ଡିସେମ୍ବର ୯ ତାରିଖ, ସୋମବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | December 09, 2019 IST

ମେଷ – କାର୍ଯ୍ୟନିଷ୍ଠା ବୃଦ୍ଧି ହୋଇପାରେ । ମନ ପ୍ରସନ୍ନ ରହିବ । ବିଭିନ୍ନ ସୂତ୍ରରୁ ଏପରିକି ସରକାରୀ ସ୍ତରରେ ସମ୍ମାନିତ ହେବା ସହ ଅର୍ଥ ପ୍ରାପ୍ତିର ସୁଯୋଗ ଅଛି । ଗୁଣର ପ୍ରସାର ଘଟାଇ ପାରନ୍ତି । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୩ ।

ବୃଷ – ମିତ୍ର ସଙ୍ଗ ଲାଭ କରିବେ । ସୁଖୀ ଓ ସମ୍ମାନିତ ହୋଇପାରନ୍ତି । ଉତ୍ତମ ଗୃହରେ ଅବସ୍ଥାନ କରିପାରନ୍ତି । ସରକାରୀ ଧନ ମିଳିପାରେ ।  ଉତ୍ତମଗୁଣର ଅଧିକାରୀ ହେବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୭ ।

ମିଥୁନ - ବନ୍ଧୁମାନଙ୍କ ସହିତ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ସୃଷ୍ଟି ହେବ । ଠାକୁରଙ୍କ ଦର୍ଶନ ଲାଭ କରିବାର ସୁଯୋଗ ଅଛି । ଯେକୌଣସି ସୂତ୍ରରୁ ଅର୍ଥ ମିଳିବ । ଜନୈକା ମହିଳାଙ୍କ ସହାୟତା ପାଇପାରନ୍ତି । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୯ ।

କର୍କଟ – ପ୍ରତିକୂଳ ପରିସ୍ଥିତି ଦେଖା ଦେଇ ପାରେ । ଧନ କ୍ଷୟ ହେବାର ସମ୍ଭାବନା ଅଛି । ଖର୍ଚ୍ଚାନ୍ତ ହୋଇପାରନ୍ତି । ଭାଗ ବ୍ୟବସାୟ ଲାଭଜନକ ହେବ । ସତ୍ କ୍ରିୟାଯୁକ୍ତ ହେବେ । ଭ୍ରାନ୍ତମନା ହୋଇପାରନ୍ତି । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୫ ।

ସିଂହ – ଅଯଥା ହନ୍ତସନ୍ତ ହେବେ । ଆମୋଦ-ପ୍ରମୋଦରେ ଦିନଟି ଅତିବାହିତ ହେବ । ବିବାଦୀୟ ଘଟଣାରେ ବିଜୟୀ ହେବେ । ଅର୍ଥପ୍ରାପ୍ତିର ସୂଚନା ମିଳୁଛି । ନାନା ସୁନ୍ଦର ଓ ମୂଲ୍ୟବାନ୍ ବସ୍ତୁ ଲାଭ ହୋଇପାରେ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୮ ।

କନ୍ୟା – ପାରସ୍ପରିକ ବୁଝାମଣା ଠିକ୍ ରହିବ । ଚିନ୍ତାଗ୍ରସ୍ତ ହୋଇପାରନ୍ତି । ସମ୍ମାନିତ ହେବେ । ଗଠନମୂଳକ କାର୍ଯ୍ୟରେ ମନୋନିବେଶ କରିପାରନ୍ତି । ଅର୍ଥ ପ୍ରାପ୍ତିର ସୁଯୋଗ ଜୁଟିଛି । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୧ ।

ତୁଳା – ନିଜ କୌଳିକ ବୃତ୍ତିରେ ମନ ଯୋଗ ସହକାରେ କାର୍ଯ୍ୟ କରିବେ । ବନ୍ଧୁଙ୍କ ସହିତ ଆନନ୍ଦ ଉତ୍ସବରେ କାର୍ଯ୍ୟ କରିପାରନ୍ତି । ବିନା ଚେଷ୍ଟାରେ ଅର୍ଥପ୍ରାପ୍ତ ହୋଇପାରେ । ଚିନ୍ତାଧାରା ଉନ୍ନତ ହେବ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୩ ।

ବିଛା – ସୁସ୍ଥ ଓ ନିରାମୟ ଜୀବନ-ଯାପନ କରିବେ । ଯାନବାହନ ସୁଖ ମିଳିବ । କୃଷିକ୍ଷେତ୍ରରେ ମନୋ ନିବେଶ କରିପାରନ୍ତି । ସୁଖ ଭୋଗ କରିପାରନ୍ତି । ପ୍ରଦୂଷଣ ମୁକ୍ତ ଗୃହରେ ବସତି ସ୍ଥାପନ ହୋଇପାରେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୭ ।

ଧନୁ – ବ୍ୟବସାୟରେ ଢେର ଉନ୍ନତି ଘଟିବ । ପରିଶ୍ରମର ମୂଲ୍ୟ ମିଳିବ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । କାର୍ଯ୍ୟ କ୍ଷେତ୍ର ଉତ୍ତରୋତ୍ତର ଉନ୍ନତି ହେବ । ବିନୀତ ସ୍ୱଭାବର ହେବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୬ ।

ମକର – ଭ୍ରାତୃ ବିବାଦରେ ପଡିପାରନ୍ତି । ସ୍ୱାଧିନ ଚିନ୍ତାଧାରା ନେଇ କାର୍ଯ୍ୟ କରି ଚାଲିବେ । ଆୟ ବୃଦ୍ଧିର ସୂଚନା ମିଳୁଛି । ସତ୍ କର୍ମରେ ବ୍ୟୟ କରିପାରନ୍ତି । ଆୟ ଆଶାନୁରୂପ ହେବ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୧ ।

କୁମ୍ଭ  - କାର୍ଯ୍ୟ କରିବାର ଅଭିଜ୍ଞତାରୁ ଦକ୍ଷତା ବୃଦ୍ଧି ହେବ । ସୁଖ-ସମ୍ମାନ ଲାଭ କରିପାରନ୍ତି । ଆୟ ଆଶାନୁରୂପ ହେବ । ସରକାରୀ ବା ବନ୍ଧୁ ସହାୟତାରେ ଲାଭବାନ୍ ହେବେ । ସ୍ୱାସ୍ଥ୍ୟ ଅତୁଟ ରହିବ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୪ ।

ମୀନ - ଅପେକ୍ଷା ନ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ସୁନାମଧ୍ୟେୟ ହୋଇପାରିବେ । ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ । ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡିବ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୯ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.