Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ନଭେମ୍ବର ୨୫ ତାରିଖ, ସୋମବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

25/11/2019 at 6:51 AM

ମେଷ – ଅର୍ଥ ସହିତ ସଂଶ୍ଳିଷ୍ଟ କୌଣସି ବିପଦପୂର୍ଣ୍ଣ ପଦକ୍ଷେପ ନିଅନ୍ତୁ ନାହିଁ । ଅଫିସରେ ବ୍ୟକ୍ତିଗତ କଥା ଆଲୋଚନା କରନ୍ତୁ ନାହିଁ । ଧର୍ମ କାର୍ଯ୍ୟ କରିପାରନ୍ତି । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୨ ।

ବୃଷ – ଜୀବନରେ କିଛି ପରିବର୍ତ୍ତନ ହେବାର ସମ୍ଭାବନା ରହିଛି । ନୂଆ ନୂଆ ଲୋକଙ୍କ ସହିତ ଯୋଗାଯୋଗ ହେବ । ବ୍ୟବସାୟରେ ଯୋଜନାବଦ୍ଧ ରୂପେ କାମ କରିବେ । ଶୁଭ ରଙ୍ଗ ଲାଲ । ଶୁଭ ଅଙ୍କ ୨ ।

ମିଥୁନ – ନିଜ କାମରେ ସଫଳ ହେବେ  । ସମାଜିକ କ୍ଷେତ୍ରରେ ସକ୍ରିୟତା ବଢିପାରେ । ଚାକିରିରେ ବିଶେଷ ସଫଳତା ହାସଲ ହେବ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୫ ।

କର୍କଟ – ଦିନଟି ସାମାନ୍ୟ ଅଶୁଭ ରହିବ । ଅର୍ଥ ଉପାର୍ଜନ ପାଇଁ ସୁଯୋଗ ମିଳିବ । ବ୍ୟବସାୟ ସମ୍ବନ୍ଧିତ ମହତ୍ତ୍ୱପୂର୍ଣ୍ଣ ବୈଠକ ହେବ । ପରିବାରରେ ଶାନ୍ତି ରହିବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୪ ।

ସିଂହ – କାମରେ ମନ ଲଗାନ୍ତୁ, ସଫଳ ହେବେ । ଭାଗ୍ୟ ସହାୟକ ହେବ । ରାଜନୀତିରେ ମହତ୍ ଆଶା ପୂର୍ଣ୍ଣ ହେବ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୩  ।

କନ୍ୟା – ନେତା ଓ ଉଚ୍ଚ ଅଧିକାରୀଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ । ବଡ ସମସ୍ୟାର ସମାଧାନ ଲାଗି ଦାୟିତ୍ୱ ନେବେ । ବେପାରରେ ଲାଭ ହେବ ନାହିଁ । ଶୁଭ ରଙ୍ଗ ଧଳା  । ଶୁଭ ଅଙ୍କ ୪ ।

ତୁଳା – ଭଲ କାମ ପାଇଁ ସୁଯୋଗ ସଂପର୍କ ଓ କାମ ମଧ୍ୟରେ ତାଳମେଳ ବଜାୟ ରହିବ । ଆର୍ଥିକ ପକ୍ଷ ମଜଭୁତ ହେବ । ପିଲାମାନେ ଆପଣଙ୍କ କଥାକୁ ସମ୍ମାନ ଦେବେ ।  ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୭ ।

ବିଛା – ସମାଜରେ ମାନ-ସମ୍ମାନ ପାଇବେ । ଅଚାନକ ଧନପ୍ରାପ୍ତି ହୋଇପାରେ । ପ୍ରେମିକା ସହିତ ସମ୍ବନ୍ଧ ଆହୁରି ଖରାପ ହେବ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୨ ।

ଧନୁ – ଅନ୍ୟର ପରାମର୍ଶ ଆପଣଙ୍କ ଲାଗି ଲାଭପ୍ରଦ ହେବ । କାରବାର ସଂପର୍କିତ ଯାତ୍ରା ଯୋଗ ରହିଛି । ବଜେଟକୁ ଧ୍ୟାନ ରଖି ଖର୍ଚ୍ଚ କରନ୍ତୁ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୫ ।

ମକର – ଦେବ ଦର୍ଶନ ଯୋଗ ରହିଛି । ବୟୋଜ୍ୟେଷ୍ଠ ବ୍ୟକ୍ତି ଆପଣଙ୍କୁ ଖାସ୍ ପରାମର୍ଶ ଦେଇପାରନ୍ତି । ଅନ୍ୟମାନଙ୍କୁ ନିଜର କଥା ଅବଗତ କରାଇବାରେ ସଫଳ ହେବେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୧ ।

କୁମ୍ଭ  – ନକରାତ୍ମକ ଚିନ୍ତା ମନରୁ ବାହାର କରି ଦିଅନ୍ତୁ । ବନ୍ଧୁଙ୍କ ପରାମର୍ଶ ଆପଣଙ୍କ ଜୀବନରେ ନୂଆ ମୋଡ ଆଣିବ । ଚାକିରିରେ ପଦୋନ୍ନତି ମିଳିପାରେ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୭ ।

ମୀନ – ଜୀବିକାରେ ସୁଧାର ପାଇଁ ଭଲ ଦିନଟିଏ । ଆପଣଙ୍କ କାମରେ ଆପଣଙ୍କୁ ପ୍ରସିଦ୍ଧି ଓ ପ୍ରଶଂସା ମିଳିବ । ବୈବାହିକ ଜୀବନରେ ପରିସ୍ଥିତି ଅନୁକୂଳ ରହିବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୯ ।

   Related Posts