ଜାନୁଆରୀ ୫ ତାରିଖ, ରବିବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | January 05, 2020 IST

ମେଷ–ବାଧା ବିଘ୍ନକୁ ଏଡାଇ କାର୍ଯ୍ୟ କରିଚାଲିବେ । ଥଣ୍ଡା-କଫ ଜନିତ ସାମାନ୍ୟ ପୀଡା ଅନୁଭବ କରିବେ ।ଚଞ୍ଚଳ ସ୍ୱଭାବର ହୋଇପାରନ୍ତି । ସର୍ବୋପରି ରାଜଯୋଗ ଅଛି । ମଧୁର କଥା କହି ପରକୁ ଆପଣାର କରିବେ ।ଶୁଭରଙ୍ଗ ୟେଲୋ ।ଶୁଭ ଅଙ୍କ ୧ ।

ବୃଷ–ଧନ ଲାଭର ସୂଚନାମିଳୁଛି । ଯଶସ୍ୱୀ ହେବେ ।ଲୋକପ୍ରିୟତା ଅର୍ଜନ କରିବେ ।ଚଞ୍ଚଳ ପ୍ରକୃତିର ହୋଇପାରନ୍ତି ।ସରକାରୀ ସ୍ତରରେ ସମ୍ମାନିତ ହେବା ସହ ରାଜକୋଷ ଧନ ପ୍ରାପ୍ତ ହେବ । ଶୁଭରଙ୍ଗଲାଲ୍‌ ।ଶୁଭ ଅଙ୍କ ୪ ।

ମିଥୁନ – ସାଧନା ଫଳବତୀହେବ ।କୁଳ ଉଜ୍ଜ୍ୱଳକାରୀ ହେବେ ।ମନରେ ପ୍ରସନ୍ନତା ଦେଖା ଦେବ । ଦୟାଳୁ ସ୍ୱଭାବର ହୋଇପାରନ୍ତି । ବ୍ୟବସାୟ ଅତ୍ୟନ୍ତ ଲାଭଦାୟକହେବ । ଯଶ ଅର୍ଜନ କରିବେ । ଶୁଭରଙ୍ଗ କଫି ।ଶୁଭ ଅଙ୍କ ୯ ।

କର୍କଟ– ଦାନ- ଧର୍ମରେ ଦୀକ୍ଷିତହୋଇପାରନ୍ତି । ଭାଗ୍ୟଶାଳୀହେବେ । ଦିନଟିଭୋଗ-ବିଳାସରେ ଅତିବାହିତ କରିପାରନ୍ତି ।ସୁଖ-ସମୃଦ୍ଧି ପୂର୍ଣ୍ଣ ଜୀବନ ଯାପନ କରିବେ କିନ୍ତୁ ଖର୍ଚ୍ଚାନ୍ତ ହୋଇପାରନ୍ତି ।ଶୁଭରଙ୍ଗମେରୁନ୍‌ ।ଶୁଭ ଅଙ୍କ ୬ ।

ସିଂହ –କେତେକ ଘଟଣାରେ ଅସୁଖୀ ହେବେ ।ଈର୍ଷାଳୁ ସ୍ୱଭାବର ହୋଇପାରନ୍ତି ।ସ୍ୱାଭିମାନୀ ହେବେ ।ଶାରିରୀକ ଅସୁସ୍ଥତା ଅନୁଭବ କରିବେ । ଯୁଗ୍ମ ବ୍ୟବସାୟ ଲାଭଜନକ ହେବ ।ଖର୍ଚ୍ଚାନ୍ତ ଯୋଗ ଅଛି ।ଶୁଭରଙ୍ଗ ଧୂସର ।ଶୁଭ ଅଙ୍କ ୪ ।

କନ୍ୟା –ବନ୍ଧୁମିଳନ ଘଟିବାର ସୁଯୋଗ ଅଛି ।ବ୍ୟବସାୟ ଲାଭଜନକ ହେବ ।ମନରେ ସେବା ଭାବ ଜାଗ୍ରତ ହୋଇପାରେ । ବେଳେ-ବେଳେ ମନରେ ଅହଂଭାବ ଆସିପାରେ । ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ ।ଶୁଭରଙ୍ଗକଳା ।ଶୁଭ ଅଙ୍କ ୩ ।

ତୁଳା–ମନରେ ଗର୍ବଭାବ ଜାଗରିତ ହେବ ।ଭାଇମାନଙ୍କ ଉପରେ ସ୍ନେହ ଭାବ ରହିବ । ଦୀର୍ଘଜୀବନ ବିତାଇବାକୁ ଉଦ୍ୟମ ଜାରି ରଖିବେ ।ବଳିଷ୍ଠ ଓ ଶତ୍ରୁହନ୍ତା ହେବେ ।ଚାକିରି କ୍ଷେତ୍ରରେ କର୍ତ୍ତୃପକ୍ଷଙ୍କ କୃପାପାତ୍ର ହୋଇପାରନ୍ତି ।ଶୁଭରଙ୍ଗ ମେରୁନ୍‌ ।ଶୁଭ ଅଙ୍କ ୮ ।

ବିଛା–ଚିନ୍ତାଗ୍ରସ୍ତହୋଇପାରନ୍ତି ।କନ୍ୟା ସନ୍ତାନ ଦ୍ୱାରା ଉପକୃତହେବେ । ଆକସ୍ମିକ ଧନଲାଭର ସୂଚନାମିଳୁଛି ।ଗୁପ୍ତ ବିଦ୍ୟା ପ୍ରତି ରୁଚି ରହିବ । ବ୍ୟବସାୟରେ ପ୍ରଚୁର ଧନଲାଭ ହେବ ।ଶୁଭରଙ୍ଗ ଧଳା ।ଶୁଭ ଅଙ୍କ ୬ ।

ଧନୁ –ବାଦନୁବାଦର ସମ୍ମୁଖୀନ ହୋଇପାରନ୍ତି । ନିଜ ଉଦାରତା ପରିପ୍ରକାଶ ଘଟାଇ ପାରନ୍ତି । ଦାନ-ଶୀଳହେବେ ।ସୁଖୀ ଓ ଶୋଭନ ବ୍ୟକ୍ତିତ୍ୱ ଅଧିକାରୀହେବେ ।ସ୍ୱାସ୍ଥ୍ୟ ଅତୁଟ ରହିବ ।ଶୁଭରଙ୍ଗ ବ୍ରାଉନ୍‌ ।ଶୁଭ ଅଙ୍କ ୧ ।

ମକର– ସମ୍ମାନିତ ହେବେ । ମନ ପ୍ରସନ୍ନରହିବ । ଧର୍ମଭାବାପନ୍ନ ହୋଇପାରନ୍ତି । ମଧୁରଭାଷୀ ହୋଇ ସହକର୍ମୀମାନଙ୍କ ଠାରୁ କାର୍ଯ୍ୟହାସଲ କରିପାରନ୍ତି । ଥଣ୍ଡା-କଫ ଜନିତ ସମସ୍ୟା ରହିପାରେ ।ପ୍ରେମୀ ସାହସୀହେବେ ।ଶୁଭରଙ୍ଗ ଲାଲ୍‌ ।ଶୁଭ ଅଙ୍କ ୫ ।

କୁମ୍ଭ -ଆଶାବାଦୀ ହୋଇପାରନ୍ତି । ଭାଗ୍ୟଶାଳୀ ହେବେ ।ଶୋଭନ ବ୍ୟକ୍ତିତ୍ୱ ସମ୍ପନ୍ନ ହୋଇପାରନ୍ତି । ପରଦେଶବାସୀ, ମଧୁରଭାଷୀ, ସହନଶୀଳ ପାଇଁ କାର୍ଯ୍ୟରେ ସଫଳହେବେ ।ଶୁଭରଙ୍ଗ କଫି ।ଶୁଭ ଅଙ୍କ ୩ ।

ମୀନ – ଶ୍ରୀଚନ୍ଦ୍ରଭୋଗ ହେତୁ ରୁଚିକର ଭୋଜନରେ ଆପ୍ୟାୟିତହେବେ ।ରାଜ କୃପା ଲାଭ କରିପାରନ୍ତି ।ଐଶ୍ୱର୍ଯ୍ୟଯୁକ୍ତ ହେତୁମାଲି-ମୋକଦ୍ଦମାରେ ବିଜୟୀହେବେ ।ଚିନ୍ତାଧାରା ଉନ୍ନତମାନର ହେବ ।ଶୁଭରଙ୍ଗ କ୍ରୀମ୍‌ ।ଶୁଭ ଅଙ୍କ ୯ ।

wp:paragraph {"align":"right"}

ଜ୍ୟୋତିର୍ବିଦ – ତ୍ରିନନ୍ଦନ ମିଶ୍ର

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.