ଡିସେମ୍ବର ୧୯ ତାରିଖ, ଗୁରୁବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ
19/12/2019 at 6:57 AM

ମେଷ–ଗୃହରୁ ଶାନ୍ତି ମିଳିବ। ବାଦ-ବିବାଦର ଆପୋଷ ସମାଧାନ ହେବ। ଉଦାର ପ୍ରକୃତିର ହେବେ। ମଧୁର ଭାଷୀ ହୋଇପାରନ୍ତି। ବ୍ୟକ୍ତିତ୍ୱର ବିକାଶ ଘଟାଇ ପାରନ୍ତି। ସ୍ୱାସ୍ଥ୍ୟ ଖରାପ ହୋଇପାରେ। ଶୁଭରଙ୍ଗ ଧଳା। ଶୁଭଅଙ୍କ ୪।
ବୃଷ–ବ୍ୟବସାୟରୁ ସ୍ୱଳ୍ପ ଲାଭ ମିଳିପାରେ। ପରିଶ୍ରମର ମୂଲ୍ୟ ମିଳିବ। ମନ ପ୍ରସନ୍ନ ରହିବ। ଆସ୍ତିକ ସ୍ୱଭାବର ହୋଇପାରନ୍ତି। ମିଷ୍ଟଭାଷୀ ହେବେ। ଥଣ୍ଡା-କଫରେ ପୀଡିତ ହୋଇପାରନ୍ତି। ଶୁଭରଙ୍ଗ ଧୂସର। ଶୁଭ ଅଙ୍କ ୯।
ମିଥୁନ – କାର୍ଯ୍ୟରେ ସଫଳତା ଲାଭ କରିବେ। ପରମ ସୌଭାଗ୍ୟଶାଳୀ ହେବେ।ଉତ୍ତମ ବ୍ୟକ୍ତି ଭାବେ ସାମାଜିକ ସ୍ତରରେ ସ୍ୱୀକୃତି ପାଇବେ। ଧନାଗମ ହେବାର ସମ୍ଭାବନା ଅଛି। ଶୁଭ ରଙ୍ଗ ୟେଲୋ। ଶୁଭ ଅଙ୍କ ୨।
କର୍କଟ–ଯେକୌଣସି ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ରୁଚିକର ଭୋଜନରେ ଆପ୍ୟାୟିତ ହେବେ।ଐଶ୍ୱର୍ଯ୍ୟଯୁକ୍ତ ହେବେ। ବ୍ୟବସାୟ ଲାଭଜନକ ହେବ। ସୈନିକମାନେ ରଣାଙ୍ଗନରେ ବୀରତ୍ୱ ପ୍ରକାଶ କରିବେ। ଶୁଭ ରଙ୍ଗ ନୀଳ। ଶୁଭ ଅଙ୍କ ୬।
ସିଂହ –ଭାବି ଚିନ୍ତି କାର୍ଯ୍ୟ କରିବେ। ପଥରୋଧର ସମ୍ମୁଖୀନ ହୋଇପାରନ୍ତି। ଥଣ୍ଡା-କଫ ଜନିତ ଅସୁସ୍ଥତା ଅନୁଭବ କରିପାରନ୍ତି। ଚଞ୍ଚଳ ସ୍ୱଭାବର ହେବେ। ଆଖିରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିପାରନ୍ତି। ଶୁଭ ରଙ୍ଗ ବ୍ରାଉନ୍। ଶୁଭ ଅଙ୍କ ୭।
କନ୍ୟା –ଶତ୍ରୁ ଚିନ୍ତାରେ ମନ ବ୍ୟସ୍ତ ରହିବ। ଆମୋଦ-ପ୍ରମୋଦରେ ଦିନ ବିତାଇବେ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ। ଯଶସ୍ୱୀ ହେବେ। ଲୋକପ୍ରିୟତା ଅର୍ଜନ କରିବେ। ବିଭାଗୀୟ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଶୁଭରଙ୍ଗ ଧୂସର। ଶୁଭ ଅଙ୍କ ୧।
ତୁଳା–ଉଚ୍ଚ କର୍ତ୍ତୃପକ୍ଷଙ୍କ ସାହାର୍ଯ୍ୟ ପାଇବେ। ସାରା ଦିନ କାର୍ଯ୍ୟ ବ୍ୟସ୍ତ ରହିବେ। କୁଳ ଉଜ୍ଜ୍ୱଳକାରୀ ହେବେ। ମନ ପ୍ରସନ୍ନ ରହିବ। ଦୟାଳୁ ସ୍ୱଭାବର ହେବେ। ବ୍ୟବସାୟ ଲାଭ ଜନକ ହେବ। ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୬।
ବିଛା–ସେବା-ପୂଜାରେ ନିମଗ୍ନ ହୋଇପାରନ୍ତି। ଭାଗ୍ୟଶାଳୀ ହେବେ। ଦିନଟି ଭୋଗ-ବିଳାସରେ ଅତିବାହିତ କରିପାରନ୍ତି।ସୁଖ-ସମୃଦ୍ଧି ପୂର୍ଣ୍ଣ ଜୀବନ ଯାପନ କରିବେ। ଉଦ୍ୟୋଗୀ ହେବେ। ଶୁଭ ରଙ୍ଗ ନୀଳ। ଶୁଭ ଅଙ୍କ ୪।
ଧନୁ – ଅର୍ଥ ପ୍ରାପ୍ତିର ସୂଚନା ମିଳିବ। ଶୁଭ ଖବର ପାଇ ଖୁସି ହୋଇପାରନ୍ତି। ସ୍ୱାଭିମାନୀ ହେବେ । ସର୍ଦି-କଫରେ ପୀଡିତ ହୋଇପାରନ୍ତି। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବେ। ଶୁଭ ରଙ୍ଗ ଧଳା। ଶୁଭ ଅଙ୍କ ୮।
ମକର– ଅର୍ଥ ପ୍ରାପ୍ତର ମାର୍ଗ ସୁଗମ ହେବ। ତଥାପି ମନର ଉଦ୍ ବେଗକୁ ଚାପି ରଖିବାକୁ ପଡିବ।ବ୍ୟବସାୟ ଲାଭ ଜନକ ହେବ। ସମାଜସେବୀ ହୋଇପାରନ୍ତି। ଶାନ୍ତ ଓ ଧୈର୍ଯ୍ୟ ବାନ ହେବେ। ଶୁଭ ରଙ୍ଗ ଗ୍ରୀନ୍। ଶୁଭ ଅଙ୍କ ୨।
କୁମ୍ଭ -କାର୍ଯ୍ୟ କ୍ଷେତ୍ରରେ ଉନ୍ନତିର ମାର୍ଗ ଅନୁଶରଣ କରିବେ। ମନୋବଳ ଦୃଢ ରହିବ। ଚକ୍ଷୁରେ ପୀଡା ଉପୁଜି ପାରେ।ଭାଇମାନଙ୍କ ପ୍ରତି ସ୍ନେହ ଭାବ ରହିବ। ଶତ୍ରୁହନ୍ତା ହୋଇପାରନ୍ତି। ଶୁଭ ରଙ୍ଗ ଲାଲ୍। ଶୁଭ ଅଙ୍କ ୫।
ମୀନ – ବନ୍ଧୁ ମେଳରେ ସମୟ ବିତାଇ ପାରନ୍ତି। ନିଜ ସମ୍ମାନକୁ ଜଗି ଚଳିବାକୁ ପଡିବ। ଚଞ୍ଚଳ ପ୍ରକୃତିର ହେବେ। ଆକସ୍ମିକ ଧନ ଲାଭର ସୂଚନା ମିଳୁଛି। ବ୍ୟବସାୟରୁ ପ୍ରଚୁର ଲାଭ ମିଳିବ। ଶୁଭ ରଙ୍ଗ କ୍ରୀମ୍।ଶୁଭ ଅଙ୍କ ୩।
ଜ୍ୟୋତିର୍ବିଦ – ତ୍ରିନନ୍ଦନ ମିଶ୍ର