Thursday, December 12, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଡିସେମ୍ବର ୦୩ ତାରିଖ, ମଙ୍ଗଳବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

ମେଷ – ବ୍ୟବସାୟ ଲାଭଜନକ ହେବ । ଦୀର୍ଘ ଦିନର ଆଶା ଫଳବତୀ ହୋଇପାରେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ରହିବ । ଅଣ୍ଟାରେ ବ୍ୟଥା ଉପୁଜିପାରେ । ଶୁଭ ରଙ୍ଗ ଲାଲ । ଶୁଭ ଅଙ୍କ ୪ ।

ବୃଷ –ଯୁଗ୍ମ ବ୍ୟବସାୟରେ ଲାଭ ପାଇ ଖୁସି ହୋଇପାରନ୍ତି । ଅଧିକାଂଶ କାର୍ଯ୍ୟରେ ବାଧା ସୃଷ୍ଟି ହୋଇପାରେ । କାହାରି ହାତଟେକା ଦାନକୁ ଗ୍ରହଣ ନ କରି ସ୍ୱାଭିମାନରେ ବଞ୍ଚି ରହିବାକୁ ଉଦ୍ୟମ ଜାରି ରଖିବେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୭ ।

ମିଥୁନ – ଆସ୍ଥାବାନ୍ ହେବେ । ବ୍ୟବସାୟ ଲାଭଜନକ ହେବ । ବିବାହ ପାଇଁ ଯେତେ ଉଦ୍ୟମ ଚଳାଇଲେ ବି, ତାହା ବିଳମ୍ବିତ ହୋଇପାରେ । କର୍ମକ୍ଷେତ୍ରରେ ପତ୍ନୀଙ୍କ ସହାୟତା ପାଇବେ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୧ ।

କର୍କଟ – ଆଗକୁ ବଢିବାକୁ ହେଲେ ସତର୍କତା ଆବଶ୍ୟକ । ଶତ୍ରୁ ବିନାଶ କରି ମାନସିକ ଶାନ୍ତି ଫେରି ପାଇବେ । ସାଧନାରେ ସିଦ୍ଧି ପ୍ରାପ୍ତ ହେବେ । ଧନାଦିଯୁକ୍ତ ଓ ନୀରୋଗୀ ହେବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୯ ।

ସିଂହ – ଯୋଗାଯୋଗରେ ପ୍ରଦତି ଘଟିବ । ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳ ହେବେ । ହସ-ଖୁସିରେ ସମୟ ବିତିବ । ଦାତା,ଭୋକ୍ତା, ଗୁଣବାନ୍, ଧନୀ ଓ ମାନୀ ହୋଇପାରନ୍ତି । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୨ ।

କନ୍ୟା – ଅର୍ଥ ବିନିଯୋଗ କରି ସଫଳତା ମିଳିବା କଷ୍ଟସାଧ୍ୟ ହେବ । ସମ୍ମାନକୁ ଜଗି ଚଳିବାକୁ ପଡିବ । ଶୁଭା-ଶୁଭ ମିଶ୍ରିତ ଫଳ ମିଳିପାରେ । କୃଷିକ୍ଷେତ୍ର ଉପରେ ଧ୍ୟାନ ଦେବେ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୮ ।

ତୁଳା – ନିଜକୁ କଳହମୁକ୍ତ ରହିବାକୁ ଉଦ୍ୟମ ଜାରି ରଖିବେ । ସତର୍କତା ସହ ନ ଚଳିଲେ ଆଘାତ ପ୍ରାପ୍ତ ହୋଇପାରନ୍ତି । ସହଳଗୁଣ୍ୁକ୍ତ, ସୁଖୀ କାବ୍ୟ ଶାସ୍ତ୍ରାନୁରକ୍ତ ହୋଇପାରନ୍ତି । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୫ ।

ବିଛା – ରାଜନୀତିରେ ରହିବା ଦ୍ୱାରା ହୋଇଥିବା ଲାଭକ୍ଷତିର ସମୀକ୍ଷା କରିବେ । ଯେକୌଣସି ସୂତ୍ରରୁ ଧନାଗମ ହେବ । ହର୍ଷଯୁକ୍ତ ଓ ବିଶୁଦ୍ଧଭାଷୀ ହେବେ । ପରଧନରେ ଧନୀ ହୋଇପାରନ୍ତି । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୩ ।

ଧନୁ – ଧନବାନ୍ ଓ ଉପାର୍ଜନକାରୀ ହେବେ । ଗୁଣଯୁକ୍ତ ହୋଇପାରନ୍ତି । ନୂଆବନ୍ଧୁଙ୍କୁ ଆୟୁଧ କରି କାର୍ଯ୍ୟ ହାସଲ କରିପାରନ୍ତି । ପାଣ୍ଡିତ୍ୱଯୁକ୍ତ ହେବେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୧ ।

ମକର – ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦାନ କରିପାରନ୍ତି । ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ଖର୍ଚ୍ଚାନ୍ତ ହେବାର ସୂଚନା ମିଳୁଛି । କାର୍ଯ୍ୟ ବାଧା ଉପୁଜି ପାରେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୪ ।

କୁମ୍ଭ  – ମାଙ୍ଗଳିକ କାର୍ଯ୍ୟରେ ଯୋଗଦେଇ ଖୁସି ହେବେ । ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡିବ । ନାନାବିଧି ସମ୍ମାନର ଅଧିକାରୀ ହେବେ । ସାମର୍ଥ୍ୟର ପରିପ୍ରକାଶ ଘଟାଇପାରନ୍ତି । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୨ ।

ମୀନ – ଆୟ ବୃଦ୍ଧି ହେବାର ସୂଚନା ମିଳୁଛି । ସରକାରୀ ଅର୍ଥ ପାଇପାରନ୍ତି । ଧର୍ମର ଆଧାର ହେବେ । ସୁଗୁଣ ସମ୍ପନ୍ନ ହେବେ । ଉତ୍ତମା ରମଣୀଯୁକ୍ତ ହୋଇପାରନ୍ତି । ପ୍ରତ୍ୟେକ କାର୍ଯ୍ୟରେ ଓ ଧନରେ ବିଜୟ ହାସଲ କରିପାରନ୍ତି । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୫ ।

397 Views

   ସମ୍ବନ୍ଧିତ ଖବର