ଡିସେମ୍ବର ୨୫ ତାରିଖ, ବୁଧବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | December 25, 2019 IST

ମେଷ – ନିଜର ଦାବି ଉପସ୍ଥାପନ କରିବେ। ବନ୍ଧୁ ସହ ଯୋଗ ପାଇ ଖୁସି ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ସମାଜ ସେବା ପ୍ରତି ମନ ବଳାଇବେ। ଶାନ୍ତ ଓ ଧୈର୍ଯ୍ୟବାନ ହେବେ। ଶୁଭ ରଙ୍ଗ ଲାଲ୍। ଶୁଭ ଅଙ୍କ ୮।

ବୃଷ – ମାନସିକ ସ୍ତରରେ ଦୃଢ ରହିପାରନ୍ତି। ମନରେ ଅହଂଭାବ ଆସିପାରେ। ଭାଇମାନଙ୍କ ଉପରେ ସ୍ନେହଭାବ ରହିବ। ବଳିଷ୍ଠ ହେବେ। ଶତ୍ରୁହନ୍ତା ହେବା ଆଶା କରାଯାଏ। ଚାକିରି କ୍ଷେତ୍ରରେ ସୁନାମ ଅର୍ଜନ କରିବେ। ଶୁଭ ରଙ୍ଗ ଗାଢ ନୀଳ। ଶୁଭ ଅଙ୍କ ୩।

ମିଥୁନ – କେତେକ କ୍ଷେତ୍ରରେ ନିରବଦ୍ରଷ୍ଟା ହେବେ। ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ବ୍ୟବସାୟରୁ କ୍ଷତି ମିଳିପାରେ। ଶୁଭ ରଙ୍ଗ ୟେଲୋ। ଶୁଭ ଅଙ୍କ ୧।

କର୍କଟ – ଉପୁଜିଥିବା ପରିସ୍ଥିତି ପ୍ରତି ସଜାଗ ରହିବାକୁ ପଡିବ। ନିଜକୁ କଳହମୁକ୍ତ ରଖିବାକୁ ଚେଷ୍ଟା କରିବେ। ଉଦାର ସ୍ୱଭାବର ହୋଇପାରନ୍ତି। ଦାନ-ଧର୍ମରେ ଦୀକ୍ଷିତ ହେବେ। ବ୍ୟକ୍ତିତ୍ୱ ବିକଶିତ ହେବ। ଶୁଭ ରଙ୍ଗ ମେରୁନ୍। ଶୁଭ ଅଙ୍କ ୯।

ସିଂହ – ସୁସ୍ଥ ଓ ସତେଜ ରହିବେ। କାର୍ଯ୍ୟରେ ସିଦ୍ଧି ପ୍ରାପ୍ତ ହେବେ। ମନ ପ୍ରସନ୍ନ ରହିବ। ଆସ୍ତିକ ସ୍ୱଭାବର ହେବେ। ମିଠାକଥା କହି ଜନ-ମନ ବଶ କରିପାରନ୍ତି। ଥଣ୍ଡା-କଫରେ ସାମାନ୍ୟ ପୀଡା ଭୋଗ କରିପାରନ୍ତି। ଶୁଭ ରଙ୍ଗ ଲାଲ୍। ଶୁଭ ଅଙ୍କ ୨।

କନ୍ୟା – ଧର୍ମକାର୍ଯ୍ୟରେ ବ୍ୟୟ କରିପାରନ୍ତି। ଭାଗ୍ୟଶାଳୀ ହେବେ। ପରାମର୍ଶ ନେଇ କାର୍ଯ୍ୟ କରିବେ। ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ। ନିର୍ବାଚନରେ ଗଣତି ଫଳ ଆପଣଙ୍କ ସପକ୍ଷରେ ଯିବ। ଶୁଭ ରଙ୍ଗ କ୍ରୀମ୍। ଶୁଭ ଅଙ୍କ ୫।

ତୁଳା – ବିପଦ ଦୂରେଇ ଯିବ। ଶ୍ରୀଚନ୍ଦ୍ର ଭୋଗ ହେତୁ ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ଐଶ୍ୱର୍ଯ୍ୟଯୁକ୍ତ ହେବେ। ଯୁଦ୍ଧ ବା ମାଲି ମକୋଦ୍ଦମାରେ ବିଜୟୀ ହେବେ। ପାରିବାରିକ ସୁଖ ମିଳିବ। ଶୁଭ ରଙ୍ଗ ଗାଢ ନୀଳ। ଶୁଭ ଅଙ୍କ ୩।

ବିଛା – ଚଞ୍ଚଳ ପ୍ରକୃତିର ହେବେ। ଥଣ୍ଡା-କଫରେ ଆକ୍ରାନ୍ତ ହୋଇପାରନ୍ତି। ଚକ୍ଷୁରେ ସାମାନ୍ୟ ପୀଡା ଅନୁଭବ କରିବେ। ଏକାନ୍ତ ପ୍ରିୟ ହେବେ। ଅତିଥି ସତ୍କାରରେ ବ୍ୟୟ ବୃଦ୍ଧି ଘଟିପାରେ। ଶୁଭ ରଙ୍ଗ ଧଳା। ଶୁଭ ଅଙ୍କ ୯।

ଧନୁ – ଅର୍ଥ ଉପାର୍ଜନ ପାଇଁ ମାର୍ଗ ଉନ୍ମୁକ୍ତ ରହିଛି। ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି। ଲୋକପ୍ରିୟତା ଅର୍ଜନ କରିବେ। କର୍ମଠ ସ୍ୱଭାବ ପାଇଁ ବିଭାଗୀୟ ସ୍ତରରେ ସମ୍ମାନିତ ହେବେ। ଶୁଭ ରଙ୍ଗ ଗ୍ରୀନ୍। ଶୁଭ ଅଙ୍କ ୫।

ମକର – ବିଭିନ୍ନ ସ୍ତରରୁ ସହ ଯୋଗ ପାଇ ଖୁସି ହୋଇପାରନ୍ତି। କୁଳ-ମର୍ଯ୍ୟାଦା ରକ୍ଷା କରିବାରେ ସକ୍ଷମ ହେବେ। ମନ ପ୍ରସନ୍ନ ରହିବ। ଶରୀର ସୁସ୍ଥ ରହିବ। ଦୟାଳୁ ସ୍ୱଭାବର ହେବେ। ବ୍ୟବସାୟ ଲାଭଜନକ ହେବ। ଶୁଭ ରଙ୍ଗ ପିଙ୍କ୍। ଶୁଭ ଅଙ୍କ ୭।

କୁମ୍ଭ – ଧୈର୍ଯ୍ୟବାନ ହେବେ। ସାହସୀ ହୋଇପାରନ୍ତି। ସେବା- ପୂଜାରେ ମନୋନିବେଶ କରିପାରନ୍ତି। ଭାଗ୍ୟଶାଳୀ ହେବେ। ଦିନଟି ଭୋଗ-ବିଳାସରେ ଅତିବାହିତ ହେବ। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିପାରନ୍ତି। ଶୁଭ ରଙ୍ଗ ପିଚ୍। ଶୁଭ ଅଙ୍କ ୩।

ମୀନ – ଭୋଜାନାଦିରେ ତୃପ୍ତି ମିଳିବ। ଧନକ୍ଷୟ ହେବାର ସମ୍ଭାବନା ଅଛି। ଇର୍ଷାଳୁ ସ୍ୱଭାବର ହୋଇପାରନ୍ତି। ସ୍ୱାଭିମାନୀ ହେବେ। ଶାରିରୀକ ଦୁର୍ବଳତା ଅନୁଭବ କରିବେ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କତା ସହ ଚଳିବେ। ଶୁଭ ରଙ୍ଗ ଧଳା। ଶୁଭ ଅଙ୍କ ୨।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.