ଜାନୁଆରୀ ୭ ତାରିଖ, ମଙ୍ଗଳବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | January 07, 2020 IST

ମେଷ – ଶ୍ରୀଚନ୍ଦ୍ର ଭୋଗ ହେତୁ ମିଷ୍ଟାନ୍ନ ଭୋଜନ ପାଇ ଆତ୍ମତୃପ୍ତି ଲାଭ କରିବେ। ବଳଶାଳୀ ଓ ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି। ଯୁଦ୍ଧକ୍ଷେତ୍ରରେ ପାରଙ୍ଗମ ହେବେ। ଘାତଚନ୍ଦ୍ର ଯୋଗୁଁ ସତର୍କ ରହିବେ। ଶୁଭ ରଙ୍ଗ ପିଙ୍କ୍। ଶୁଭ ଅଙ୍କ ୨।

ବୃଷ – ପଥରୋଧର ସମ୍ମୁଖୀନ ହୋଇପାରନ୍ତି। ଥଣ୍ଡା-କଫ ଜନିତ ସାମାନ୍ୟ ପୀଡା ଅନୁଭବ କରିବେ। ଚଞ୍ଚଳ ସ୍ୱଭାବର ହେବେ। ଏକାନ୍ତ ପ୍ରିୟ ନେତ୍ରରୋଗୀ ଓ ମଧୁରଭାଷୀ ହେବେ। ସାହସିକ କାର୍ଯ୍ୟ କରିବେ। ଶୁଭ ରଙ୍ଗ ଗାଢ ଗ୍ରୀନ୍। ଶୁଭ ଅଙ୍କ ୪।

ମିଥୁନ – ମୂଲ୍ୟବାନ୍ ଦ୍ରବ୍ୟ ପ୍ରାପ୍ତ ହେବ। ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି। ଯଶସ୍ୱୀ ହେବେ। ଲୋକପ୍ରିୟତା ଅର୍ଜନ କରିାପାରନ୍ତି। ଚଞ୍ଚଳ ପ୍ରକୃତି ପାଇଁ ସରକାରୀ ସ୍ତରରେ ସମ୍ମାନିତ ହୋଇପାରନ୍ତି। ଶୁଭ ରଙ୍ଗ ଲାଲ୍। ଶୁଭ ଅଙ୍କ ୯।

କର୍କଟ – ସାରା ଦିନ କାର୍ଯ୍ୟ ବ୍ୟସ୍ତ ହେବେ। ମନ ପ୍ରସନ୍ନ ରହିବ। ପାରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ। ବ୍ୟବସାୟ ଲାଭଜନକ ଓ ଶ୍ରମ ସାର୍ଥକ ହେବ। ପରିବାର ପ୍ରତି ସ୍ନେହ-ଶ୍ରଦ୍ଧା ରହିବ। ଶୁଭ ରଙ୍ଗ ଧଳା। ଶୁଭ ଅଙ୍କ ୬।

ସିଂହ – ସୌଜନ୍ୟତା ପ୍ରକାଶ କରିପାରନ୍ତି। ଭାଗ୍ୟଶାଳୀ ହେବେ। ଦିନଟି ଭୋଗ-ବିଳାସରେ ଅତିବାହିତ କରିପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସାହସୀ,ବିଦ୍ୱାନ ଓ ସମ୍ପତ୍ତିବାନ୍ ହୋଇପାରିବେ। ଶୁଭ ରଙ୍ଗ ଲାଲ୍। ଶୁଭ ଅଙ୍କ ୩।

କନ୍ୟା – ସୁଖ ମିଳିବା କଷ୍ଟ ସାଧ୍ୟ ହେବ। ଈର୍ଷାପରାୟଣ ହେବାକୁ ବାଧ୍ୟ ହେବେ। ସ୍ୱାଭିମାନୀ ହୋଇପାରନ୍ତି। ଶାରିରୀକ ଦୁର୍ବଳତା ଅନୁଭବ କରିବେ। ଭାଗୁଆଳୀ ବ୍ୟବସାୟ ଲାଭଜନକ ହେବ। ଶୁଭ ରଙ୍ଗ ନାରଙ୍ଗୀ। ଶୁଭ ଅଙ୍କ ୪।

ତୁଳା – ମିତ୍ର ଲାଭ ସୂଚନା ମିଳୁଛି। ବ୍ୟବସାୟ ଲାଭଜନକ ହେବ। ସମାଜ ସେବା ପ୍ରତି ମନ ବଳାଇପାରନ୍ତି। ବେଳେ ବେଳେ ମନରେ ଅହଂଭାବ ଆସିପାରେ। ଶାନ୍ତ ଓ ଧୈର୍ଯ୍ୟବାନ୍ ହୋଇପାରନ୍ତି। ଶୁଭ ରଙ୍ଗ ପିଚ୍। ଶୁଭ ଅଙ୍କ ୧।

ବିଛା – ମନରେ ଗର୍ବଭାବ ସୃଷ୍ଟି ହୋଇପାରେ। ଭାଇମାନଙ୍କ ଉପରେ ସ୍ନେହଭାବ ରହିବ। ଚକ୍ଷୁରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିପାରନ୍ତି। ଶରୀର ଅସୁସ୍ଥ ରହିବ। ଚାକିରି କ୍ଷେତ୍ରରେ ସୁନାମ ଅର୍ଜନ କରିବେ। ଶୁଭ ରଙ୍ଗ ମେରୁନ୍। ଶୁଭ ଅଙ୍କ ୫।

ଧନୁ – ପଢା-ଲେଖା ପ୍ରତି ଆଗ୍ରହ ପ୍ରକାଶ କରିପାରନ୍ତି। ଚଞ୍ଚଳ ପ୍ରକୃତିର ହେବେ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ଲଟେରି ବା ଜୁଆ ଖେଳର ଭାଗ୍ୟ ପରୀକ୍ଷାରେ ଉର୍ତ୍ତୀର୍ଣ୍ଣ ହେବେ ନାହିଁ। ଶୁଭ ରଙ୍ଗ କ୍ରୀମ୍। ଶୁଭ ଅଙ୍କ ୭।

ମକର – ଉଦାର ପ୍ରକୃତି ହୋଇପାରନ୍ତି। ଦାମ-ଧର୍ମକୁ ଶ୍ରେୟ ମଣିବେ। ସୁଖି ହେବେ। ଶୋଭନ ବ୍ୟକ୍ତିତ୍ୱର ଅଧିକାରୀ ହୋଇପାରନ୍ତି। କୃଷି କର୍ମକାରୀ ହୋଇପାରନ୍ତି। ଜଳପ୍ରତି ଆଦରପ୍ରେମୀ ଓ ବୁଦ୍ଧିମାନ୍ ହେବେ। ଶୁଭ ରଙ୍ଗ ୟେଲୋ। ଶୁଭ ଅଙ୍କ ୯।

କୁମ୍ଭ – କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି। ମନ ପ୍ରସନ୍ନ ରହିବ। ଆସ୍ତିକ ମନୋବୃତ୍ତିର ହେବେ। ମିଷ୍ଟଭାଷୀ ଭାବେ ଜନ-ମନତୋଷ ହୋଇପାରେ। କଫଜନିତ ପୀଡା ଅନୁଭବ କରିବେ। ଶୁଭ ରଙ୍ଗ ଲାଲ୍। ଶୁଭ ଅଙ୍କ ୬।

ମୀନ – ଆଳସ୍ୟ ଅନୁଭବ କଲେ ବି ଲକ୍ଷ୍ୟ ହାସଲ ବିଳମ୍ବିତ ହେବ। ପରମ ଭାଗ୍ୟଶାଳୀ ହୋଇପାରନ୍ତି। ବ୍ୟକ୍ତିତ୍ୱ ବିକଶିତ ହୋଇପାରେ। ପରଦେଶବାସୀ, ମଧୁରଭାଷୀ,ସହନଶୀଳ ପାଇଁ ଚାକିରୀ କ୍ଷେତ୍ରରେ ଉନ୍ନତି କରିବେ। ଶୁଭ ରଙ୍ଗ କଳା। ଶୁଭ ଅଙ୍କ ୮।

wp:paragraph {"align":"right"}

ଜ୍ୟୋତିର୍ବିଦ – ତ୍ରିନନ୍ଦନ ମିଶ୍ର

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.