ଡିସେମ୍ବର ୦୨ ତାରିଖ, ସୋମବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | December 02, 2019 IST

ମେଷ – ଆଧ୍ୟାତ୍ମିକ ଦିଗରେ ମନ ଲାଗି ରହିବ । କାମରେ ସମସ୍ୟା ହେବ ନାହିଁ । ପ୍ରିୟତମଙ୍କ ଠାରୁ ଭଲ ଖବର ପାଇବେ । ସୌଭାଗ୍ୟ ଉଦୟ ହେବ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୪ ।

ବୃଷ – ନିଷ୍ପତ୍ତି ନେଇ ଥିବା କାର୍ଯ୍ୟ ବାବଦରେ ଆଲୋଚନା କରନ୍ତୁ ନାହିଁ । ଉଚ୍ଚ ପଦାଧିକାରୀଙ୍କ ସହ ଉତ୍ତମ ବ୍ୟବହାର କରନ୍ତୁ । ଛାତ୍ରଙ୍କ ଲାଗି ଶୁଭ ଦିନଟିଏ । ଅଷ୍ଟମ ଭାବରେ ପଞ୍ଚଗ୍ରହକୂଟ ଯୋଗୁଁ ଦୁର୍ଦ୍ଦଶା ଭୋଗିବେ । ଶୁଭ ରଙ୍ଗ ଲାଲ । ଶୁଭ ଅଙ୍କ ୬ ।

ମିଥୁନ - ଦିନ ସାରା ଉତ୍ସାହିତ ରହିବେ । ପୁଞ୍ଜୀ ନିବେଶ ସଂକ୍ରାନ୍ତରେ ପରାମର୍ଶ ମିଳିବ । ସମାଜରେ ମାନ ସମ୍ମାନ ବଢିବ । ବନ୍ଧୁ ମିଳନ ଘଟିବ । ଚେଷ୍ଟା ସଫଳ ହେବ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୩ ।

କର୍କଟ – ନୂଆ ଦିଶାରେ ଆଗକୁ ବଢିବାର ସୁଯୋଗ ମିଳିବ । କୌଣସି ଲୋକ ଆପଣଙ୍କ ଲାଗି ସାହାର୍ଯ୍ୟକାରୀ ସାବ୍ୟସ୍ତ ହେବେ । ସ୍ୱାସ୍ଥ୍ୟ ପ୍ରତି ସତର୍କ ରୁହନ୍ତୁ । ବ୍ରହ୍ମ ଉପାସକ ହୋଇପାରନ୍ତି । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୧ ।

ସିଂହ – ବ୍ୟବସାୟରେ ସଫଳତା ପାଇବେ । ଧନ ଲାଭ ଯୋଗ ରହିଛି । ଉପରିସ୍ଥ ଅଧିକାରୀ ପ୍ରସନ୍ନିତ ହେବେ । ଦାମ୍ପତ୍ୟ ଜୀବନ ମଧୁର ରହିପାରେ । ଧାନ୍ୟାନ୍ୱିତ ପାଇଁ ଶୁଭ ଫଳ ପ୍ରାପ୍ତ ହୋଇପାରେ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୨  ।

କନ୍ୟା – କାର୍ଯ୍ୟକ୍ଷେତ୍ରରେ ନୂଆ ସମ୍ଭାବନା ଭୂସଂପତ୍ତି କିଣିବା  ଯୋଗ ରହିଛି । ଗୃହ ପରିବେଶ ସ୍ୱାସ୍ଥ୍ୟଜନକ ହେବ । ସୁଖୀ ହୋଇପାରନ୍ତି । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୭ ।

ତୁଳା – କମ୍ ପରିଶ୍ରମରେ ଅଧିକ ଫଳ ପ୍ରାପ୍ତି ହୋଇପାରେ । ଆର୍ଥିକ ସ୍ଥିତିରେ ସୁଧାର ଆସିବ । ସାମାଜିକ ସମ୍ମାନ ବୃଦ୍ଧି ପାଇବ । ବିବାଦୀୟ ଘଟଣାରେ ବିଜୟୀ ହେବେ । ନିର୍ବାଚନରେ ଲୋକପ୍ରିୟ ହୋଇପାରନ୍ତି । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୭ ।

ବିଛା – ଦିନଟି ଲାଭପ୍ରଦ । ସ୍ଥଗିତ କାମ ସଂପୂର୍ଣ୍ଣ ହେବ । ପ୍ରିୟତମଙ୍କ ସହିତ ମଧ୍ୟାହ୍ନ ଭୋଜନ ପାଇଁ ଯୋଜନା କରିବେ । ପ୍ରୀତି ଭୋଜନ ସହ ବନ୍ଧୁ ସହାୟତା ପାଇବେ । ଚିନ୍ତାଧାରା ମହତ ହେବ । ଶୁଭ ରଙ୍ଗ ଲାଲ । ଶୁଭ ଅଙ୍କ ୫ ।

ଧନୁ – ସଫଳତାକୁ ନେଇ ଆଶ୍ୱସ୍ତି ହେବେ । ମିତ୍ରଙ୍କ ସହାୟତାର ସୁଯୋଗ ମିଳିପାରେ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ ନାହିଁ । ସାରକାରୀ ବା ବନ୍ଧୁ ସହାୟତାରେ ଲାଭବାନ୍ ହେବେ ।ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୯ ।

ମକର – ଜୀବିକାରେ ଉତ୍ଥାନ-ପତନ ଆସିପାରେ । ଆର୍ଥିକ ମାମଲାରେ ହଇରାଣ ହୋଇପାରନ୍ତି । ଜୀବନସାଥୀଙ୍କ ସହ ସମ୍ବନ୍ଧରେ ମଧୁରତା ବଢିବ । ମଧୁର ବଚନଯୁକ୍ତ ହୋଇପାରନ୍ତି । । ଶୁଭ ରଙ୍ଗ ଲାଲ । ଶୁଭ ଅଙ୍କ ୧ ।

କୁମ୍ଭ  - ଚାକିରିଜୀବୀଙ୍କୁ ନିଜ କାର୍ଯ୍ୟରେ ସଫଳତା ହେତୁ ଖୁସି ରହିବେ । ପରିବାରରେ ମାଙ୍ଗଳିକ କାର୍ଯ୍ୟ ପ୍ରସ୍ତୁତି ଯୋଜନା ରହିପାରେ । ଜ୍ଞାନୀମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ ହେବେ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୮ ।

ମୀନ - ଅଫିସ ପରିବେଶ ଭଲ ରହିବ । ମହତ୍ତ୍ୱପୂର୍ଣ୍ଣ ଲୋକଙ୍କ ସହିତ ଯୋଗା ଯୋଗ ହେବ । ପରିବାର ଲୋକଙ୍କ ସହ ଉତ୍ତମ ସଂପର୍କ ରହିବ । ବହୁ ବିଧ ଓ ଉତ୍ତମ ଗୁଣଯୁକ୍ତ ହେବେ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୯ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.