ଜାନୁଆରୀ ୨ ତାରିଖ, ଗୁରୁବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | January 02, 2020 IST

ମେଷ – ଅର୍ଥାଭାବ ପୂରଣ କରିବାରେ ସକ୍ଷମ ହେବେ। ଆୟ ଯଥେଷ୍ଟ ପରିମାଣର ହେବ। ସୁସ୍ଥ ଓ ଯଶସ୍ୱୀ ହେବେ। ଲୋକପ୍ରିୟତା ଅର୍ଜନ କରିବେ। ସରକାରୀ ସ୍ତରରେ ସମ୍ମାନିତ ହେବେ। ଶୁଭ ରଙ୍ଗ ଲାଲ୍। ଶୁଭ ଅଙ୍କ ୩।

ବୃଷ – ଭ୍ରାତୃ ବିବାଦ ଦୂରେଇ ଯିବ। କାର୍ଯ୍ୟରେ ସଫଳତା ଲାଭ କରିବେ। କୁଳଦୀପକ ଓ ଦୟାଳୁ ସ୍ୱଭାବର ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ନିଜ ପରିବାର ଉପରେ ସ୍ନେହ, ସଦିଚ୍ଛା ରହିବ। ଶୁଭ ରଙ୍ଗ ଗାଢ ବ୍ରାଉନ୍। ଶୁଭ ଅଙ୍କ ୯।

ମିଥୁନ – ବନ୍ଧୁ ସହଯୋଗ ପାଇ ଖୁସି ହୋଇପାରନ୍ତି। ଆଶ୍ୱସ୍ତି ମିଳିବ। ଭାଗ୍ୟଶାଳୀ ହୋଇପାରନ୍ତି। ଭୋଗ-ବିଳାସରେ ଦିନଟି ଅତିବାହିତ ହେବ। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ। ଶୁଭ ରଙ୍ଗ କ୍ରୀମ୍। ଶୁଭ ଅଙ୍କ ୬।

କର୍କଟ – ପାରିବାରିକ ସ୍ତରରେ ଅଶାନ୍ତିର ସୂତ୍ରପାତ ହୋଇପାରେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଈର୍ଷା ପରାୟଣ ହେବେ। ସ୍ୱାଭିମାନୀ ହେବେ। ସହଯୋଗୀ ବ୍ୟବସାୟରେ ଲାଭବାନ୍ ହେବେ। ଶୁଭ ରଙ୍ଗ ମେରୁନ୍। ଶୁଭ ଅଙ୍କ ୭।

ସିଂହ – ଆର୍ଥିକ ସହାୟତା ପାଇ କୃତଜ୍ଞ ହୋଇପାରନ୍ତି। ବନ୍ଧୁ ମିଳନ ଘଟିବାର ସୁଯୋଗ ଅଛି। ବ୍ୟବସାୟ ଲାଭଜନକ ହେବ। ସମାଜସେବୀ ହେବେ। ମନରେ ଅହଂଭାବ ଜାଗ୍ରତ ହୋଇପାରେ। ଶୁଭ ରଙ୍ଗ ଗ୍ରୀନ୍। ଶୁଭ ଅଙ୍କ ୫।

କନ୍ୟା – ଅଧସ୍ତନଙ୍କ ଭୁଲ କାର୍ଯ୍ୟ ପାଇଁ ବିରକ୍ତ ପ୍ରକାଶ କରିପାରନ୍ତି। ମନରେ କ୍ଷୋଭ ବୃଦ୍ଧି ହୋଇପାରେ। ଭାଇମାନଙ୍କ ଉପରେ ସ୍ନେହଭାବ ରହିବ। ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ। ଚାକିରିରେ ସୁନାମ ମିଳିବ। ଶୁଭ ରଙ୍ଗ ଧଳା। ଶୁଭ ଅଙ୍କ ୧।

ତୁଳା – ସୁସମ୍ବାଦ ପାଇ ଖୁସି ହୋଇପାରନ୍ତି। ଚିନ୍ତାଗ୍ରସ୍ତ ହେବେ। ଚଞ୍ଚଳ ପ୍ରକୃତିର ହେବେ। କନ୍ୟା ସନ୍ତାନ ଦ୍ୱାରା ଉପକୃତ ହୋଇପାରନ୍ତି। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ସୁଖ ମିଳିବ। ଶୁଭ ରଙ୍ଗ ଲାଲ୍। ଶୁଭ ଅଙ୍କ ୬।

ବିଛା – ଲକ୍ଷ୍ୟ ହାସଲ ପାଇଁ ଯୋଜନା ପ୍ରସ୍ତୁତ କରିପାରନ୍ତି। ଶ୍ରମ ସାର୍ଥକ ହେବ। ଉଦାର ସ୍ୱଭାବର ହେବେ। ଦାନଶୀଳ ହେବାର ସୂଚନା ମିଳୁଛି। ବ୍ୟକ୍ତିତ୍ୱର ବିକାଶ ଘଟିବ। କୃଷିକର୍ମକାରୀ ହେବେ। ଶୁଭ ରଙ୍ଗ ୟେଲୋ। ଶୁଭ ଅଙ୍କ ୨।

ଧନୁ – ଶ୍ରମର ମୂଲ୍ୟାଙ୍କନ ହୋଇପାରେ। କର୍ମକ୍ଷେତ୍ର ଅଧିକ ଉତ୍ସାହପ୍ରଦ ହେବ। ମନ ପ୍ରସନ୍ନ ରହିବ। ଆସ୍ତିକ ସ୍ୱଭାବର ହେବେ। ମଧୁରଭାଷୀ ହୋଇପାରନ୍ତି। ବିବାଦରେ ବିଜୟୀ ହେବେ। ଶୁଭ ରଙ୍ଗ ଧୂସର। ଶୁଭ ଅଙ୍କ ୪।

ମକର – ବିଶ୍ୱାସ ଘାତକତାର ଶିକାର ହେବେ। ଭାଗ୍ୟଶାଳୀ ହୋଇପାରନ୍ତି। ପରଦେଶବାସୀ, ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ। ମିତ୍ରମାନଙ୍କ ଠାରୁ ମିଳିଥିବା ଧନ କାର୍ଯ୍ୟରେ ଲାଗିବ। ଶୁଭ ରଙ୍ଗ ୟେଲୋ। ଶୁଭ ଅଙ୍କ ୭।

କୁମ୍ଭ  – ମୂଲ୍ୟବାନ ଦ୍ରବ୍ୟ ମିଳିପାରେ। ସୁଖ-ସମ୍ମାନ ଲାଭ କରିପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ଶକ୍ତିମାନ୍ ହେବେ। ମନୋବଳ ଦୃୃଢ ରହିବ। ଐଶ୍ୱର୍ଯ୍ୟଯୁକ୍ତ ହେବେ। ମାଲିମୋକଦ୍ଦମାରେ ଜିଣିବେ ଓ ଧନ ଲାଭ ହେବ। ଶୁଭ ରଙ୍ଗ ଗ୍ରୀନ୍। ଶୁଭ ଅଙ୍କ ୪।

ମୀନ – ସଫଳତାର ନିକଟବର୍ତ୍ତୀ ହେବେ। ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡିବ। ମଧୁରଭାଷା ବ୍ୟବହାର କରି ପରକୁ ଆପଣାର କରିପାରନ୍ତି। ଧାର୍ମିକ ପ୍ରବୃତ୍ତିର ହେବେ। ଶୁଭ ରଙ୍ଗ ଲାଲ୍। ଶୁଭ ଅଙ୍କ ୫।

wp:paragraph {"align":"right"}

ଜ୍ୟୋତିର୍ବିଦ – ତ୍ରିନନ୍ଦନ ମିଶ୍ର

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.