ନଭେମ୍ବର ୨୪ ତାରିଖ, ରବିବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | November 24, 2019 IST

ମେଷ – ଶତ୍ରୁ ଉପରେ କଡା ନଜର ରଖିବାକୁ ପଡିବ । ଭାଇମାନଙ୍କ ଉପରେ ସ୍ନେହ ଭାବ ରହିବ । ଅଯଥା ଖର୍ଚ୍ଚାନ୍ତ ହୋଇପାରନ୍ତି । ବଳିଷ୍ଠ ଓ ଶତ୍ରୁହନ୍ତା ହେବେ । ଚାକିରି କ୍ଷେତ୍ରରେ ସୁନାମ ଅର୍ଜନ କରିବେ । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୮ ।

ବୃଷ – ମାନସିକ ସ୍ଥିତି ଦୃଢ ରହିବ । ଘାତଚନ୍ଦ୍ର ଭୋଗ ହେତୁ ଜଗିରଖି ଚଳିବେ । ଚଞ୍ଚଳ ପ୍ରକୃତିର ହୋଇପାରନ୍ତି । କନ୍ୟା ସନ୍ତାନ ଦ୍ୱାରା ଉପକୃତ ହେବେ । ଆକସ୍ମିକ ଧନ ଲାଭର ସୂଚନା ମିଳୁଛି । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୩ ।

ମିଥୁନ - ଆୟ ବୃଦ୍ଧିର ସୂଚନା ମିଳୁଛି । ଉଦାର ସ୍ୱଭାବର ହେବେ । ଦାନ-ଧର୍ମ ଉପରେ ଗୁରୁତ୍ୱ ଦେବେ । ବ୍ୟକ୍ତିତ୍ୱର ବିକାଶ ଘଟିବ । କୃଷିକର୍ମକାରୀ ହୋଇପାରନ୍ତି । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୪ ।

କର୍କଟ – ବାଧା-ବିଘ୍ନକୁ ଏଡାଇ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରି ଚାଲିବେ । ମନ ପ୍ରସନ୍ନ ରହିବ । ଆସ୍ତିକ ସ୍ୱଭାବର ହେବେ । ମଧୁରଭାଷୀ ହେତୁ ଆଦରଣୀୟ ହୋଇପାରନ୍ତି । ଭ୍ରାତୃଭାବ ଅତୁଟ ରହିବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୧ ।

ସିଂହ – ଉପୁଜି ଥିବା ସମସ୍ତ କଷ୍ଟ ଦୂରେଇ ଯିବ । ଆଳସ୍ୟ ପରାୟଣ ହେଲେ ବି, ଭାଗ୍ୟଶାଳୀ ହେବେ । ବ୍ୟକ୍ତି ବିଶେଷ ଭାବେ ନିଜର ପରିଚୟ ସୃଷ୍ଟି କରିବେ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୫  ।

କନ୍ୟା –ଉତ୍ସବାଦିରେ ଯୋଗଦାନ କରିପାରନ୍ତି । ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ । ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି । ମୋକଦ୍ଦମା  ମାମଲାରେ ବିଜୟୀ ହେବ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୯ ।

ତୁଳା – ଅନ୍ୟକୁ ସାହାର୍ଯ୍ୟ କରିବାକୁ ଯାଇ ନିଜେ ବିପଦରେ ପଡିପାରନ୍ତି । ଗତିପଥରେ ବାଧା ଜନ୍ମିପାରେ । ଚଞ୍ଚଳ ସ୍ୱଭାବର ହେବେ । ଛଳନାପୂର୍ଣ୍ଣ ମିଠା କଥାରେ ଅନ୍ୟକୁ ବଶ କରି ପାରନ୍ତି । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୩ ।

ବିଛା – ଚାଲୁ ରହିଥିବା କାର୍ଯ୍ୟ ଅଧିକ ସୁବିଧାଜନକ ହେବ । ବିଭିନ୍ନ ସ୍ତରରୁ ସହ ଯୋଗ ମିଳିବ । ଲୋକପ୍ରିୟତା ଅର୍ଜନ କରିପାରନ୍ତି । ସରକାରୀ ସ୍ତରରୁ ସମ୍ମାନ ମିଳିବ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୫ ।

ଧନୁ – ଶିକ୍ଷାକ୍ଷେତ୍ରରେ ଅଧିକ ସଫଳତା ମିଳିବ । କର୍ମକ୍ଷେତ୍ର ଉତ୍ସାହଜନକ ହେବ । କୁଳଦୀପକ ହୋଇପାରନ୍ତି । ଦୟାଳୁ ସ୍ୱଭାବ ହେତୁ ଯଶ ଅର୍ଜନ କରି ଗର୍ବିତ ହେବେ । ଶୁଭ ରଙ୍ଗ ଲାଲ । ଶୁଭ ଅଙ୍କ ୭ ।

ମକର – ଅର୍ଥ ଉପାର୍ଜନ ପାଇଁ ସୁଯୋଗ ମିଳିବ । ଚିନ୍ତାଗ୍ରସ୍ତ ହୋଇପାରନ୍ତି । ଭାଗ୍ୟଶାଳୀ ହେବେ । ଦିନଟି ଭୋଗ-ବିଳାସମୟ ହୋଇପାରେ । ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୬ ।

କୁମ୍ଭ  - ନିଜ କାର୍ଯ୍ୟର ନିଜେ ସମୀକ୍ଷା କରିବେ । ଚିନ୍ତାଧାରା ଉନ୍ନତମାନର ହେବ । ସ୍ୱାଭିମାନୀ ହେବେ । ସମ।।ନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି ।  ଧର୍ମବଳ ତେଜ୍ ଥିବାରୁ ଧନ ଓ ଶ୍ରେଷ୍ଠ ମାନ୍ୟତା ମିଳିପାରେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୧ ।

ମୀନ - ଅଭାବ ରହିବ ନାହିଁ । ବନ୍ଧୁ ମିଳନ ଘଟିବ । ବ୍ୟବସାୟ ଅତ୍ୟନ୍ତ ଲାଭଜନକ ହେବ । ସମାଜସେବୀ ହେବେ । ମନରେ ଅହଂଭାବ ଆସିପାରେ । ଅବିବାହିତମାନଙ୍କର ସୁକନ୍ୟା ସହ ବିବାହ ସ୍ଥିର ହୋଇପାରେ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୪ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.