ଡିସେମ୍ବର ୦୫ ତାରିଖ, ଗୁରୁବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | December 05, 2019 IST

ମେଷ – କର୍ମକ୍ଷେତ୍ରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ଈଶ୍ୱର ନିଷ୍ଠା ଆପଣଙ୍କୁ ସତ୍ମାର୍ଗ ଦର୍ଶନ କରାଇବ । କାର୍ଯ୍ୟରେ ସଫଳତା ମିଳିବ । କ୍ଷମତା ର ଅଭିବୃଦ୍ଧି ଘଟିପାରେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୬ ।

ବୃଷ – ଧର୍ମୀୟ କାର୍ଯ୍ୟରେ ଅଶଂ ଗ୍ରହଣ କରି ଆତ୍ମତୃପ୍ତ ଲାଭ କରିବେ । ଧନକ୍ଷୟ ହେବାର ସମ୍ଭାବନା ଅଛି । ଦୁଶ୍ଚିନ୍ତା ମଧ୍ୟ ଦେଇ ଗତି କରିବେ । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୪ ।

ମିଥୁନ - ପାରିବାରିକ ବିବାଦର ପରିସମାପ୍ତି ଘଟିବ । ଆମୋଦ-ପ୍ରମୋଦରେ ଦିନଟି ଅତିବାହିତ ହେବ । ସୁଖକର ଘଟଣାମାନ ଘଟିବ । କର୍ମରେ ସଫଳତା ମିଳିବ । ଶୁଭ କାର୍ଯ୍ୟ କରଣୀୟ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୯ ।

କର୍କଟ – ଆତ୍ମ ସଂଯମୀ ହେବେ । ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ । ମିଳିଥିବା ଖବରଟି ଶୁଭଦାୟକ । ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୨ ।

ସିଂହ – ସମ୍ପତ୍ତି ପାଇଁ ଉପୁଜି ଥିବା ବିବାଦରେ ଆପଣ ନିରବ ରହିବେ । ପଢାପଢିରେ ମନୋନିବେଶ କରିବେ । ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ସୁସମ୍ବାଦ ପାଇ ଖୁସି ହୋଇପାରନ୍ତି । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୩ ।

କନ୍ୟା – ଅନ୍ୟାୟର ପ୍ରତିରୋଧ କରିବେ । ପ୍ରିୟଭାଷୀ ହେବେ । ଧନ ଓ ଯାନବାହନଯୁକ୍ତ ହୋଇପାରନ୍ତି । ସୁବର୍ଣ୍ଣ ସମ୍ପଦର ଅଧିକାରୀ ହେବେ । ପରିଶ୍ରମର ମୂଲ୍ୟ ମିଳିବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୬ ।

ତୁଳା – କାର୍ଯ୍ୟରେ ସଫଳତା ଲାଭ କରିବେ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ଦିଅଁ ଦର୍ଶନ କରି ଶାନ୍ତି ପାଇବେ । ଅଶାନ୍ତିର ଉପଶମ ହେବ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୭ ।

ବିଛା – ନୂତନ ଶିକ୍ଷା, ଛାତ୍ର-ଛାତ୍ରୀଙ୍କ ପାଇଁ ଆନନ୍ଦ ଦାୟକ ହେବ । ସ୍ୱଳ୍ପ ଆୟ ହେତୁ ଚିନ୍ତିତ ରହିବେ । ବିଷାଦିତ ହୋଇପାରନ୍ତି । ଆକସ୍ମିକ ସମସ୍ୟା ଦେଖା ଦେଇପାରେ । ମହୀପତି ହେବାର ସ୍ୱପ୍ନ ଦେଖିପାରନ୍ତି । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୩ ।

ଧନୁ – ଆକସ୍ମିକ ଭାବେ ଧନ ପ୍ରାପ୍ତ ହୋଇପାରେ । ଶ୍ରୀଚନ୍ଦ୍ର ଭୋଗ ହେତୁ ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ । ସରକାରୀ କିମ୍ବା ବନ୍ଧୁ ସହାୟତାରେ ଲାଭ ପାଇପାରନ୍ତି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଶୁଭ ରଙ୍ଗ ଲାଲ । ଶୁଭ ଅଙ୍କ ୫ ।

ମକର – ଶତ୍ରୁ ସହିତ ମୁହାଁମୁହିଁ ହେଲେ ବି କିଛି କ୍ଷତି ହେବ ନାହିଁ, ମାତ୍ର ଅଧିକ ଖର୍ଚ୍ଚାନ୍ତ ହୋଇପାରନ୍ତି । ଅଯଥା ବିତର୍କରେ ଭାଗ ନ ନେଇ ଚୁପ୍ ରହିବା ଆପଣଙ୍କ ପକ୍ଷେ ଭଲ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୨ ।

କୁମ୍ଭ  - ଆୟ ଆଶାନୁରୂପ ହେବ । ଶୁଭ ଖବର ପାଇ ଖୁସି ହେବେ । ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିପାରନ୍ତି । ସତ୍ କର୍ମରେ ନିଜକୁ ନିୟୋଜିତ କରିବେ । ରାଜାନୁଗ୍ରହରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୪ ।

ମୀନ - ବ୍ୟବସାୟରେ ଅଧିକ ଅର୍ଥ ବିନିଯୋଗ ଲାଭପ୍ରଦ ହେବ । କାର୍ଯ୍ୟରେ ସଫଳତା ଲାଭ କରିବେ । ସୁସମ୍ବାଦ ପାଇ ଖୁସି ହେବେ । କର୍ମକ୍ଷେତ୍ରରେ ସଫଳତା ମିଳିବ । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେବ । ଶୁଭ ରଙ୍ଗ ଲାଲ । ଶୁଭ ଅଙ୍କ ୬ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.