Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ କମୁଛି କୋଭିଡ଼ ସଂକ୍ରମଣ, ଗତ ୨୪ଘଣ୍ଟାରେ ୧୫,୧୪୪ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଜୟପୁର : ଚଳନ୍ତା ବସ୍‌ରେ ଲାଗିଲା ବିଦ୍ୟୁତ ତାର ; ୬ ମୃତ , ୧୭ ଗୁରୁତର
  • ||
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||

୨୫ ଅକ୍ଟୋବର, ଗୁରୁବାର

25/10/2018 at 8:50 AM

ମେଷ – ନଷ୍ଟ ଦ୍ରବ୍ୟର ସନ୍ଧାନ ମିଳିବ । ଖର୍ଚ୍ଚାନ୍ତ ହୋଇପାରନ୍ତି । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ବିବାଦୀୟ ବିତର୍କରେ ଭାଗ ନ ନେଇ ଚୁପ୍ ରହିବା ଭଲ ।

ବୃଷ – ଆୟ ଉତ୍ତମ ଧରଣର ହେବ । ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଯାନବାହନ ସୁଖ ମିଳିପାରେ ।

ମିଥୁନ – ବିଳାସ ବ୍ୟସନର ମୂଲ୍ୟବାନ ଦ୍ରବ୍ୟ ଘରକୁ ଆଣି ପାରନ୍ତି । ଆୟ ବୃଦ୍ଧି ଘଟି ପାରେ । କାର୍ଯ୍ୟରେ ସଫଳତା ଲାଭ କରିବେ । କିର୍ତ୍ତିମାନ ହେବେ ।

କର୍କଟ- କର୍ମକ୍ଷେତ୍ର ଉଜ୍ଜ୍ୱଳମୟ ହେବ । ଆୟ ବୃଦ୍ଧି କରିବାର ସୁଯୋଗ ସୃଷ୍ଟି ହୋଇଛି । ଭାଗ୍ୟବାନ ହୋଇପାରନ୍ତି । ଦାମ୍ପତ୍ୟ ଜୀବନ ସୁଖ ପ୍ରଦ ହେବ ।

ସିଂହ – ଦିଅଁ ଦର୍ଶନ ଶୁଭଦାୟକ ହେବ । ସେବା କ୍ଷେତ୍ରରେ ଅବତୀର୍ଣ୍ଣ ହୋଇପାରନ୍ତି । କାର୍ଯ୍ୟ ବିଘ୍ନ ବହୁଳ ହୋଇପାରେ । ପଥରୋଧର ସମ୍ମୁଖୀନ ହୋଇପାରନ୍ତି ।

କନ୍ୟା – ବିଶେଷ କାର୍ଯ୍ୟକ୍ରମର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି । ଶୁଭଖବର ପାଇ ଖୁସି ହେବେ । ବନ୍ଧୁ ମିଳନରେ ଉପକୃତ ହେବେ ।

ତୁଳା – ଶୁଭ ସମାଚାର ପାଇ ଉତ୍ଫୁଲ୍ଲିତ ହୋଇପାରନ୍ତି । ସତ୍ସଙ୍ଗୀ ହେବେ । ଶୁଭକର୍ମ ପାଇଁ ବାତାବରଣ ଅନୁଭବ ରହିଛି । ଶରୀର ସୁସ୍ଥ ରହିବ ।

ବିଛା – ପରୀକ୍ଷାରେ କୃତକାର୍ଯ୍ୟ ହୋଇପାରନ୍ତି । ବିଭିନ୍ନ ସ୍ତରରୁ ଅର୍ଥାଗମ ହୋଇ ଭଣ୍ଡାର ପରିପୂର୍ଣ୍ଣ ହେବ । ଚଞ୍ଚଳ ପ୍ରକୃତିର ହୋଇପାରନ୍ତି ।

ଧନୁ – କୃଷିକ୍ଷେତ୍ର ଉପରେ ଧ୍ୟାନ ଦେଇପାରନ୍ତି । ଯାନବାହନ ଜନିତ ସୁଖ ଭୋଗ କରିବେ । ପ୍ରଦୂଷଣମୁକ୍ତ ଗୃହରେ ବସତି ସ୍ଥାପନ କରିବେ ।

ମକର – ଅପବାଦକୁ ଉପେକ୍ଷା ନ କରି କର୍ମକ୍ଷେତ୍ରରେ ନିଷ୍ଠାର ସହ ଆଗକୁ ବଢିବେ । ବିବାଦରେ ବିଜୟୀ ହେବେ । ପ୍ରତିଯୋଗିତାରେ କୃତକାର୍ଯ୍ୟ ହେବେ ।

କୁମ୍ଭ – ଉଚ୍ଚ ଆଶା ଫଳବତୀ ହେବ । ଯଶସ୍ୱୀ ହେବେ । ଉପୁଜି ଥିବା ସମସ୍ୟା ଦୂର ହେବ । ସୁସ୍ଥ ଓ ନିରାମୟ ରହିବେ । ବିବିଧ ଧନଯୁକ୍ତ ହୋଇପାରନ୍ତି ।

ମୀନ – କର୍ମକ୍ଷେତ୍ରରେ ପଶ୍ଚାତ୍ପଦ ନ ହୋଇ ଆଗକୁ ମାଡି ଚାଲିବେ । ଧନବାନ ହେବେ । ଗୁଣଯୁକ୍ତ ହୋଇପାରନ୍ତି । ଉର୍ପାଜନକାରୀ ହେବେ ।

   Related Posts