଥ୍ୟ ସମ୍ପଦଯୁକ୍ତ ହେବ । ସାମାନ୍ୟ କ୍ଳେଶ ଅନୁଭବ କରିପାରନ୍ତି । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୭ ।
ବୃଷ – ବ୍ୟୟ ବୃଦ୍ଧିର ସୂଚନା ମିଳୁଛି । କାର୍ଯ୍ୟରେ ମାନ୍ଦାବସ୍ଥା ଲାଗି ରହିବ । ଧର୍ମ-କର୍ମ ସଂପାଦନ କରିପାରନ୍ତି । ଦେବ, ଗୁର, ଦ୍ୱିଜଭକ୍ତି ଏବଂ ପତ୍ନୀଙ୍କ ସ୍ୱାସ୍ଥ୍ୟ ନେଇ ଚିନ୍ତିତ ହୋଇପାରନ୍ତି । ଶୁଭ ରଙ୍ଗ କଳା । ଶୁଭ ଅଙ୍କ ୩ ।
ମିଥୁନ – ଆୟ ପରିମାଣ ବୃଦ୍ଧି ପାଇବ । ସତ୍କର୍ମରେ ସ୍ୱଇଚ୍ଛାରେ ବ୍ୟୟ କରିପାରନ୍ତି । ଆରୋଗ୍ୟ ହେବେ । ଆର୍ଥିକ ସ୍ଥିତି ସୁଦୃଢ ରହିବ । ବ୍ୟବସାୟ ଲାଭଜନକ ହେବ । ମାନ୍ୟତା ପ୍ରାପ୍ତ ହୋଇପାରନ୍ତି । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୫ ।
କର୍କଟ – କାର୍ଯ୍ୟରେ ସଫଳତା ଲାଭ କରିବେ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ସୁମିଷ୍ଟ ଭୋଜନରୁ ତୃପ୍ତି ମିଳିବ । ମାତୃ ଧନ ପ୍ରାପ୍ତିର ସୂଚନା ମିଳୁଛି । ଗୃହ ପରିବେଶ ପ୍ରଦୂଷଣମୁକ୍ତ ରହିବ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୧ ।

ସିଂହ – ପରୋପକାରୀ ହେବେ । ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ଆନନ୍ଦ-ଉତ୍ସବ ଲାଗି ରହିବ । କୌଶଳ ପ୍ରୟୋଗ କରି କାର୍ଯ୍ୟ ହାସଲ କରିପାରନ୍ତି । ସର୍ବାଙ୍ଗୀଣ ଉନ୍ନତି ହେବ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୭ ।

କନ୍ୟା – ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଚୌର ଭୟ ରହିଛି । ଶତ୍ରୁ ଦାଉ ସାଧିବାକୁ ଚେଷ୍ଟା କରିବେ । ଚିତ୍ତ ଅସ୍ଥିର ରହିପାରେ । ଦାତା, ଭୋକ୍ତା, ଗୁଣବାନ୍, ଧନୀ ଓ ମାନୀ ହୋଇପାରନ୍ତି । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୪ ।
ତୁଳା – ବନ୍ଧୁ ମିଳନ ଘଟିବାର ସୁଯୋଗ ସୃଷ୍ଟି ହୋଇଛି । ବୃଦ୍ଧି ଚାଳନା କରି କାର୍ଯ୍ୟ ହାସଲ କରିବେ । ନୈତିକତା ବୃଦ୍ଧି ହେବ । ଗୁଣବତୀ ପତ୍ନୀର ସହାୟତା ମିଳିବ । ବିବିଧ ଧନଯୁକ୍ତ ହେବେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୬ ।
ବିଛା – ଆନନ୍ଦ ଉଲ୍ଲାସରେ ସମୟ ବିତାଇ ପାରନ୍ତି । ସତ୍କର୍ମରେ ବ୍ୟୟ କରିବେ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଶତ୍ରୁ ବିନାଶ କରିପାରନ୍ତି । ହର୍ଷଯୁକ୍ତ, ବିଶୁଦ୍ଧ ଭାଷୀ, ଧନଶାଳୀ ଓ ମୂଲ୍ୟବାନ ମୁକ୍ତା,ଧାତୁ ପ୍ରାପ୍ତ ହେବେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୩ ।
ଧନୁ – ଦୁଃସାହସିକ ପଦକ୍ଷେପ ନେଇ କାର୍ଯ୍ୟ କରିବେ । ଦେବ ଦର୍ଶନର ସୁଯୋଗ ଅଛି । କର୍ମ କୁଶଳତା ପ୍ରକାଶ ପାଇବ । ଆତ୍ମ ସନ୍ତୋଷ ଲାଭ କରିବେ । ଚିନ୍ତାଧାରା ଉନ୍ନତମାନର ହେବ । ବିଭିନ୍ନ କ୍ଷେତ୍ରରେ ପ୍ରଶଂସିତ ହେବେ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୯ ।
ମକର – ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ମିଳିବ । ସମସ୍ୟା ଦେଖା ଦେବ । ବ୍ୟୟ ବୃଦ୍ଧିର ସୂଚନା ମିଳୁଛି । କୃଷିକାର୍ଯ୍ୟ ଉପରେ ଧ୍ୟାନ ଦେବେ । ସୁଖ ଭୋଗ କରିପାରନ୍ତି । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୨ ।
କୁମ୍ଭ – ସାମୟିକ ଭାବେ ଧୈର୍ଯ୍ୟ ହାନି ଘଟିପାରେ । ଧନ ପ୍ରାପ୍ତିର ସୁଯୋଗ ଅଛି । ପାରିବାରିକ ସୁଖ ମଳିବ । ସକଳ ଗୁଣଯୁକ୍ତ, ସୁଖୀ ଓ କାବ୍ୟଶାସ୍ତ୍ରାନୁରକ୍ତ ହୋଇପାରନ୍ତି । ଦାନୀ ଓ ସର୍ବକଳାରେ ଦକ୍ଷ ହେବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୮ ।
ମୀନ – କାର୍ଯ୍ୟ ହାସଲ ପାଇଁ ପ୍ରତୀକ୍ଷା କରିବାକୁ ପଡିବ । ଅର୍ଥ ଲାଭର ସୂଚନା ମିଳୁଛି । ମିତ୍ରତା ବୃଦ୍ଧି ହେବ । ବିଭିନ୍ନ ଦିଗରୁ ଧନାଗମ ଓ ଚଞ୍ଚଳମନା ହେବେ । ନୀତିଜ୍ଞ ହୋଇପାରନ୍ତି । ଶୁଭ ରଙ୍ଗ କଳା । ଶୁଭ ଅଙ୍କ ୮ ।

   Related Posts