ଡିସେମ୍ବର ୩୧ ତାରିଖ, ମଙ୍ଗଳବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | December 31, 2019 IST

ମେଷ– ଅଶ୍ୱିନୀ ଓ କୃର୍ତ୍ତିକା ନକ୍ଷତ୍ର ଜାତ ବ୍ୟକ୍ତି ଧୈର୍ଯ୍ୟର ପୁରସ୍କାର ପାଇବେ । ସେବାରେ ନିୟୋଜିତ ହୋଇପାରନ୍ତି । ପୂଜା ପଦ୍ଧତିରେ ସମୟ ଦେବେ । ପରାମର୍ଶଦାତା ହେବେ । ଧର୍ମ କ୍ରିୟାରତ ହେବେ । ଶୁଭ ରଙ୍ଗ ଗ୍ରୀନ୍‌ । ଶୁଭ ଅଙ୍କ ୩ ।

ବୃଷ–କୃତ୍ତିକା ଓ ରୋହିଣୀ ନକ୍ଷତ୍ରଜାତ ବ୍ୟକ୍ତି ମନ ମୁତାବକ କାର୍ଯ୍ୟ କରି ଖୁସି ହୋଇପାରନ୍ତି । ଦେବଦ୍ୱିଜ ଭକ୍ତ ହେବେ ।ମନୋଜ୍ଞ ହେବେ । ସକଳ ଶାସ୍ତ୍ରଜ୍ଞତା, ବ୍ରତକର୍ତ୍ତା ହେବେ । ଶୁଭ ରଙ୍ଗ ଗାଢଲାଲ୍‌ । ଶୁଭ ଅଙ୍କ ୫ ।

ମିଥୁନ – ଆର୍ଦ୍ରା ନକ୍ଷତ୍ରଜାତ ବ୍ୟକ୍ତିଙ୍କ ପାଇଁ ଯାତ୍ରା ଅନୁକୂଳ ରହିଛି । ବନ୍ଧୁମିଳନର ସୁଯୋଗ ଅଛି । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । କାର୍ଯ୍ୟରେ ସଫଳତା ଲାଭ କରିବେ । ବ୍ୟବସାୟ ଲାଭଜନକ ହେବ । ଶୁଭ ରଙ୍ଗ ବ୍ରାଉନ୍‌ । ଶୁଭ ଅଙ୍କ ୭ ।

କର୍କଟ– ପୁଷ୍ୟା ନକ୍ଷତ୍ରଜାତ ବ୍ୟକ୍ତି ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ପାଇବେ । ପରୋପକାରୀ ହେବେ । ଧର୍ମଭାବନାରୁ ଶାନ୍ତି ମିଳିବ । ଶତ୍ରୁ ନାଶ କରିବାରେ ସିଦ୍ଧହସ୍ତ ହେବେ । ଶୁଭ ରଙ୍ଗ କ୍ରୀମ୍‌ । ଶୁଭ ଅଙ୍କ ୨ ।

ସିଂହ –ମଘା ଓ ଉତ୍ତରାଫାଲ୍ଗୁନୀ ନକ୍ଷତ୍ରଜାତ ବ୍ୟକ୍ତି ବାଧା, ବିଘ୍ନକୁ ଏଡାଇ ଆଗକୁ ବଢିବେ । କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେବେ । ସୁଖ-ସମ୍ମାନ ଲାଭ କରିବେ । ବ୍ୟବସାୟ ଅତ୍ୟନ୍ତ ଲାଭଜନକ ହେବ । ଶୁଭ ରଙ୍ଗ ଲାଲ୍‌ । ଶୁଭ ଅଙ୍କ ୮ ।

କନ୍ୟା –ଉତ୍ତରାଫାଲ୍ଗୁନୀ ଓ ହସ୍ତା ନକ୍ଷତ୍ର ଜାତବ୍ୟକ୍ତି ଗୃହକାର୍ଯ୍ୟକୁ ତ୍ୱରାନ୍ୱିତ କରିବେ । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । କୃଷିକ୍ଷେତ୍ର ଉପରେ ଧ୍ୟାନ ଦେବେ । ଯାନବାହନ ସୁଖ ମିଳିପାରେ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୬ ।

ତୁଳା–ସ୍ୱାତୀ ନକ୍ଷତ୍ରଜାତ ବ୍ୟକ୍ତି ଶତ୍ରୁକୁ ପରାସ୍ତ କରି ମାନସିକ ଶାନ୍ତି ଫେରି ପାଇବେ । ସବଳ ଗୁଣଯୁ୍‌କ୍ତ ସୁଖୀ ଓ କାବ୍ୟ ଶାସ୍ତ୍ରାନୁରକ୍ତ ହେବେ । ବିବାଦୀୟ ଘଟଣାରେ ବିଜୟୀ ହେବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୪ ।

ବିଛା–ଅନୁରାଧା ନକ୍ଷତ୍ର ଜାତ ବ୍ୟକ୍ତିଙ୍କର କର୍ମତତ୍ପରତା ପ୍ରକାଶ ପାଇବ । ଅର୍ଥ ପ୍ରାପ୍ତିର ସୁଯୋଗ ଅଛି । ଉନ୍ନତି ପଥରେ ଆଗକୁ ବଢି ପାରନ୍ତି । ତ୍ୟାଗଶୀଳ ଓ ନୀତିଜ୍ଞ ହେବେ । ଚିତ୍ରା ଓ ବିଶାଖା ନକ୍ଷତ୍ରଜାତ ବ୍ୟକ୍ତିଙ୍କର ସାମାନ୍ୟ ଶୁଭ ।ଶୁଭ ରଙ୍ଗ ଗାଢଗ୍ରୀନ୍‌ । ଶୁଭ ଅଙ୍କ ୩ ।

ଧନୁ –ମୂଳା ଓ ଉତତ୍ତରାଷାଢା ଓ ଶ୍ରାବଣା ନକ୍ଷତ୍ର ଜାତବ୍ୟକ୍ତି ପରିବାର ସହିତ ଶାନ୍ତି, ଶୃଙ୍ଖଳାରେ ସମୟ ବିତାଇପାରନ୍ତି ।ବ୍ୟବସାୟ ଲାଭଜନକ ହେବ । ଖର୍ଚ୍ଚ ପରିମାଣ ଆୟଠାରୁ ଅଧିକ ହେବ । ଶୁଭ ରଙ୍ଗ ପିଚ୍‌ । ଶୁଭ ଅଙ୍କ ୭ ।

ମକର–ଉତ୍ତରାଷାଢା ବ୍ୟକ୍ତିମାନେ ଶୁଭଫଳ ପାଇ ପାରିବେ । ପାରିବାର ସୁଖ ପ୍ରାପ୍ତ କରିବେ । ବ୍ୟବସାୟ ଲାଭଜନକ ହେବ ନାହିଁ । ବୃତ୍ତିଗତ ସମସ୍ୟା ଦେଖାଦେଇପାରେ । ଶୁଭ ରଙ୍ଗ ବ୍ରାଉନ୍‌ । ଶୁଭ ଅଙ୍କ ୧ ।

କୁମ୍ଭ -ଶତଭିକ୍ଷା ନକ୍ଷତ୍ରଜାତ ବ୍ୟକ୍ତି ପରିସ୍ଥିିତି ପ୍ରତିସଜାଗ ରହିଲେ ବିପଦ ଦୂରେଇ ଯିବ । ଆୟ ଯଥେଷ୍ଟ ପରିମାଣର ହେବ । ସଙ୍ଗୀତପ୍ରିୟ ହେବେ । ଉପଯୁକ୍ତ କର୍ମାନୁରକ୍ତ ହେବେ । ଶୁଭ ରଙ୍ଗ କ୍ରୀମ୍‌ । ଶୁଭ ଅଙ୍କ ୯ ।

ମୀନ – ଉତ୍ତରଭାଦ୍ରପଦ ନକ୍ଷତ୍ରଜାତ ବ୍ୟକ୍ତି କାର୍ଯ୍ୟ କରିବା ପୂର୍ବରୁ ବିଚାର -ଆଲୋଚନା କରି ସଫଳତା ମିଳିବ । ଦାମ୍ପତ୍ୟଜୀବନ ସୁଖପ୍ରଦ ହେବ । ଆର୍ଥିକ ସ୍ଥିତିରେ ଢେର ଉନ୍ନତି ଘଟିବ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୪ ।

wp:paragraph {"align":"right"}

ଜ୍ୟୋତିର୍ବିଦ – ତ୍ରିନନ୍ଦନ ମିଶ୍ର

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.