ଡିସେମ୍ବର ୧୫ ତାରିଖ, ରବିବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | December 15, 2019 IST

ମେଷ – ନିଜ କାର୍ଯ୍ୟର ସମୀକ୍ଷା କରିପାରନ୍ତି। ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡିବ। ଧନବାନ୍ ହେବେ। ଅପାର ଗୁଣର ଅଧିକାରୀ ହୋଇପାରନ୍ତି। ଉପାର୍ଜନକାରୀ ଓ ବଳିଷ୍ଠ ହେବେ। ଶୁଭ ରଙ୍ଗ ୟେଲୋ। ଶୁଭ ଅଙ୍କ ୭।

ବୃଷ – ପୈତୃକ ସମ୍ପତ୍ତିକୁ ନେଇ ଅଶାନ୍ତି ସୃଷ୍ଟି ହୋଇପାରେ। ବ୍ୟୟ ବୃଦ୍ଧିର ସୂଚନା ମିଳୁଛି। ବିବାଦୀୟ ବିତର୍କରେ ଭାଗ ନ ନେଇ ଚୁପ୍ ରହିବା ଭଲ। ଶୁଭ କାର୍ଯ୍ୟ ବର୍ଜନୀୟ। ମିତ୍ରମାନେ ଆଡ ହୋଇଯାଇପାରନ୍ତି। ଶୁଭ ରଙ୍ଗ ଧୂସର। ଶୁଭ ଅଙ୍କ ୩।

ମିଥୁନ – ଯାତ୍ରାଦିରେ ସଫଳତା ମିଳିବ। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ସୁସମ୍ବାଦ ପାଇ ଖୁସି ହୋଇପାରନ୍ତି। ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିବେ। ସତ୍ କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ଶୁଭ ରଙ୍ଗ ନୀଳ। ଶୁଭ ଅଙ୍କ ୪।

କର୍କଟ – ନୂତନ ପଦକ୍ଷେପ ନେଇ କାର୍ଯ୍ୟ କରିବେ। ସାଧନାରେ ସିଦ୍ଧି ପ୍ରାପ୍ତ ହେବେ। ସୁସମ୍ବାଦ ପାଇ ଉତ୍‌ଫୁଲ୍ଲିତ ହେବେ। କର୍ମ କ୍ଷେତ୍ର ସଫଳମୟ ହେବ। ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେବ। ଶୁଭ ରଙ୍ଗ ଗ୍ରୀନ୍। ଶୁଭ ଅଙ୍କ ୭।

ସିଂହ – କାର୍ଯ୍ୟରେ ସବୁ ବାଧା-ବିଘ୍ନକୁ ଏଡାଇ ଆଗକୁ ବଢିପାରନ୍ତି। ଦାନ-ଧର୍ମରେ ଦୀକ୍ଷିତ ହେବେ। କାର୍ଯ୍ୟରେ ସଫଳତା ଲାଭ କରିବେ। କ୍ଷମତାର ଅଭିବୃଦ୍ଧି ଘଟିବ ଓ ତା’ର ସଦ୍ ବ୍ୟବହାର କରିପାରନ୍ତି। ଶୁଭ ରଙ୍ଗ ଧଳା। ଶୁଭ ଅଙ୍କ ୧।

କନ୍ୟା – ସହକର୍ମୀଙ୍କୁ ବିରୋଧ କରିପାରନ୍ତି। ଆର୍ଥିକ ସ୍ଥିତି ଦୁର୍ବଳ ରହିବ। ଶୁଭ କାର୍ଯ୍ୟ ବର୍ଜନ କରିବା ଉଚିତ୍। ଦୁଶ୍ଚିନ୍ତା ମଧ୍ୟ ଦେଇ ଗତି କରିବେ। ପ୍ରିୟଭାଷୀ ହେବେ। ବଳବାନ୍ ହୋଇପାରନ୍ତି। ଶୁଭ ରଙ୍ଗ ବ୍ରାଉନ୍। ଶୁଭ ଅଙ୍କ ୩।

ତୁଳା – ଆମୋଦ ପ୍ରମୋଦରେ ଦିନଟି ଅତିବାହିତ କରିପାରନ୍ତି। ସୁଖ କର ଘଟଣା ମାନ ଘଟିବ। ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ସୁଖାଦ୍ୟ ପାଇଁ ଆନନ୍ଦ ଅନୁଭବ କରିବେ। ଶୁଭ ରଙ୍ଗ କଫି। ଶୁଭ ଅଙ୍କ ୭।

ବିଛା – ନୂତନ ଅଭିଜ୍ଞତା ଓ ଜ୍ଞାନ ଲାଭ କରିବେ। ଶତ୍ରୁକୁ ପରାଜିତ କରିବେ। ମାନସିକ ଶାନ୍ତି ଫେରି ପାଇବେ। ସୁସମ୍ବାଦ ପାଇ ଖୁସି ହୋଇପାରନ୍ତି। ବ୍ୟସ୍ତ ବହୁଳ କାର୍ଯ୍ୟରେ ନିମଗ୍ନ ହେବେ। ଶୁଭ ରଙ୍ଗ ୟେଲୋ। ଶୁଭ ଅଙ୍କ ୨।

ଧନୁ – ଗୃହ କାର୍ଯ୍ୟରେ ଆନନ୍ଦ ଅନୁଭବ କରିବେ। ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ। ଶ୍ରମ ସାର୍ଥକ ହେବ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। ହଠାତ୍ କିଛି ଧନ ମିଳିବା ଆଶା କରାଯାଏ। ଶୁଭ ରଙ୍ଗ ଧୂସର। ଶୁଭ ଅଙ୍କ ୮।

ମକର – ପରିବେଶ ଆନନ୍ଦଦାୟକ ହୋଇପାରେ। ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେବ। ଶୁଭ କାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ଠାକୁରଙ୍କ ଦର୍ଶନ ଲାଭ କରି ଆତ୍ମ ସନ୍ତୋଷ ଲାଭ କରିବେ। ଶୁଭ ରଙ୍ଗ କ୍ରୀମ୍। ଶୁଭ ଅଙ୍କ ୫।

କୁମ୍ଭ – ଶତ୍ରୁମାନେ ମୁଣ୍ଡଟେକି ପାରନ୍ତି। ବିବାଦୀୟ ଘଟଣାରେ ବିଜୟୀ ହେବେ। ସମୃଦ୍ଧିର ମୂଳ ଦୁଆ ପଡିବ। ଯଶସ୍ୱୀ ହୋଇପାରନ୍ତି। ତନ୍ତ୍ର-ମନ୍ତ୍ରାଦି ଗୁପ୍ତ ବିଦ୍ୟା ତଥା ଜ୍ୟୋତିଷ ବିଦ୍ୟାପ୍ରତି ରୁଚି ରହିବ। ଶୁଭ ରଙ୍ଗ ନାରଙ୍ଗୀ। ଶୁଭ ଅଙ୍କ ୨।

ମୀନ – ନିଜ କାର୍ଯ୍ୟ ଆନନ୍ଦଦାୟକ ହେବ। ବିଭିନ୍ନ ସ୍ତରରୁ ଧନାଗମର ସୂଚନା ମିଳୁଛି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ମନ ଚଞ୍ଚଳ ରହିବ। ପାରପାଶ୍ୱିର୍କ ଅବସ୍ଥାକୁ ନେଇ ସୁଚିନ୍ତିତ ମତ ବ୍ୟକ୍ତ କରିପାରନ୍ତି। ଶୁଭ ରଙ୍ଗ ଲାଲ୍। ଶୁଭ ଅଙ୍କ ୩।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.