ଡିସେମ୍ବର ୨୦ ତାରିଖ, ଶୁକ୍ରବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | December 20, 2019 IST

ମେଷ– ପରିସ୍ଥିତିକୁ ଆୟତ୍ତାଧୀନ କରିପାରନ୍ତି । ଦୁଶ୍ଚିନ୍ତା ଦୂରହେବ । ଚଞ୍ଚଳ ପ୍ରକୃତିର ହେବେ । ଆକସ୍ମିକ ଧନଲାଭର ସୂଚନା ମିଳୁଛି । ତନ୍ତ୍ର-ମନ୍ତ୍ରାଦି ଗୁପ୍ତ ବିଦ୍ୟାପ୍ରତି ଆଗ୍ରହ ପ୍ରକାଶ କରିବେ । ଶୁଭରଙ୍ଗ ପିଙ୍କ୍ । ଶୁଭଅଙ୍କ ୩ ।

ବୃଷ– ଅନ୍ୟକୁ ସାହାଯ୍ୟ କରି ଅପଦସ୍ତ ହୋଇପାରନ୍ତି । କଳହଠାରୁ ଦୂରେଇ ରହିବେ । ଉଦାର ପ୍ରକୃତିର ହୋଇପାରନ୍ତି । ଦାନଶୀଳ ହେବେ । ଶୋଭନ ବ୍ୟକ୍ତିତ୍ୱ ସମ୍ପନ୍ନ ହୋଇପାରନ୍ତି । କୃଷି ଉପରେ ଧ୍ୟାନ ଦେବେ । ଶୁଭରଙ୍ଗ ମେରୁନ୍ । ଶୁଭ ଅଙ୍କ ୭ ।

ମିଥୁନ – ଲୋକସଂପର୍କ ବୃଦ୍ଧି ହୋଇପାରେ । ଦୃଢ ମନୋବଳ ନେଇ କାର୍ଯ୍ୟରେ ଆଗେଇବେ । ମନ ପ୍ରସନ୍ନ ରହିବ । ଆସ୍ତିକ ସ୍ୱଭାବର ହେବେ । ଥଣ୍ଡା-କଫରେ ଆକ୍ରାନ୍ତ ହେବେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୯ ।

କର୍କଟ–ଆଶାବାଦୀ ହୋଇପାରନ୍ତି । ଭାଗ୍ୟଶାଳୀ ହେବେ । ପରଦେଶବାସୀ, ମଧୁରଭାଷୀ, ଉଦାରବିଦ୍ୟାପ୍ରେମୀ ହୋଇପାରନ୍ତି । ଏକ ପତ୍ନୀବ୍ରତ ଆଚରଣ କରିବେ । ମିତ୍ରସୁଖ ଲାଭ କରିବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୪ ।

ସିଂହ –ମାଲିମୋକଦ୍ଦମାର ସମ୍ମୁଖୀନ ହୋଇପାରନ୍ତି । ବଳଶାଳୀ ହେବେ । ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି । ଅଦାଲତି ମାମଲାରେ ବିଜୟୀ ହେବେ । ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ । ନୂଆ ବନ୍ଧୁ ଜୁଟିବେ ।ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୨ ।

କନ୍ୟା –ଭ୍ରାତୃ ଜଞ୍ଜାଳରେ ବ୍ୟସ୍ତ ରହିପାରନ୍ତି । ବ୍ୟୟ ବୃଦ୍ଧିର ସୂଚନା ମିଳୁଛି । ଥଣ୍ଡା-କଫ ଜନିତ ପୀଡାଭୋଗ କରିପାରନ୍ତି । ମଧୁର ଭାଷା ବ୍ୟବହାର କରି ପରକୁ ଆପଣାର କରିପାରନ୍ତି । ଶୁଭ ରଙ୍ଗ କ୍ରୀମ୍ ।ଶୁଭ ଅଙ୍କ ୭ ।

ତୁଳା– ଆୟ ଆଶାନୁରୂପ ହେବ । ଯଶସ୍ୱୀ ହେବେ । ଲୋକପ୍ରିୟତା ଅର୍ଜନ କରିପାରନ୍ତି । ଚଞ୍ଚଳ ପ୍ରକୃତିର ହେବେ । ସରକାରୀ ସ୍ତରରେ ସମ୍ମାନିତ ହୋଇପାରନ୍ତି । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୧ ।

ବିଛା–କର୍ମସଂସ୍ଥାନରେ ଯୋଗ ଦେଇ ଖୁସି ହୋଇପାରନ୍ତି । ଆତ୍ମସନ୍ତୋଷ ଲାଭ କରିବେ । କୁଳଦୀପକ ହେବେ । ମନ ପ୍ରସନ୍ନରହିବ । ଦୟାଳୁ ସ୍ୱଭାବର ହୋଇପାରନ୍ତି । ବ୍ୟବସାୟ ଲାଭଜନକ ହେବ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୮ ।

ଧନୁ –କର୍ମକ୍ଷେତ୍ରରେ ଶାନ୍ତିର ବାତାବରଣ ସୃଷ୍ଟିହେବ । ସତ୍କାର୍ଯ୍ୟରେ ବ୍ୟୟ କରିପାରନ୍ତି । ଭାଗ୍ୟଶାଳୀହେବେ । ଦିନଟି ଭୋଗବିଳାସରେ ଅତିବାହିତ କରିପାରନ୍ତି । ସାହସୀ ଓ ବିଦ୍ୱାନ ହେବେ ।ଶୁଭରଙ୍ଗବ୍ରାଉନ୍ । ଶୁଭ ଅଙ୍କ ୫ ।

ମକର–ଭାଇ-ଭାଇମାନଙ୍କ ମଧ୍ୟରେ ମନୋମାଳିନ୍ୟ ଘଟିପାରେ ।ସୁଖମିଳିବ କିନ୍ତୁ କଷ୍ଟ ଭୋଗୀ ପାରନ୍ତି । ଈର୍ଷାଳୁ ସ୍ୱଭାବର ହୋଇପାରନ୍ତି । ଶାରିରୀକ ଦୁର୍ବଳତା ଅନୁଭବ କରିପାରନ୍ତି ।ଶୁଭରଙ୍ଗ ୟେଲୋ । ଶୁଭ ଅଙ୍କ ୯ ।

କୁମ୍ଭ -କର୍ମକ୍ଷେତ୍ରରେ ସର୍ବଦା ପ୍ରସନ୍ନ ରହିବେ । ବନ୍ଧୁସହଯୋଗ ପାଇଖୁସି ହୋଇପାରନ୍ତି । ବ୍ୟବସାୟ ଲାଭଜନ କହେବ । ମନରେ ଅହଂଭାବ ଆସିପାରେ । ଶାନ୍ତ ଓ ଧୈର୍ଯ୍ୟବାନ୍‌ ହେବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୩ ।

ମୀନ – ଅଧିକ ଦାୟିତ୍ୱବହନ କରିବେ । ନିରବ ଭାବ ପ୍ରଦର୍ଶନ କରିପାରନ୍ତି । ଭାଇମାନଙ୍କ ମଧ୍ୟରେ ଶ୍ରଦ୍ଧା ଭାବ ରହିବ । ବଳିଷ୍ଠ ଓ ଶତ୍ରୁହନ୍ତା ହୋଇପାରନ୍ତି । ଚାକିରି କ୍ଷେତ୍ରରେ ଉଚ୍ଚ କର୍ତ୍ତୃ ପକ୍ଷଙ୍କ ଶ୍ରଦ୍ଧାଭାଜନ ହେବେ । ଶୁଭରଙ୍ଗ କ୍ରୀମ୍ ।ଶୁଭ ଅଙ୍କ ୭ ।

wp:paragraph {"align":"right"}

ଜ୍ୟୋତିର୍ବିଦ -ତ୍ରିନନ୍ଦନ ମିଶ୍ର

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.