୨୨ ଅକ୍ଟୋବର, ସୋମବାର

Published By : Prameya-News7 Bureau | October 22, 2018 IST

ମେଷ – ଆବଶ୍ୟକ ସହାୟତା ମିଳିପାରେ । ମୂଲ୍ୟବାନ ଦ୍ରବ୍ୟଲାଭ ହେବ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି । ଯଶସ୍ୱୀ ହେବେ । ବୃଷ – କାର୍ଯ୍ୟରେ ଆଗକୁ ବଡି ପାରନ୍ତି । ସମ୍ମାନିତ ହେବେ । ପରିବାରର ମୁଖ୍ୟ ଭୂମିକା ଗ୍ରହଣ କରିବେ । ସୁସ୍ଥ ଓ ନିରାମୟ ରହିବେ । ମିଥୁନ - ଯୋଗାଯୋଗରେ ସଫଳତା ମିଳିବ । ଭାଗ୍ୟଶାଳୀ ହୋଇପାରନ୍ତି । ମନ ପ୍ରସନ୍ନ ରହିବ । ଦିନଟି ଭୋଗ ବିଳାସରେ ଅତିବାହିତ କରିପାରନ୍ତି । କର୍କଟ- ସହକର୍ମୀଙ୍କ ସାହାର୍ଯ୍ୟ ପାଇବେ । ଈର୍ଷାପରାୟଣ ହୋଇପାରନ୍ତି । ସ୍ୱାଭିମାନୀ ହେବେ । ଯୁଗ୍ମ ବ୍ୟବସାୟ ଲାଭଜନକ ହେବ । ଯାନବାହନରେ ସତର୍କ ହେବେ । ସିଂହ – ଉଦାର ପ୍ରକୃତିର ହୋଇପାରନ୍ତି । ବ୍ୟବସାୟ ଲାଭଜନକ ହେବ । ମନରେ ସେବା ଭାବ ଜାଗ୍ରତ ହୋଇପାରେ । ଶାନ୍ତ ଓ ଧୈର୍ଯ୍ୟବାନ ହୋଇପାରନ୍ତି । କନ୍ୟା – କିଛିଟା ପରିବର୍ତ୍ତନ ଘଟିବାର ସମ୍ଭାବନା ଅଛି । ଭାଇମାନଙ୍କ ପ୍ରତି ସ୍ନେହ ଭାବ ରହିବ । ସୁସ୍ଥ ନିରାମୟ ଜୀବନ ଯାପନ କରିପାରନ୍ତି । ତୁଳା – କୌଣସି ଏକ ବିଶେଷ କାରଣରୁ ଅନିଦ୍ରା ରହିପାରନ୍ତି । ଚଞ୍ଚଳ ପ୍ରକୃତିର ହେବେ । ଆକସ୍ମିକ ଧନ ଲାଭର ସୂଚନା ମିଳୁଛି । ବ୍ୟବସାୟରୁ ପ୍ରଚୁର ଲାଭ ମିଳିବ । ବିଛା – ପ୍ରତିଯୋଗିତାରେ ବିଜୟ ଲାଭ କରିବେ । ଉଦାର ସ୍ୱଭାବର ହୋଇପାରନ୍ତି । ଦାନଶୀଳ ହେବେ । ଉତ୍ତମ ବ୍ୟକ୍ତି ଭାବେ ପଦ-ମର୍ଯ୍ୟାଦା ଲାଭ କରିବେ । ଧନୁ – ସମ୍ମାନିତ ହେବେ । ମନ ପ୍ରସନ୍ନ ରହିବ । ଆସ୍ତିକ ସ୍ୱଭାବର ହୋଇପାରନ୍ତି । ସରଳ ଓ ସ୍ନେହବୋଳା କଥା କହି କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେବେ । ମକର – ଧୈର୍ଯ୍ୟ ଧରି କାର୍ଯ୍ୟ କଲେ ସଫଳତା ପାଇବେ । ଅନ୍ୟର ଅନୁରୋଧ ରକ୍ଷା କରି ଅର୍ଥ ସାହାର୍ଯ୍ୟ ଦେଇ ପାରନ୍ତି । ପରମ ଭାଗ୍ୟଶାଳୀ ହେବେ । କୁମ୍ଭ - ସୁଖ ସନ୍ତୋଷ ଲାଭ କରିବେ । ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି । ଋଣାଙ୍ଗନରେ ପାରଙ୍ଗମ ହେବେ । ମାଲିମୋକଦ୍ଦମାରେ ବିଜୟୀ ହେବେ । ମୀନ - ଭୋଜନରେ ତୃପ୍ତି ମିଳିବ । ଚଞ୍ଚଳ ସ୍ୱଭାବର ହେବେ । ଚକ୍ଷୁପୀଡା ଅନୁଭବ କରିପାରନ୍ତି । ମିଷ୍ଟଭାଷୀ ହେବେ । ପର ଉପକାର କରିବାକୁ ଯାଇ ଖର୍ଚ୍ଚାନ୍ତ ହେବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.