ନଭେମ୍ବର ୨୦ ତାରିଖ, ବୁଧବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | November 20, 2019 IST

ମେଷ–ଚିନ୍ତାମୁକ୍ତ ହୋଇପାରନ୍ତି । ମନରେ ସେବା ଭାବନା ଜାଗ୍ରତ ହେବ। ଆକସ୍ମିକ ଭାବେ ବ୍ୟବସାୟରୁ ଲାଭ ପାଇବେ। କୃଷିକ୍ଷେତ୍ରକୁ ତ୍ୱରାନ୍ୱିତ କରିବେ।ଗୃହ ପରିବେଶ ଠିକ୍‌ ହେବ।ଶୁଭ ରଙ୍ଗକଫି।ଶୁଭଅଙ୍କ ୪।

ବୃଷ– ଆର୍ଥିକ ଉନ୍ନତି ପାଇଁ ଚେଷ୍ଟା ଜାରି ରଖିବେ।କର୍ମକ୍ଷେତ୍ର ଏପରି କି ସର୍ବସାଧାରଣ କ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି ।ବିବାଦୀୟ ଘଟଣାରେବିଜୟୀହେବେ।ଶୁଭରଙ୍ଗ କ୍ରୀମ୍।ଶୁଭ ଅଙ୍କ ୮।

ମିଥୁନ – ପରିସ୍ଥିତି ପ୍ରତି ସଜାଗ ରହିବାକୁ ପଡିବ। ତ୍ୟାଗପୂତ ମନୋବୃତ୍ତି ଗ୍ରହଣ କରିପାରନ୍ତି। ନୀତି ନିଷ୍ଠ ହେବେ।ବିବିଧ ଧନ ଯୁକ୍ତ ହୋଇପାରନ୍ତି ।ଚଞ୍ଚଳମନା, ହୃଷ୍ଟଚିତ୍ତ ଓ ଅତିସୁଖୀ ହୋଇପାରନ୍ତି । ଶୁଭରଙ୍ଗ ଲାଲ।ଶୁଭ ଅଙ୍କ ୧।

କର୍କଟ– ପ୍ରୀତିଭୋଜନ ମିଳିପାରେ। ଦେବ ଦର୍ଶନ ଓ ପୂଜାର୍ଚ୍ଚନାରେ ଲିପ୍ତ ରହିବେ। ଆୟ ପରିମାଣ ବୃଦ୍ଧି ପାଇବ।ସରକାରୀ କିମ୍ବା ବନ୍ଧୁସୁତ୍ରରୁ ଲାଭବାନ୍‌ ହେବେ।ଶରୀର ସୁସ୍ଥରହିବ।ଶୁଭରଙ୍ଗ ଧଳା।ଶୁଭ ଅଙ୍କ ୫।

ସିଂହ –କର୍ମକ୍ଷେତ୍ରରୁ ପ୍ରତିବନ୍ଧକ ଦୁରୀଭୂତ ହେବ। ଅତିଥି ସତ୍କାର ପାଇଁ ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ।ମନସ୍କାମନା ପୂର୍ଣ୍ଣ ହୋଇପାରେ । ବ୍ୟବସାୟ ଲାଭଜନକ ହେବ।ଶୁଭରଙ୍ଗ ଗ୍ରୀନ୍ ।ଶୁଭ ଅଙ୍କ ୩।


କନ୍ୟା –କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସିତ ହେବେ। ଆୟବୃଦ୍ଧି ରସୂଚନା ମିଳୁଛି। ହସଖୁସୀ ରେ ସମୟ ବିତାଇ ପାରନ୍ତି । ବିଭିନ୍ନ ସ୍ତରୁସ୍ନେହ-ଶ୍ରଦ୍ଧା ଲାଭ କରିବେ। ଯାନବାହନ ସୁଖ ମିଳିବ । ଶୁଭରଙ୍ଗ ନୀଳ।ଶୁଭ ଅଙ୍କ ୯।


ତୁଳା–ହଜି ଥିବା ଦ୍ରବ୍ୟ ପୁନର୍ବାର ହସ୍ତଗତ ହେବ । ବ୍ୟବସାୟ ଲାଭ ଜନକ ହେବ । କାର୍ଯ୍ୟରେ ସଫଳତା ଲାଭ କରିବେ। ମନରେ ସେବା ଭାବନା ଜାଗରିତ ହେବ। ପୂଜାର୍ଚ୍ଚନାରେ ନିମ୍ମଜିତ ହୋଇପାରନ୍ତି । ଶୁଭରଙ୍ଗ କ୍ରୀମ୍। ଶୁଭ ଅଙ୍କ ୪।


ବିଛା–ସଫଳତାର ସୂଚନା ମିଳିପାରେ । ଭ୍ରମଣଯୋଗ ରହିଛି। ପ୍ରତିଯୋଗିତାରେ ବିଜୟୀ ହେବେ। ଯଶସ୍ୱୀ ହୋଇ ପାରନ୍ତି। ପାରିବାରିକ ଜୀବନ ସୁଖପ୍ରଦ ହେବ।ଶୁଭରଙ୍ଗ ମେରୁନ୍।ଶୁଭ ଅଙ୍କ ୭।


ଧନୁ –ଶିକ୍ଷାକ୍ଷେତ୍ରରେ ଅଧିକ ଅଭିଜ୍ଞତା ଅର୍ଜନ କରିପାରନ୍ତି। ଧନକ୍ଷୟହେବାରସମ୍ଭାବନା ଅଛି। ଶାରିରୀକ ଅସୁସ୍ଥତା ଅନୁଭବ କରିପାରନ୍ତି । ମାନସିକସ୍ତରେ କ୍ଳେଶ ଉପୁଜିବାର ସମ୍ଭାବନା ଅଛି । ଶୁଭରଙ୍ଗ ଧଳା।ଶୁଭ ଅଙ୍କ ୨।


ମକର– ପିତାଙ୍କସ୍ୱାସ୍ଥ୍ୟ ପାଇଁଚିନ୍ତିତହୋଇପାରନ୍ତି। ଆମୋଦ-ପ୍ରମୋଦରେ ଦିନଟି ଅତିବାହିତହେବ।କର୍ତ୍ତବ୍ୟ ପରାୟଣହେବେ। ପଡୋଶୀଙ୍କସହବୁଝାମଣାଉତ୍ତମସ୍ଥିତିରେରହିବ।ଶୁଭରଙ୍ଗକଫି।ଶୁଭ ଅଙ୍କ ୬।


କୁମ୍ଭ -ପିଲାଙ୍କ ପଢାପଢି ପାଇଁବ୍ୟସ୍ତ ରହିବେ। କଳ୍ପନା ବିଳାସୀ ହୋଇପାରନ୍ତି । ମନରେ ସରସତା ଆସିବ। ପାରିବାରିକ ସୁଖ ମିଳିବ । କର୍ମକ୍ଷେତ୍ରରେ ତତ୍ପରତା ପ୍ରକାଶ ପାଇବ । ଶୁଭରଙ୍ଗ କ୍ରୀମ୍।ଶୁଭ ଅଙ୍କ ୮।


ମୀନ – ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ଲାଭ କରିବେ ।ହଠାତ୍‌ କିଛି ଅର୍ଥ ପାଇଁ ଚିନ୍ତାମୁକ୍ତ ହେବେ।ଚଞ୍ଚଳ ପ୍ରକୃତିର ହେବେ। କନ୍ୟା ସନ୍ତାନ ଦ୍ୱାରା ଉପକୃତ ହୋଇପାରନ୍ତି । ଶୁଭରଙ୍ଗ ଧୂସର। ଶୁଭ ଅଙ୍କ ୩।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.