ନଭେମ୍ବର ୨୩ ତାରିଖ, ଶନିବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ
23/11/2019 at 6:47 AM

ମେଷ – ବନ୍ଧୁ ସହାୟତା ପାଇପାରନ୍ତି । ଚିନ୍ତାଗ୍ରସ୍ତ ହେବେ । କର୍ମ ତତ୍ପରତା ପ୍ରକାଶ ପାଇବ । ସଙ୍ଗୀତ ପ୍ରିୟ ହୋଇପାରନ୍ତି । ଧର୍ମ – ଧାରଣା ପ୍ରତି ଅତୁଟ ବିଶ୍ୱାସ ରଖିପାରନ୍ତି । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୩ ।
ବୃଷ – ସ୍ୱାସ୍ଥ୍ୟ ପ୍ରତି ଯତ୍ନଶୀଳ ହେବାକୁ ପଡିବ । ଶତ୍ରୁ ବୃଦ୍ଧି ଘଟିପାରେ । ଆନନ୍ଦ ଉତ୍ସବରେ ଦିନ ବିତାଇ ପାରନ୍ତି । ଦୂର ଯାତ୍ରା ଫଳ ଦାୟକ ହେବ । ଯାନବାହନ ଜନିତ ସୁଖ ଭୋଗ କରିପାରନ୍ତି । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୧ ।
ମିଥୁନ – ମାନସିକ ସ୍ତରରେ ଶାନ୍ତିର ବାତାବରଣ ପ୍ରବାହିତ ହେବ । ବିଭିନ୍ନ କ୍ଷେତ୍ରରେ ସମ୍ମାନିତ ହେବେ । ସର୍ବ ମଙ୍ଗଳ ଆଶା କରାଯାଏ । ପ୍ରୀତି ଲାଭର ସୂଚନା ମିଳୁଛି । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୬ ।
କର୍କଟ – ଭାଗ୍ୟବାନ୍ ହେବେ । ବିଭିନ୍ନ ଦିଗରୁ ଧନାଗମ ହେବ । ଘାତଚନ୍ଦ୍ର ହେତୁ ସାମାନ୍ୟ କ୍ଳେଶ ଭୋଗ କରିପାରନ୍ତି । ପ୍ରଭାବ ବିସ୍ତାର କରି ମହାନ୍ ହେବେ । ନାନା ବିଭବରେ ମଣ୍ଡିତ ହୋଇପାରନ୍ତି । ଶୁଭ ରଙ୍ଗ କଳା । ଶୁଭ ଅଙ୍କ ୧ ।
ସିଂହ – ଗୃହ ଉପକରଣ ସଂଗ୍ରହ କରିପାରନ୍ତି । କାର୍ଯ୍ୟକ୍ଷେତ୍ର ଉତ୍ସାହପ୍ରଦ ଓ ବ୍ୟବସାୟ ଲାଭଜନକ ହେବ । ସ୍ୱାସ୍ଥ୍ୟ ଅତୁଟ ରହିବ । ରୋଜଗାର ଉଣା ହେବ ନାହିଁ । ଚିନ୍ତାଧାରା ଉନ୍ନତମାନର ହେବ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୯ ।
କନ୍ୟା – ବାଧା-ବିଘ୍ନକୁ ମୁକାବିଲା କରି କାର୍ଯ୍ୟ ସଂପାଦନ କରିପାରନ୍ତି । ହସ-ଖୁସିରେ ସମୟ ବିତାଇ ପାରନ୍ତି । ବିଭିନ୍ନ ସ୍ନେହଶ୍ରଦ୍ଧା ପାଇ ଆତ୍ମସନ୍ତୋଷ ଲାଭ କରିବେ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୪ ।
ତୁଳା – କାର୍ଯ୍ୟ ସଂକ୍ରାନ୍ତରେ ପୂର୍ବରୁ ନେଇଥିବା ସିଦ୍ଧାନ୍ତକୁ ହଠାତ୍ ବଦଳାଇ ଦେଇ ପାରନ୍ତି । ପ୍ରଗତି ମାର୍ଗକୁ ଅନୁସରଣ କରି ସଫଳତା ଲାଭ କରିବେ । ସରକାରୀ ସହାୟତା ସହ ଅର୍ଥ ମିଳିବ । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୬ ।
ବିଛା – ପ୍ରଦ କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ । ବାଣିଜ୍ୟ-ବେପାରରୁ ପ୍ରଚୁର ଲାଭ ମିଳିବ । ସେବା କ୍ଷେତ୍ରରେ ଅବତୀର୍ଣ୍ଣ ହୋଇପାରନ୍ତି । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୮ ।
ଧନୁ – ମାଲିମୋକଦ୍ଦମାରେ ବିଜୟୀ ଲାଭ କରିବେ । ଦାନ-ଧର୍ମ କରି ଆତ୍ମତୃପ୍ତି ଲାଭ କରିବେ । ଜିତେନ୍ଦ୍ରିୟ ହେବେ । ଶାସ୍ତ୍ରରତ ହୋଇପାରନ୍ତି । ବହୁ ସୁଖର ଅଧିକାରୀ ହେବେ । ଲୋକପ୍ରିୟତା ଲାଭ ହେବ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୧ ।
ମକର – ଉଦର ବ୍ୟଥା ଭୋଗ କରିପାରନ୍ତି । ଅଷ୍ଟମ ଚନ୍ଦ୍ର ଓ ଘାତଚନ୍ଦ୍ର ଏକତ୍ର ଭୋଗ ହେଉଥିବାରୁ ଶୁଭ କର୍ମକୁ ସ୍ଥଗିତ ରଖିବାକୁ ପଡିବ । ଦୃଢ ବିକ୍ରମୀ ହେବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୩ ।
କୁମ୍ଭ – ଆର୍ଥିକ ସମସ୍ୟା ଦୂରୀଭୂତ ହେବ । କାର୍ଯ୍ୟରେ ସଫଳତା ଲାଭ କରିବେ । ଅକୁଣ୍ଠିତ ଚିତ୍ତରେ ବନ୍ଧୁମାନଙ୍କ ତରଫରୁ ସାହାର୍ଯ୍ୟର ହାତ ଲମ୍ବି ଆସିବ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୭ ।
ମୀନ – ବିରକ୍ତି ଭାବ ଉପୁଜି ପାରେ । ବିଭିନ୍ନସ ସ୍ତରରୁ ସହାୟତା ମିଳିବ । ଅର୍ଥ ସଞ୍ଚୟ କରିପାରନ୍ତି । ବୁଦ୍ଧି ପ୍ରୟୋଗ କରି ଅସାଧ୍ୟ ସାଧନ କରିବେ । ବିନୀତ ସ୍ୱଭାବର ହେବେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୨ ।