ଡିସେମ୍ବର ୧୨ ତାରିଖ, ଗୁରୁବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | December 12, 2019 IST

ମେଷ–ସୁଯୋଗର ଉପଯୋଗ କରିପାରନ୍ତି। ଶ୍ରମସାର୍ଥକ ହୋଇପାରେ। ଶୁଭଖବର ପାଇ ପ୍ରଫୁଲ୍ଲିତ ହେବେ।ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିପାରନ୍ତି। ସତ୍କର୍ମରେ ନିଜକୁ ନିୟୋଜିତ କରିବେ। ଶୁଭରଙ୍ଗ ପିଙ୍କ୍। ଶୁଭ ଅଙ୍କ ୨।

ବୃଷ–କର୍ମକ୍ଷେତ୍ରରେ ଶାନ୍ତିର ବାତାବରଣ ସୃଷ୍ଟିହେବ। ପ୍ରାଧାନ୍ୟ ବିସ୍ତାର କରିପାରନ୍ତି। ସୁସମ୍ବାଦ ପାଇ ଉତ୍ଫୁଲ୍ଲିତ ହେବେ। କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ରହେବେ।ଶୁଭ ରଙ୍ଗ ଧଳା।ଶୁଭ ଅଙ୍କ ୧।

ମିଥୁନ – ଭଲ ରୋଜଗାର ହେବାର ସୂଚନା ମିଳୁଛି। ଜନ ସଂପର୍କବୃଦ୍ଧି ପାଇବ।କାର୍ଯ୍ୟରେ ସଫଳତା ଲାଭକରିବେ।କ୍ଷମତାର ଅଭିବୃଦ୍ଧି ଘଟାଇ ତା’ର ସଦ୍‌ ବ୍ୟବହାର କରିପାରନ୍ତି। ଶୁଭ ରଙ୍ଗ ଲାଲ୍।ଶୁଭ ଅଙ୍କ ୬।

କର୍କଟ– ନିଜ ସମ୍ମାନକୁ ଜଗି ଚଳିବାକୁ ପଡିବ। ଅନାଦର ହୋଇପାରନ୍ତି। ସାମାନ୍ୟ ଅସୁସ୍ଥତା ଅନୁଭବକରିବେ।ଅର୍ଥ ଟାଣ-ଟୁଣରହିବ।କେବଳ ଭାଗ ବ୍ୟବସାୟରେ ସାମାନ୍ୟ ପରିମାଣର ଲାଭମିଳିବ।ଶୁଭ ରଙ୍ଗ ନାରଙ୍ଗୀ।ଶୁଭ ଅଙ୍କ ୯।

ସିଂହ – ଅନିଶ୍ଚିତତା ଅନୁଭବ କଲେବି ଉଦ୍ୟମ ଜା ରିରଖିବେ।ସୁଖକର ଘଟଣାମାନ ଘଟିପାରେ । କର୍ମକ୍ଷେତ୍ରରେ ସଫଳତା ମିଳିବ। ଶୁଭ କାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି।ଶୁଭ ରଙ୍ଗ କ୍ରୀମ୍।ଶୁଭ ଅଙ୍କ ୪।

କନ୍ୟା –ବିଭିନ୍ନସ୍ତରରୁ ସହଯୋଗ ପାଇ ଶତ୍ରୁର ମୁକାବିଲା କରିବେ।ଶେଷରେ ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ। ସୁସମ୍ବାଦ ପାଇ ଖୁସି ହୋଇ ପାରନ୍ତି। ଶୁଭ ରଙ୍ଗ ଲାଲ୍।ଶୁଭ ଅଙ୍କ ୭।

ତୁଳା– ଧନ ସମ୍ପଦ ଲାଭର ସୂଚନା ମିଳୁଛି। ଅଧ୍ୟୟନ ରତ ହୋଇପାରନ୍ତି। ବିଭିନ୍ନ ଦିଗରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଶୁଭଖବର ମିଳିପାରେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଶୁଭରଙ୍ଗ ନୀଳ।ଶୁଭ ଅଙ୍କ ୩।

ବିଛା–ଯେକୌଣସି କାର୍ଯ୍ୟ କଲେବି, ସେଥିରେ ସଫଳତା ପାଇଁ ବହୁଚେଷ୍ଟା କରିବାକୁ ହେବ। ପରିଶ୍ରମ ମୂଲ୍ୟ ମିଳିବ।ସନ୍ତାନ ସୁଖ ପ୍ରାପ୍ତ କରିବେ।କେତେକ କ୍ଷେତ୍ରରେ ଭୁଲ-ବୁଝାମଣାର ବଶବର୍ତ୍ତୀ ହୋଇପାରନ୍ତି।ଶୁଭରଙ୍ଗକ୍ରୀମ୍।ଶୁଭ ଅଙ୍କ ୮।

ଧନୁ –ସଞ୍ଚୟର ଉପଯୋଗ କରିପାରନ୍ତି।କଳହ ଠାରୁ ନିଜକୁ ଦୂରେଇ ରଖିପାରନ୍ତି। ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି।ଶୁଭରଙ୍ଗ ବ୍ରାଉନ୍।ଶୁଭ ଅଙ୍କ ୧।

ମକର–ଖବର ଆପଣଙ୍କ ପାଇଁ ସୁଖକର ହେବ ନାହିଁ। ତଥାପି ଭାଗ୍ୟର ପରିବର୍ତ୍ତନ ଆଶା କରାଯାଏ।ବିଭିନ୍ନ ଦିଗରୁ ଧନାଗମ ହେବାରସୂଚନାମିଳୁଛି। ପରିବେଶ ସ୍ୱାସ୍ଥ୍ୟହାନିର କାରଣ ହୋଇପାରେ। ଶୁଭରଙ୍ଗ ଧୂସର।ଶୁଭ ଅଙ୍କ ୬।

କୁମ୍ଭ -ଧର୍ମ- ଧାରଣା ଆପଣଙ୍କୁବିଜୟସୂଚନା ପ୍ରଦାନ କରିବ। ଉଚ୍ଚ ଆଶା ପୂରଣହୋଇପାରେ। ଭଲ ଆୟହେବ।ସ୍ୱାସ୍ଥ୍ୟ ଅତୁଟରହିବ।ଉତ୍ତମଭୋଜନ ମିଳିବ। ନୂଆବନ୍ଧୁଜୁଟି ପାରନ୍ତି।ଶୁଭରଙ୍ଗଗ୍ରୀନ୍।ଶୁଭ ଅଙ୍କ ୨।

ମୀନ – ମୂଲ୍ୟବାନ୍ ଦ୍ରବ୍ୟଲାଭ ହୋଇପାରେ। ଯାତ୍ରା ସ୍ଥଗିତ ରଖିବା ଆପଣଙ୍କ ପାଇଁ ଭଲ ହେବ। ଅଯଥା ବିତର୍କରେଭାଗ ନ ନେଇ ଚୁପ୍‌ ରହିବାଭଲ।ବନ୍ଧୁ ବିରୋଧର ସମ୍ମୁଖୀନ ହୋଇପାରନ୍ତି। ଶୁଭରଙ୍ଗ ପିଙ୍କ୍।ଶୁଭ ଅଙ୍କ ୪।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.