Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୋମବାରଠୁ ଶୀତ ଅଧିବେଶନ, ପ୍ରଥମ ଦିନରେ କୃଷି ବିଲ୍ ରବ୍ଦ ନେଇ ଆସିବ ପ୍ରସ୍ତାବ
  • ||

ଡିସେମ୍ବର ୧୩ ତାରିଖ, ଶୁକ୍ରବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

13/12/2019 at 6:48 AM

ମେଷ– ମନରେ ଆନନ୍ଦ ପ୍ରକାଶ ପାଇବ। ନୂତନ ଚିନ୍ତା ଶୈଳୀ ଜାଗ୍ରତ ହେବ। ବାଣିଜ୍ୟ କ୍ଷେତ୍ରରେ ଉନ୍ନତି ହେବ। ଆଥିର୍କ କ୍ଷେତ୍ରରେ ଉନ୍ନତି ହୋଇପାରେ। ପ୍ରେମିକ ପ୍ରେମିକା ମଧ୍ୟରେ ମଧୁର ସଂପର୍କ ଜାତ ହେବ। ଶୁଭ ରଙ୍ଗ ୟେଲୋ। ଶୁଭ ଅଙ୍କ ୬।

ବୃଷ – ପୂର୍ବରୁ ଥିବା କାର୍ଯ୍ୟ ସମାପ୍ତ କରିବେ। ବ୍ୟବସାୟରେ ଉନ୍ନତି ହେବ। ଚାକିରୀ କ୍ଷେତ୍ରରେ ଆସନ ପରିବର୍ତ୍ତନ ହେବ। ଭ୍ରମଣ ଯୋଗର ସୂତ୍ରପାତ ହେବ। ପାରିବାରିକ ସଂପର୍କ ମଧୁର ହେବ। ଶୁଭ ରଙ୍ଗ କଫି। ଶୁଭ ଅଙ୍କ ୨।

ମିଥୁନ – ଦୁଃଖ କଷ୍ଟରେ ଥିବା ବନ୍ଧୁଙ୍କୁ ସାହାର୍ଯ୍ୟ କରିବେ। କର୍ମକ୍ଷେତ୍ରରେ ସମ୍ମାନିତ ହେବେ। ବିବାଦରେ ଜିତାପଟ ନେବେ। ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବ। ପାରିବାରିକ କ୍ଷେତ୍ରରେ ଉନ୍ନତି ପ୍ରଚେଷ୍ଟା କରିବେ । ଶୁଭ ରଙ୍ଗ କ୍ରୀମ୍। ଶୁଭ ଅଙ୍କ ୫।

କର୍କଟ – ବ୍ୟବସାୟରେ ଉନ୍ନତି ହେବ। କର୍ମ କ୍ଷେତ୍ରରେ ସଫଳତା , ନୂତନ କର୍ମ ପ୍ରାପ୍ତି ହେବ। କ୍ରୀଡା ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ। ମହିଳାମାନେ ଶୁଭ କର୍ମରେ ଯୋଗ ଦେବେ। ଶୁଭ ରଙ୍ଗ କଫି। ଶୁଭ ଅଙ୍କ ୩।

ସିଂହ – ନୂତନ ଗଳ୍ପ ଲେଖିବେ। ଜ୍ଞାନ ଗବେଷଣାରେ ମନ ଦେବେ। ପାରିବାରିକ ସଂପର୍କ ମଧୁର ହେବ। ବହୁ ଦିନରୁ ଥିବା କାର୍ଯ୍ୟରେ ଉନ୍ନତି ଆସିବ। ଜୀବିକା ପାଇଁ ନୂଆ କାମ ମିଳିବ। ଶୁଭ ରଙ୍ଗ ଗ୍ରୀନ୍। ଶୁଭ ଅଙ୍କ ୮।

କନ୍ୟା – କର୍ମ କ୍ଷେତ୍ରରେ ସଫଳତା କମ୍ ପାଇବେ। ଜୀବନ ଶୈଳୀ ପରିବର୍ତ୍ତନ ହେବ। ଚାକିରୀ କ୍ଷେତ୍ରରେ ଆସନ ପରିବର୍ତ୍ତନ ହେବ। ଖର୍ଚ୍ଚ ଭାର ବଢି ଯିବ। ଜ୍ଞାନ ଗବେଷଣାରେ ଉନ୍ନତି ହେବ। ଶୁଭ ରଙ୍ଗ ଧୂସର। ଶୁଭ ଅଙ୍କ ୧।

ତୁଳା –ଆର୍ôଥକ ସ୍ଥିତି ବଳବାନ ହେବ। ବାଣିଜ୍ୟ ବ୍ୟବସାୟରେ ଉନ୍ନତି ହେବ। ନୂତନ କର୍ମ ଯୋଗ ମିଳିବ। ଅନ୍ୟ ଠାରୁ ସହ ଯୋଗ ମିଳିବ। ଜ୍ଞାନ ଗବେଷଣାରେ ଉନ୍ନତି ହେବ। ଶୁଭ ରଙ୍ଗଧଳା। ଶୁଭ ଅଙ୍କ ୬।

ବିଛା – ଆର୍ଥିକ ଓ ପାରିବାରିକ କ୍ଷେତ୍ରରେ ଉନ୍ନତି ହେବ। ବିବାଦରେ ଜିତାପଟ ନେବେ। ଭୂମି ପ୍ରାପ୍ତି ହୋଇପାରେ। ଆର୍ଥିକ କ୍ଷେତ୍ରରେ ଉନ୍ନତି ସହ ଦକ୍ଷତାର ସହିତ କାର୍ଯ୍ୟ ସମ୍ପାଦନ କରିବେ। ଶୁଭ ରଙ୍ଗ ନାରଙ୍ଗୀ। ଶୁଭ ଅଙ୍କ ୩।

ଧନୁ – କର୍ମ କ୍ଷେତ୍ରରେ ସମ୍ମାନିତ ହେବେ। ବାଣିଜ୍ୟ କ୍ଷେତ୍ରରେ ସଫଳତା ପାଇବେ। କଳା, ସଂସ୍କୃତି କ୍ଷେତ୍ରରେ ଉନ୍ନତି ହେବ। ପାରିବାରିକ କ୍ଷେତ୍ରରେ ସୌଖ୍ୟ ବୃଦ୍ଧି ହୋଇପାରେ। ଶୁଭ ରଙ୍ଗ ଧଳା। ଶୁଭ ଅଙ୍କ ୫।

ମକର – ବନ୍ଧୁ ମିଳନରୁ ବାକି ଥିବା କର୍ମ କରିବେ। ସ୍ୱାସ୍ଥ୍ୟ ପ୍ରତି ସଚେତନ ହୁଅନ୍ତୁ। କଥାବାର୍ତ୍ତାରେ ସତର୍କତା ଅବଲମ୍ବନ କରନ୍ତୁ। ବହୁ ପରିଶ୍ରମ କରିବେ। ମହିଳାମାନେ ଘରର ଉନ୍ନତି ପାଇଁ ବହୁ ଯୋଜନା ପରିକଳ୍ପନା କରିବେ। ଶୁଭ ରଙ୍ଗ କଫି। ଶୁଭ ଅଙ୍କ ୭।

କୁମ୍ଭ  – ନୂତନ କର୍ମ ଯୋଜନା ସ୍ଥିର ହେବ। ବ୍ୟବସାୟରେ ଉନ୍ନତି ପାଇଁ ପିତାଙ୍କ ସାହାର୍ଯ୍ୟ ଲୋଡିବେ। ପ୍ରଶାସନିକ କ୍ଷେତ୍ରରେ ଉନ୍ନତି ହେବ। ପାରିବାରିକ ସଂପର୍କ ମଧୁର ହେବ। ଶୁଭ ରଙ୍ଗ ଧଳା। ଶୁଭ ଅଙ୍କ ୪।

ମୀନ – ପ୍ରତ୍ୟେକ କାର୍ଯ୍ୟକୁ ଦାୟିତ୍ୱ ନେଇ କରିବେ। ବାଣିଜ୍ୟ କ୍ଷେତ୍ରରେ ଉନ୍ନତି ହେବ। ସାହିତ୍ୟ କଳା ସଂସ୍କୃତି କ୍ଷେତ୍ରରେ ଉନ୍ନତି କରିବେ। ଆର୍ଥିକ ସ୍ଥିତି ବଳବାନ ଏବଂ ପିଲାମାନଙ୍କର ଉନ୍ନତି ହେବ। ଶୁଭ ରଙ୍ଗ ଲାଲ୍। ଶୁଭ ଅଙ୍କ ୩।

   Related Posts