Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||
  • ନଭେମ୍ବରରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ
  • ||

ଡିସେମ୍ବର ୦୬ ତାରିଖ, ଶୁକ୍ରବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

6/12/2019 at 6:51 AM

ମେଷ – କାର୍ଯ୍ୟରେ ସଫଳତା ମିଳିବ । ବିଭିନ୍ନ ସ୍ତରରେ ସମ୍ମାନିତ ହୋଇପାରନ୍ତି । ସାଧନା ଫଳପ୍ରଦ ହେବ । ସରକାରୀ ସ୍ତରରୁ ଅର୍ଥ ପ୍ରାପ୍ତ ହୋଇପାରେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୮ ।

ବୃଷ – ନୂତନ ଗୃହ କ୍ରୟ କରିବାର ସୁଯୋଗ ମିଳିବ । ମନରେ ଭକ୍ତିଭାବ ଉଦୟ ହୋଇପାରେ । ସମ୍ମାନିତ ହେବେ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଆନନ୍ଦ-ଉଲ୍ଲାସରେ ସମୟ ଅତିବାହିତ ହେବ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୩ ।

ମିଥୁନ – ବର୍ତ୍ତମାନର ପରିସ୍ଥିତି ଆପଣଙ୍କ ପାଇଁ ଲାଭପ୍ରଦ ହେବ, ମାତ୍ର ସୁଖ ମିଳିବ ନାହିଁ । ଅଷ୍ଟମ ଚନ୍ଦ୍ର ସହିତ ଘାତଚନ୍ଦ୍ର ଏକତ୍ର ଭୋଗ ହେଉଥିବାରୁ ସତର୍କତାର ସହ ଚଳିବାକୁ ପଡିବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୯ ।

କର୍କଟ – ଭ୍ରାତୃବିବାଦର ସୁ-ସମାଧାନ ହୋଇପାରେ । ସୁଖ- ସନ୍ତୋଷ ଲାଭ କରିବେ । ବିଭିନ୍ନ ସୂତ୍ରରୁ ଅର୍ଥପ୍ରାପ୍ତିର ସୂଚନା ମିଳୁଛି । ଅନ୍ୟର ମଙ୍ଗଳ କାମନା କରି ନିଜେ ବିଶେଷ ଉପକୃତ ହୋଇପାରନ୍ତି । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୪ ।

ସିଂହ – କର୍ମକ୍ଷେତ୍ରରେ ତରବର ନ ହୋଇ ଅପେକ୍ଷାରତ ହେଲେ ସୁଫଳ ମିଳିବ । ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡିବ । ଶତ୍ରୁ ଉତ୍ପାତର ଅବସାନ ଘଟାଇ ମାନସିକ ଶାନ୍ତି ଫେରି ପାଇବେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୧ ।

କନ୍ୟା – ଦାୟିତ୍ୱରେ ପରିବର୍ତ୍ତନ ଘଟିପାରେ । ସୁସମ୍ବାଦ ପାଇ ଖୁସି ହୋଇପାରନ୍ତି । ମାନ-ସମ୍ମାନର ଅଧିକାରୀ ହେବେ । ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଚଞ୍ଚଳ ଚେଷ୍ଟିତ ହେବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୮ ।

ତୁଳା – ବାଧା-ବିଘ୍ନ ଏଡାଇ ଆଗକୁ ବଢି ପାରନ୍ତି । ଅର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି । ମୂଲ୍ୟବାନ ଦ୍ରବ୍ୟ ଲାଭ ହୋଇପାରେ । କୃଷି ଉପରେ ଧ୍ୟାନ ଦେଇପାରନ୍ତି । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୩ ।

ବିଛା – ଧାର୍ମିକ ଭାବନା ଆପଣଙ୍କୁ ମହାନ୍ କରିପାରେ । ଉଚ୍ଚ ସମ୍ମାନ ଲାଭ କରିପାରନ୍ତି । ଦୀର୍ଘ ଦିନର ଆଶା ପୂରଣ ହେବ । ରାଜ ଯୋଗ ରହିଛି । ପଦ-ପଦବୀରେ ଅଳଙ୍କୃତ ହୋଇପାରନ୍ତି । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୭ ।

ଧନୁ – ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତି ଯିବେ । ବିଭିନ୍ନ ଦିଗରୁ ଧନାଗମର ସୂଚନା ମିଳୁଛି । ଉନ୍ନତି ମାର୍ଗରେ ଆଗକୁ ବଢିବେ । ନଗଦ ଅର୍ଥ ପ୍ରାପ୍ତ ହେବ । ତ୍ୟାଗଶୀଳ ଓ ନୀତିଜ୍ଞ ହୋଇପାରନ୍ତି । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୫ ।

ମକର – ଆୟ ଆଶାନୁରୂପ ହୋଇପାରେ । ସୁଖ-ସମ୍ମାନ ଲାଭ କରିବେ । ଧନବାନ୍ ହୋଇପାରନ୍ତି । ଗୁଣବାନ୍ ହେବେ । ଉପାର୍ଜନ ଉଣା ହେବ ନାହିଁ । ଚିନ୍ତାଧାରା ଉନ୍ନତମାନର ହେବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୩ ।

କୁମ୍ଭ  – ସହପାଠୀଙ୍କ ସହିତ ମତାନ୍ତର ଘଟିପାରେ । ବ୍ୟୟ ବୃଦ୍ଧିର ସୂଚନା ମିଳୁଛି । କର୍ମକ୍ଷେତ୍ର ଚିନ୍ତାଜନକ ହେବ । ସହଯୋଗୀଙ୍କ ସମର୍ଥନ ଓ ସହାୟତା ମିଳିବ । କ୍ଷମାଶୀଳ ହୋଇପାରନ୍ତି । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୯ ।

ମୀନ – ଯୋଗାଯୋଗରେ ପ୍ରଗତି ଘଟିବ । ସୁଖ-ସମ୍ମାନ ଲାଭ କରିପାରନ୍ତି । ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଯାନବାହନ ସୁଖ ମିଳିବ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୭ ।

   Related Posts