Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ନଭେମ୍ବର ୨୭ ତାରିଖ, ବୁଧବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

27/11/2019 at 6:54 AM

ମେଷ – ଅନ୍ୟ ଠାରୁ ପ୍ରେରଣା ମିଳିପାରେ । କର୍ମଜୀବୀ ମହିଳାଙ୍କୁ ଅଚାନକ ଧନ ପ୍ରାପ୍ତି ହୋଇପାରେ । ସମାଜରେ ମାନ ସମ୍ମାନ ପାଇବେ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୪ ।

ବୃଷ – ଆଗକୁ ବଢିବାର ଦିନଟିଏ । ପେସାରେ ଉନ୍ନତି ଓ ବ୍ୟବସାୟରେ ଲାଭ ହେବ । ନୂଆ ପ୍ରେମ ପ୍ରସଙ୍ଗର ସମ୍ଭାବନା ଅଛି । ମହିଳାମାନେ ସ୍ୱାସ୍ଥ୍ୟ ପୀଡା ଭୋଗ କରିବେ । ଶୁଭ ରଙ୍ଗ ଲାଲ । ଶୁଭ ଅଙ୍କ ୩ ।

ମିଥୁନ – ସାମାଜିକ କାର୍ଯ୍ୟ କରିବାର ଅବସର ମିଳିବ । ସନ୍ଧ୍ୟା ସୁଦ୍ଧା ଭଲ ଖବର ପାଇବେ । ପରିବାର ଲୋକଙ୍କ ସହିତ ଭଲରେ ସମୟ ବିତିବ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୨ ।

କର୍କଟ – ବ୍ୟକ୍ତିତ୍ୱ ଓ ଜୀବନଶୈଳୀରେ ପରିବର୍ତ୍ତନ ହୋଇପାରେ । ବ୍ୟବସାୟିକ କାମରେ ଦୂର ସ୍ଥାନକୁ ଯାତ୍ରା କରିବେ । ଜୀବନସାଥୀଙ୍କ ଠାରୁ ଉପହାର ପାଇବେ । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୧ ।

ସିଂହ – ମିତ୍ରଙ୍କ ସହଯୋଗ ପାଇ ଶତ୍ରୁଙ୍କୁ ପରାଜିତ କରିବେ । ଅଚାନକ ଧନ ପ୍ରାପ୍ତି ହେବ । ମହିଳାଙ୍କୁ ନିଯୁକ୍ତି ସୁଯୋଗ ମିଳିପାରେ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୪  ।

କନ୍ୟା – ଉଜ୍ଜ୍ୱଳ ଭବିଷ୍ୟତ ଲାଗି ଯୋଜନା ପ୍ରସ୍ତୁତ କରିବେ ଏବଂ ସଫଳତା ପାଇଁ ପ୍ରୟାସ କରିବେ । ଭଲ ଖବର ପାଇବେ । ବନ୍ଧୁଙ୍କ ସହିତ ସଂପର୍କ ଆହୁରି ବଢିବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୫ ।

ତୁଳା – ଲୋକଙ୍କ ବିଶ୍ୱାସଭାଜନ ହେବେ । କାର୍ଯ୍ୟ କ୍ଷେତ୍ରରେ ସକ୍ରିୟ ରହିବେ । ସରକାରୀ କାମରେ କାହାରି ସାହାର୍ଯ୍ୟ ମିଳିପାରେ । ପିଲାମାନେ ପାଠପଢାରେ ମନ ଦେବେ । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୭ ।

ବିଛା – ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ । ନିଜ ଯୋଜନାରେ ପରିବର୍ତ୍ତନ କରିବାକୁ ପଡିପାରେ । ଆର୍ଥିକ ମାମଲାରେ ବୁଦ୍ଧିମତ୍ତାର ସହ କାମ କରନ୍ତୁ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୮ ।

ଧନୁ – ଉତ୍ସାହିତ ରହିବେ । ବ୍ୟବସାୟରେ ବଡ ସଉଦାର ଅଂଶୀଦାର ହୋଇପାରନ୍ତି । ବିଜ୍ଞାନ ଛାତ୍ରଙ୍କ ଲାଗି ଦିନଟି ଅନୁକୂଳ । ଭାଇ ଭାଇ ମଧ୍ୟରେ ବିବାଦ ହୋଇପାରେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୨ ।

ମକର – ଶୁଭ ସୂଚନା ପାଇବେ । ଜୀବନରେ କୌଣସି କ୍ଷେତ୍ରରେ ସୁଧାର ହୋଇପାରେ । ରାଜନୀତିରେ ଆଧିପତ୍ୟ ବଢିବ । ପରିବାରରେ ବୟସ୍କ ଲୋକମାନଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୬ ।

କୁମ୍ଭ  – ସପରିବାର ଧର୍ମ ସ୍ଥାନକୁ ଯାତ୍ରାରେ ଯିବେ । ସୁସମ୍ବାଦ ପାଇବେ । ପ୍ରେମ ପ୍ରସଙ୍ଗରେ ସବୁ କିଛି ଭଲ ରହିବ । ବ୍ୟବସାୟରେ ଲାଭ ହେବାର ସମ୍ଭାବନା ଅଛି । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୩ ।

ମୀନ – ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ । କୌଣସି ବଡ ନିର୍ଣ୍ଣୟ ନେଇପାରନ୍ତି । ବନ୍ଧୁଙ୍କ ସାହାର୍ଯ୍ୟରେ କାମ ପୂରା ହେବ । ଯୁଗ୍ମ ବ୍ୟବସାୟ ଲାଭଜନକ ହେବ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୬ ।

   Related Posts