୨୪ ଅକ୍ଟୋବର, ବୁଧବାର

Published By : Prameya-News7 Bureau | October 24, 2018 IST

ମେଷ – ଗୃହକାର୍ଯ୍ୟ ତ୍ୱରାନ୍ୱିତ କରିବେ । ଅଧିକ ବ୍ୟୟର ସମ୍ମୁଖୀନ ହେବେ । ଥଣ୍ଡା କଫ ଜନିତ ସାମାନ୍ୟ ପୀଡା ଅନୁଭବ କରିପାରନ୍ତି । ବୃଷ – ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ସୁସ୍ଥ ଓ ନିରାମୟ ରହିବେ । ଯଶସ୍ୱୀ ହେବେ । ଲୋକପ୍ରିୟତା ଅର୍ଜନ କରିବେ । ଚଞ୍ଚଳ ପ୍ରକୃତିର ହୋଇପାରନ୍ତି । ମିଥୁନ - ମନୋବଳ ଦୃଢ ରହିବ । ପାରିବାରିକ ଆଦର,ସମ୍ମାନ ପାଇପାରନ୍ତି । କୁଳ ମର୍ଯ୍ୟାଦା ରକ୍ଷା କରିବାରେ ସକ୍ଷମ ହେବେ । ବ୍ୟବସାୟ ଲାଭଜନକ ହେବ । କର୍କଟ- ପାରିବାରିକ ଅଶାନ୍ତିର ଅବସାନ ଘଟିବ । ଦାନ-ଧର୍ମରେ ଦୀକ୍ଷିତ ହୋଇପାରନ୍ତି । ଭାଗ୍ୟଶାଳୀ ହେବେ । ଦିନଟି ଭୋଗ ବିଳାସରେ କଟାଇପାରନ୍ତି । ସିଂହ – ପାରିବାରିକ ଅଶାନ୍ତି ଉପୁଜି ପାରେ । ଈର୍ଷା ପରାୟଣ ହୋଇପାରନ୍ତି । ସ୍ୱାଭିମାନୀ ହେବେ । ଧନକ୍ଷୟ ହେବାର ସମ୍ଭାବନା ଅଛି । କନ୍ୟା – କାର୍ଯ୍ୟରେ ସଫଳତା ଲାଭ କରିବେ । ଆମୋଦ-ପ୍ରମୋଦରେ ଦିନଟି ଅତିବାହିତ କରିବେ । ବ୍ୟବସାୟ ଲାଭଜନକ ହେବେ । ତୁଳା – ଆତ୍ମଗର୍ବୀ ହୋଇପାରନ୍ତି । ଭାଇମାନଙ୍କ ପ୍ରତି ସ୍ନେହ ସଦିଚ୍ଛା ଭାବ ରହିବ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ । ଶତ୍ରୁହନ୍ତା ହୋଇପାରନ୍ତି । ବିଛା – ମନ୍ତ୍ରଣା ଶକ୍ତି ଯୁକ୍ତ ହୋଇ ପାରନ୍ତି । ଚଞ୍ଚଳ ଚେଷ୍ଟିତ ହେବେ । ଆକସ୍ମିକ ଧନଲାଭର ସୂଚନା ମିଳୁଛି । ବ୍ୟବସାୟରୁ ପ୍ରଚୁର ଲାଭ ମିଳିପାରେ । ଧନୁ – ଧନ ଅର୍ଜନ କରିବା ସହିତ ଧର୍ମ କାର୍ଯ୍ୟରେ ମନୋନିବେଶ କରିପାରନ୍ତି । ଉଦାର ସ୍ୱଭାବର ହେବେ । ଦାନଶୀଳ ହୋଇପାରନ୍ତି । ମକର – ସାଙ୍ଗଠନିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି । ମନ ପ୍ରସନ୍ନ ରହିବ । ଆସ୍ତିକ ସ୍ୱଭାବର ହେବେ । ମଧୁର ଭାଷୀ ହୋଇପାରନ୍ତି । କୁମ୍ଭ - ଭବିଷ୍ୟତ ପାଇଁ ଚିନ୍ତାଶୀଳ ହେବେ । ଭାଗ୍ୟଶାଳୀ ହୋଇପାରନ୍ତି । ଶୋଭନ ବ୍ୟକ୍ତିତ୍ୱର ଆଧାର ହୋଇପାରନ୍ତି । ପରଦେଶୀ,ସହନଶୀଳ,ଶାନ୍ତିପ୍ରିୟ, ମଧୁର ଭାଷୀ ଓ ଉଦାର ବିଦ୍ୟାପ୍ରେମୀ ହୋଇପାରନ୍ତି । ମୀନ - କାର୍ଯ୍ୟରେ ସଫଳତା ଲାଭ କରିବେ । ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି । ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ । ଆୟ ପରିମାଣ ବୃଦ୍ଧି ପାଇବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.