ନଭେମ୍ବର ୧୮ ତାରିଖ, ସୋମବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | November 18, 2019 IST

ମେଷ – କାର୍ଯ୍ୟାଳୟର ବାତାବରଣ ଅନୁକୂଳ ରହିବ । ବୃତ୍ତିଗତ ଦାୟିତ୍ୱ ମିଳିପାରେ । ବ୍ୟବସାୟରୁ ଅଧିକ ଲାଭର ସୁଯୋଗ ଦେଖାଯାଉଛି । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୮ ।

ବୃଷ – ଉଦ୍ୟମ ଦ୍ୱାରା ଶୁଭ ଫଳ ପ୍ରାପ୍ତ କରି ପାରିବେ । ଆୟ ବୃଦ୍ଧି ସହ ଆର୍ଥିକ ଚିନ୍ତା ଦୂର ହେବ । ପ୍ରେମ ପ୍ରସଙ୍ଗରେ ଦିନଟି ଭଲ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୫ ।

ମିଥୁନ - ଜରୁରୀ କାମ ସଂପୂର୍ଣ୍ଣ ପାଇଁ ଯୋଜନା କରନ୍ତୁ । ରଚନାତ୍ମକ ବାଧା ଉପୁଜିପାରେ । କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । ଅନାବଶ୍ୟକ ଖର୍ଚ୍ଚ ସମ୍ଭାବନା ରହିଛି । ଶୁଭ ରଙ୍ଗ ପିଙ୍କ୍  । ଶୁଭ ଅଙ୍କ ୫ ।

କର୍କଟ – ବ୍ୟବସାୟିକ କାର୍ଯ୍ୟରେ ବାଧା ଉପୁଜିପାରେ । ପାରିବାରିକ ଜୀବନ ସୁଖ ଶାନ୍ତିରେ କଟିବ । ପିଲାମାନେ ଖେଳ କୁଦରେ ମନ ଦେବେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୬ ।

ସିଂହ – ଦିନଟି ଅନୁକୂଳ ରହିପାରେ । ମାନସମ୍ମାନ ବୃଦ୍ଧି ଏବଂ ବନ୍ଧୁ ମିଳନ ହେବ । ଅର୍ଥ ପ୍ରାପ୍ତିର ସୁଯୋଗ ରହିଛି । ସହଯୋଗୀ ବ୍ୟବସାୟ ଲାଭ ଜନକ ହେବ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୧ ।

କନ୍ୟା – ପୁରୁଣା ସମସ୍ୟା ସମାଧାନ ହେବ । ମନ ପ୍ରସନ୍ନ ରହିବ । କାର୍ଯ୍ୟଶୈଳୀରେ କର୍ତ୍ତୃପକ୍ଷ ପ୍ରଭାବିତ ହେବେ । ପତ୍ନୀ, ବ୍ୟବସାୟ କରିବାକୁ ମନ ବଳାଇବେ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୨ ।

ତୁଳା – ପୂଜା ପାଠରେ ଅଧିକ ସମୟ ବିତିବ । ମନରେ ନୂଆ ବିଚାର ଆସିବ । ପୀଡିତାଙ୍କୁ ସହାୟତା କରିବେ । ଦୁର ସ୍ଥାନକୁ ଭ୍ରମଣ ଯୋଗ ରହିଛି । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୯ ।

ବିଛା – ସକାରାତ୍ମକ ଭାବନାରେ ରହନ୍ତୁ, କଠିନ କାମ ସହଜରେ କରିପାରିବେ । ନେତାଙ୍କୁ ପରିଶ୍ରମର ଫଳ ମିଳିବ । ପରିବାର ମଧ୍ୟରେ ମାତା, ପିତାଙ୍କ ସହ ଝଗଡା ହୋଇପାରେ । ଶୁଭ ରଙ୍ଗ ଲାଲ । ଶୁଭ ଅଙ୍କ ୭ ।

ଧନୁ – ଆତ୍ମବିଶ୍ୱାସ ବଢିବ । ଭାବିଥିବା କାମ ସଂପୂର୍ଣ୍ଣ ହେବ । ମିତ୍ରଙ୍କ ସହ ବୁଲିବାକୁ ଯାଇପାରନ୍ତି । ଚାକିରି କ୍ଷେତ୍ରରେ, କାର୍ଯ୍ୟର ସଫଳତା ପାଇଁ ସମ୍ମାନ ପ୍ରାପ୍ତ ହୋଇପାରେ । ଶୁଭ ରଙ୍ଗ ଲାଲ । ଶୁଭ ଅଙ୍କ ୧ ।

ମକର – ବ୍ୟବହାରରେ ଅନ୍ୟମାନଙ୍କ ମନ ଜିଣିବେ । ପୁଞ୍ଜି ବଜାରରେ ନିବେଶ କରନ୍ତୁ, ଲାଭ ମିଳିବ । ତୀର୍ଥ ଯାତ୍ରାରେ ଯିବାର ସମ୍ଭାବନା ରହିଛି । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୪ ।

କୁମ୍ଭ  - ଅଭିଭାବକଙ୍କ ଆର୍ଶୀବାଦ ନିଅନ୍ତୁ, ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ସହଜ ହେବ । ବ୍ୟବସାୟ ଲାଗି ନୂଆ ସୁଯୋଗ ରହିଛି । ସ୍ୱାସ୍ଥ୍ୟ ସାମାନ୍ୟ ଖରାପ ହୋଇପାରେ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୮ ।

ମୀନ - ସଫଳତା ଆପଣଙ୍କ ପାଦ ସ୍ପର୍ଶ କରିବ । ଅଫିସରେ ନୂଆ କାର୍ଯ୍ୟର ସାମନା କରିବାରେ ସକ୍ଷମ ରହିବେ । ଘରକୁ ଅତିଥି ଆସିପାରନ୍ତି । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୯ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.