ଡିସେମ୍ବର ୦୧ ତାରିଖ, ରବିବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | December 01, 2019 IST

ମେଷ – ବ୍ୟବସାୟରେ ଅର୍ଥ ବିନିଯୋଗ କରିପାରନ୍ତି । ଉନ୍ନତି ମାର୍ଗରେ ଆଗକୁ ବଢି ଚାଲିବେ । ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ଦୀର୍ଘ ଦିନର ଆଶାପୂରଣ ହୋଇପାରେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୨ ।

ବୃଷ – ବ୍ୟବସାୟ ଲାଭଜନକ ହେବ । ଶାରିରୀକ ପୀଡା ଅନୁଭବ କରିପାରନ୍ତି । ମନରେ ଦୁଶ୍ଚିନ୍ତା ଭାବ ଆସିପାରେ । କାର୍ଯ୍ୟରେ ବାଧାବିଘ୍ନ ଦେଖା ଦେବ । ସ୍ୱାଭିମାନୀ ହୋଇପାରନ୍ତି । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୭ ।

ମିଥୁନ - ଶତ୍ରୁର ସମ୍ମୁଖୀନ ହୋଇପାରନ୍ତି । ଅମୋଦ-ପ୍ରମୋଦରେ ସମୟ ଅତିବାହିତ କରିବେ । କର୍ମକ୍ଷେତ୍ରରେ ସଫଳତା ମିଳିବ । ବ୍ୟବସାୟରେ ଢେର ଉନ୍ନତି ଘଟିବ । ସମ୍ମାନିତ ହେବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୪ ।

କର୍କଟ –ନୂତନ ଅଭିଜ୍ଞତା ଅର୍ଜନ କରିପାରନ୍ତି । ନିରବ ଚିନ୍ତକ ହେବେ । କର୍ମକ୍ଷେତ୍ରରେ ସଫଳତା ମିଳିବ । ସର୍ବ ସୁଖ ଲାଭ କରିପାରନ୍ତି । ସତ୍ୟାନୁରକ୍ତ ହୋଇପାରନ୍ତି । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୮ ।

ସିଂହ – ନିଷ୍ଠାପର ଭାବେ ବିହିତ କାର୍ଯ୍ୟ କରି ପ୍ରଶଂସା ଲାଭ କରିବେ । ଦୀର୍ଘ ଦିନର ଆଶା ପୂରଣ ହୋଇପାରେ । ଶାସ୍ତ୍ର ପ୍ରଣେତା ହୋଇପାରନ୍ତି । ଧନ ଅର୍ଜନ କରି ପରମାନ୍ଦ ଲାଭ କରିପାରନ୍ତି । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୬  ।

କନ୍ୟା – ସାମାଜିକ ସଂପର୍କ ବୃଦ୍ଧି ପାଇବ । ଶୁଭା-ଶୁଭ ମିଶ୍ରିତ ଫଳ ମିଳିବ । ସରକାରଙ୍କ ଅନୁଗ୍ରହରୁ ବହୁ ସମ୍ପଦର ଅଧିକାରୀ ହୋଇପାରନ୍ତି । ଗୃହ ପରିବେଶ ସ୍ୱାସ୍ଥ୍ୟ ଜନକ ହେବ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୨ ।

ତୁଳା – ଶୁଭବାର୍ତ୍ତା ମିଳିପାରେ । ଦୃଢ ମନୋବଳ ନେଇ କାର୍ଯ୍ୟ କରିବେ । ଘାତଚନ୍ଦ୍ର ଭୋଗ ହେତୁ ସତର୍କତାର ସହ ଚଳିବାକୁ ପଡିବ । କାବ୍ୟ ଶାସ୍ତ୍ରାନୁରକ୍ତ ହୋଇପାରନ୍ତି । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୪ ।

ବିଛା – ଆଶାବାଦୀ ହୋଇପାରନ୍ତି । ବହୁଜନ ହିତାୟ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି । ମିଷ୍ଟାନ୍ ଭୋଜନରେ ଆପ୍ୟାୟିତ ହେବେ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୯ ।

ଧନୁ – ପରୋପକାରୀ ହେବେ । ଧନାଗମ ହେବାର ସୁଯୋଗ ଅଛି । ବିଭାଗୀୟ ସ୍ତରରେ ସମ୍ମାନିତ ହେବେ । ଆଦର୍ଶବାଦି ହୋଇପାରନ୍ତି । ବ୍ୟବସାୟ ଲାଭଜନକ ହେବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୧ ।

ମକର –ଗୃହରେ ଅଶାନ୍ତି ଉପୁଜିଲେ ବି ନିଜ ଗୁଣରେ ଶାନ୍ତିର ବାତାବରଣ ସୃଷ୍ଟି କରିବାରେ ସକ୍ଷମ ହୋଇପାରନ୍ତି । ପଥରୋଧର ସମ୍ମୁଖୀନ ହେବେ । ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୬ ।

କୁମ୍ଭ  - ବନ୍ଧୁଙ୍କ ଉପରେ ସନ୍ଦେହ ଜାତ ହୋଇପାରେ । ସୁଖ-ସମାନ ଲାଭ କରିବେ । ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡିବ । କୀର୍ତ୍ତିମାନ୍ ହେବେ । ଭୋଗ-ବିଳାସ କରିପାରନ୍ତି । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୩ ।

ମୀନ -  ଭବିଷ୍ୟତର କାର୍ଯ୍ୟପନ୍ଥା ସ୍ଥିର କରିପାରନ୍ତି । ପରିଶ୍ରମର ମୂଲ୍ୟ ମିଳିବ । ଯେତେ ଯାହା ସମସ୍ୟା ଥାଇ ମଧ୍ୟ ସଫଳତା ପୂର୍ବକ କାର୍ଯ୍ୟ ହାସଲ କରିବେ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୭ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.