ନଭେମ୍ବର ୨୬ ତାରିଖ, ମଙ୍ଗଳବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | November 26, 2019 IST

ମେଷ – ପ୍ରଭାବ ବିସ୍ତାର କରି କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେବେ । ଆମୋଦ-ପ୍ରମୋଦରେ ଦିନଟି ଅତିବାହିତ କରିପାରନ୍ତି । ମୂଲ୍ୟବାନ୍ ଦ୍ରବ୍ୟ ପ୍ରାପ୍ତିର ସୂଚନା ମିଳୁଛି । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୭ ।

ବୃଷ – ପାରିବାରିକ ଚିନ୍ତା ବୃଦ୍ଧି ହୋଇପାରେ । ମନରେ ଗର୍ବଭାବ ବହନ କରିପାରନ୍ତି । ଯଶସ୍ୱୀ ହେବ । ବିଭିନ୍ନ ସ୍ତରରୁ ସହଯୋଗ ମିଳିବ । କିଛି ଅଘଟଣ ଘଟିପାରେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୪ ।

ମିଥୁନ - ବିଭିନ୍ନ କାରଣରୁ ବ୍ୟଥିତ ହୋଇପାରନ୍ତି । ଦିନଟି ସମସ୍ୟା ବହୁଳ ହୋଇପାରେ । ଶତ୍ରୁନାଶ କରିବାରେ ସକ୍ଷମ ହୋଇପାରନ୍ତି । ଚତୁଷ୍ପଦ ପ୍ରାଣୀ ପ୍ରାପ୍ତ ହୋଇପାରନ୍ତି । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୧ ।

କର୍କଟ – ବୁଦ୍ଧି ପ୍ରୟୋଗ କରି ପ୍ରତ୍ୟେକ କ୍ଷେତ୍ରରେ କୃତକାର୍ଯ୍ୟ ହେବେ । ବ୍ୟବସାୟ ଲାଭଜନକ ହେବ । ବାଦ-ବିବାଦର ସମ୍ମୁଖୀନ ହୋଇପାରନ୍ତି । ଗୃହରେ ଶାନ୍ତିର ବାତାବରଣ ପ୍ରବାହିତ ହେବ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୫ ।

ସିଂହ – ଚଳାଇଥିବା ଅନୁସନ୍ଧାନରେ  ସଫଳତା ଲାଭ କରିବେ । କାର୍ଯ୍ୟର ସଫଳ ରୂପାୟନ କରି ଆତ୍ମ ସନ୍ତୋଷ ପ୍ରାପ୍ତ ହେବେ । ଆନନ୍ଦ, ଉଲ୍ଲାସ ମଧ୍ୟରେ ଦିନଟି ଅତିବାହିତ ହେବ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୭  ।

କନ୍ୟା – ଶତ୍ରୁର ସମ୍ମୁଖୀନ ହୋଇପାରନ୍ତି । ଆଶାବାଦୀ ଓ ପ୍ରିୟଭାଷୀ ଏବଂ ଧନ ଓ ଯାନବାହନ ଯୁକ୍ତ ହେବେ । ସୁବର୍ଣ୍ଣ ସମ୍ପଦ ଲାଭ ହୋଇପାରେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୨ ।

ତୁଳା – ମାନସିକ ଶାନ୍ତି ହରାଇ ପାରନ୍ତି । କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । କର୍ମକ୍ଷେତ୍ର ଆନନ୍ଦଦାୟକ ହେବ । ରୁଚିକର ଭୋଜନରେ ଆପ୍ୟାୟିତ ହେବେ ।  ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୬ ।

ବିଛା – ପାରିବାରିକ ଶାନ୍ତି ଫେରି ପାଇବେ । ବ୍ୟୟ ବୃଦ୍ଧିର ସୂଚନା ମିଳୁଛି । କର୍ତ୍ତବ୍ୟ ନିଷ୍ଠ ହେବେ । ସର୍ବଗୁଣ ସମ୍ପନ୍ନ ହୋଇପାରନ୍ତି । ବିଭିନ୍ନ ସ୍ତରରେ ସମ୍ମାନିତ ହୋଇପାରନ୍ତି । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୪ ।

ଧନୁ – ପୈତୃକ ସମ୍ପତ୍ତିକୁ ନେଇ ଅଶାନ୍ତି ଉପୁଜି ପାରେ । ରୋଜଗାର ଆଶାନୁରୂପ ହେବ । ପ୍ରଭାବ-ବିସ୍ତାର କରିପାରନ୍ତି । ସୁଖ- ଶାନ୍ତି ମିଳିବ । ପାରିବାରିକ ସମୃଦ୍ଧି ଆଶାକରାଯାଏ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୩ ।

ମକର – ଅଯାଚିତ ସାହାର୍ଯ୍ୟ ପାଇବେ । କାର୍ଯ୍ୟରେ ସଫଳତା ଲାଭ କରିବେ । ଶାନ୍ତି-ସନ୍ତୋଷ ମିଳିବ । ସର୍ବକୁଶଳ ଆଶା କରାଯାଏ । ଉପଯୁକ୍ତ କର୍ମାନୁରକ୍ତ ହୋଇପାରନ୍ତି । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୮ ।

କୁମ୍ଭ  - ଋଣମୁକ୍ତ ହେବାକୁ ପ୍ରୟାସ ଜାରି ରଖିବେ । ପରୋପକାର କରି ଆତ୍ମ ତୃପ୍ତି ମିଳିବ । ବିବାଦୀୟ ପରିସ୍ଥିତି ପାଇଁ ମନସ୍ତାପ କରିପାରନ୍ତି । ଶ୍ରେଷ୍ଠ ମାନ୍ୟତା ପ୍ରାପ୍ତ ହେବେ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୪ ।

ମୀନ - ସହାୟତା ସୁଲଭ ହେବ । ବେଳେବେଳେ ନିଜକୁ ଅସହାୟ ମନେ କରିପାରନ୍ତି । କେତେକ କ୍ଷେତ୍ରରେ ବାଦାନୁବାଦ ଉପୁଜି ପାରେ, ମାତ୍ର ତାହା ସହଜରେ ସମାଧାନ ହେବ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୧ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.