ଜାନୁଆରୀ ୪ ତାରିଖ, ଶନିବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | January 04, 2020 IST

ମେଷ–ଆୟ ଆଶାନୁରୂପ ଏବଂ ବ୍ୟବସାୟ ଲାଭଜନକ ହେବ । ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶକରିବେ । ନାନାବିଧି ସମ୍ମାନର ଅଧିକାରୀ ହେବେ । ଯାନବାହନ ସୁଖମିଳିବ । ଶୁଭରଙ୍ଗ ଲାଲ୍ । ଶୁଭଅଙ୍କ ୫ ।

ବୃଷ– କର୍ମତତ୍ପର ରହିବେ । ଅର୍ଥ ପ୍ରାପ୍ତ ହେବେ ।ସରକାରୀସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ପ୍ରଦୂଷଣ ମୁକ୍ତ ଗୃହରେ ବସତିସ୍ଥାପନ କରିବେ । କୀର୍ତ୍ତି, ମର୍ତ୍ତି, ସତ୍ତ୍ୱ, ସନ୍ତୋଷ, ବହୁବିଧି ଧନ ସବୁକିଛି ମିଳିବ ।ଶୁଭରଙ୍ଗ ଗାଢଗାଢ ନୀଳ । ଶୁଭ ଅଙ୍କ ୭ ।

ମିଥୁନ – ସେବାମନୋଭାବ ଗ୍ରହଣ କରିବେ । ଦେବ-ପୂଜା ନିରତହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ ।ବିବାଦୀୟ ଘଟଣାରେ ବିଜୟୀହେବେ । ପ୍ରତିଯୋଗିତାର ଫଳ ଆପଣଙ୍କ ସପକ୍ଷରେ ଯିବ ।ଶୁଭରଙ୍ଗ ୟେଲୋ । ଶୁଭ ଅଙ୍କ ୩ ।

କର୍କଟ–ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି ।ଆର୍ଥିକ ଅବସ୍ଥା ଟାଣଟୁଣ ରହିବ । ଖର୍ଚ୍ଚାନ୍ତ ହୋଇପାରନ୍ତି ।ଚୌର ଓ ଶତ୍ରୁଭୟ ଅଛି ।ସରକାରୀ କୃପା ମିଳିବା କଷ୍ଟ ସାଧ୍ୟ ହେବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୯ ।

ସିଂହ –ସୁଖ-ସନ୍ତୋଷରେ ଦିନଟି ବିତାଇ ପାରନ୍ତି । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ପ୍ରୀତିଲାଭ କରିପାରନ୍ତି ।ବନ୍ଧୁ ସହଯୋଗ ପାଇଁ ଖୁସି ହେବେ । ଅବିବାହିତଙ୍କର ମନୋରମା କନ୍ୟା ସହିତ ବିବାହ ସମକ୍ଷ ସ୍ଥିର ହେବ ।ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୧ ।

କନ୍ୟା –ଶତ୍ରୁ ଉପଦ୍ରବ ପ୍ରତିସତର୍କ ରହି, ଶତ୍ରୁ ଦମନ କରିବାର ଉପାୟ ଚିନ୍ତା କରିପାରନ୍ତି । ଆୟବୃଦ୍ଧିର ସୂଚନା ମିଳୁଛି । ପାରିବାରିକସୁଖ ମିଳିବ । ଚେଷ୍ଟା ଶୁଭପ୍ରଦ ହେବ । ଶତ୍ରୁ ଦମନ କରି ମାନସିକ ଶାନ୍ତି ଫେରି ପାଇବେ । ଶୁଭରଙ୍ଗ ଧଳା ।ଶୁଭ ଅଙ୍କ ୪ ।

ତୁଳା– ପରଚର୍ଚ୍ଚାରେ ଲିପ୍ତ ରହିପାରନ୍ତି ।ଶୁଭ ଖବର ପାଇ ଉତ୍‌ଫୁଲିତ ହେବେ । ସୁସ୍ଥ ଓ ନିରାମୟଜୀବନ ଯାପନ କରିବେ । ବ୍ୟବସାୟ ଆଦି ବିଭିନ୍ନ ଦୁଗରୁ ଧନଲାଭ ହେବାର ସୂଚନା ମିଳୁଛି । ଶୁଭରଙ୍ଗକ୍ରୀମ୍ ।ଶୁଭ ଅଙ୍କ ୭ ।

ବିଛା–ବାଦ-ବିବାଦର ସୁସମାଧାନ ହେବ ।ଚିନ୍ତାଧାରା ଉନ୍ନତମାନର ହେବ । ପତ୍ନୀଙ୍କ ସ୍ୱାସ୍ଥ୍ୟ ପ୍ରତି ନଜର ରଖିବାକୁ ପଡିବ ।କୃଷି କ୍ଷେତ୍ର ଉପରେ ଧ୍ୟାନ ଦେବେ । ଯାନବାହନ ସୁଖମିଳିବ । ଶୁଭରଙ୍ଗ ପିଚ୍ ।ଶୁଭ ଅଙ୍କ ୨ ।

ଧନୁ –ଶ୍ରମର ମୂଲ୍ୟାଙ୍କନ ହେବ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ବିବାଦୀୟ ଘଟଣାରେ ବିଜୟୀ ହେବେ । ଧାର୍ମିକ ପ୍ରବୃତ୍ତିର ହେବେ ।ଶ୍ରମ ସାର୍ଥକ ହୋଇପାରେ । ପ୍ରତିଦ୍ୱନ୍ଦ୍ୱିତାରେ ବିଜୟୀ ହେବେ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୪ ।

ମକର– ଆଶାବାଦୀ ହୋଇପାରନ୍ତି । ଅର୍ଥ ପ୍ରାପ୍ତିର ସୁଯୋଗ ଅଛି । ପାରିବାରିକ ସୁଖ-ଶାନ୍ତି ଅବ୍ୟାହତ ରହିବ ।ଭାଗ୍ୟଶାଳୀ ହୋଇପାରନ୍ତି । ତ୍ୟାଗଶୀଳ ଓ ନୀତି ନିଷ୍ଠ ହେବେ ।ଶୁଭରଙ୍ଗ ଧୂସର ।ଶୁଭ ଅଙ୍କ ୮ ।

କୁମ୍ଭ  -ସୌଜନ୍ୟତା ପ୍ରକାଶ ପାଇବ । ଆୟ ଆଶାନୁରୂପ ହେବ । ରୁଚିକର ଭୋଜନ ମିଳିବ । ଧନବାନ୍ ଓ ଅପାରଗୁଣର ଅଧିକାରୀ ହେବେ । ପାରିବାରିକସୁଖମିଳିବ ।ଚିନ୍ତାଧାରାଉନ୍ନତମାନରହେବ ।ଶୁଭରଙ୍ଗକଳା ।ଶୁଭ ଅଙ୍କ ୯ ।

ମୀନ – ଅପେକ୍ଷାରତ ହୋଇପାରନ୍ତି ।ଖର୍ଚ୍ଚ ପରିମାଣ ବୃଦ୍ଧି ହୋଇପାରେ । ମିତ୍ରମାନେ କରଛଡା ଦେଇ ପାରନ୍ତି ।ଚକ୍ଷୁରେ ସାମାନ୍ୟ ଯନ୍ତ୍ରଣା ଉପୁଜି ପାରେ । ଭ୍ରାତୃଭାବ ଅତୁଟ ରହିବ ।ଶୁଭରଙ୍ଗ ଲାଲ୍ ।ଶୁଭ ଅଙ୍କ ୪ ।

wp:paragraph {"align":"right"}

ଜ୍ୟୋତିର୍ବିଦ – ତ୍ରିନନ୍ଦନ ମିଶ୍ର

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.