ନଭେମ୍ବର ୧୭ ତାରିଖ, ରବିବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | November 17, 2019 IST

ମେଷ – ନିଜର କର୍ମ ଓ ପରିଶ୍ରମ ବଳରେ ଅଗ୍ରଗତି କରିବେ । ବାଣିଜ୍ୟ ବ୍ୟବସାୟ ଲାଭବାନ ହେବ । ନିଜର ସଂସ୍କୃତିକୁ ବଞ୍ଚାଇ ରଖିବାକୁ ପ୍ରୟାସ କରିବେ । ବିବାଦରେ ବିଜୟୀ ହେବେ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୪ ।

ବୃଷ – ଆର୍ôଥକ କ୍ଷେତ୍ରରେ ଉନ୍ନତି ହେବ । କର୍ମ କ୍ଷେତ୍ରରେ ସମ୍ମାନିତ ହେବେ । ପାରିବାରିକ କ୍ଷେତ୍ରରେ ଉନ୍ନତି ହୋଇପାରେ । ପ୍ରଶାସନ,ଶିକ୍ଷା, ଶିଳ୍ପ, ପରିବହନ କ୍ଷେତ୍ରରେ ସଫଳତା ପାଇବେ । ଶୁଭ ରଙ୍ଗ ଲାଲ । ଶୁଭ ଅଙ୍କ ୭ ।

ମିଥୁନ - ପ୍ରତିଦ୍ୱନ୍ଦିତାରେ ବିଜୟୀ ହେବେ । ଭ୍ରମଣ ଯୋଗର ସୂତ୍ରପାତ ହେବ । ଜନକଲ୍ୟାଣ କାର୍ଯ୍ୟରେ ମନ ଦେବେ । ଯଶ ସମ୍ମାନ ପ୍ରାପ୍ତି ହୋଇପାରେ । ନୂତନ ଯାନବାହନ ଲାଭ ର ଯୋଗ ଅଛି । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୧ ।

କର୍କଟ – ଦେବାଦେବୀ ଦର୍ଶନ କରିବେ । ବ୍ୟବସାୟରେ ଅଗ୍ରଗତି ପାଇଁ ପରିଶ୍ରମ କରିବେ । ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେବେ । ବନ୍ଧୁ ସହ ଯୋଗ ଲାଭ ହେବ । ରାଜକୀୟ ବ୍ୟକ୍ତିଙ୍କ ସହ ସାକ୍ଷାତ ହୋଇପାରେ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୭ ।

ସିଂହ – ଚାକିରୀ କ୍ଷେତ୍ରରେ ବିଶେଷ ଉତ୍ସାହିତ ହେବେ । ଉଚ୍ଚ ହାକିମଙ୍କର ଶୁଭ ଦୃଷ୍ଟି ପଡିବ । ନୂତନ ଦ୍ରବ୍ୟ ଲାଭ କରିବେ । ଆର୍ôଥକ କ୍ଷେତ୍ରରେ ଉନ୍ନତି ସହ ପାରିବାରିକ କ୍ଷେତ୍ରରେ ଉନ୍ନତି ହେବ । ଶୁଭ ରଙ୍ଗ ଲାଲ । ଶୁଭ ଅଙ୍କ ୨ ।

କନ୍ୟା – ଉଚ୍ଚ ହାକିମଙ୍କର ଶୁଭ ଦୃଷ୍ଟି ପଡିବ । ବାଣିଜ୍ୟ ବ୍ୟବସାୟରେ ଉନ୍ନତି ହେବ । ସାହିତ୍ୟ, କଳା,ସଂସ୍କୃତି,ସଂଗୀତ କ୍ଷେତ୍ରରେ ସଫଳତା ପାଇବେ । ପାରିବାରିକ କ୍ଷେତ୍ରରେ ଉନ୍ନତି ହେବ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୬ ।

ତୁଳା – ପୂର୍ବ ଐତିହ୍ୟକୁ ବଞ୍ଚାଇ ରଖିବେ । ବ୍ୟବସାୟରେ ଉନ୍ନତି ହେବ । ଆଇନ ଅଦାଲତରେ ସଫଳତା ମିଳିବ । ନୂତନ ପନ୍ଥା ନିର୍ଦ୍ଧାରଣ କରିବେ । ପ୍ରଶାସନିକ କ୍ଷେତ୍ରରେ ଉନ୍ନତି ହେବ ନାହିଁ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୩ ।

ବିଛା – ଉଦଯୋଗ ସିଦ୍ଧି ଓ ବ୍ୟବସାୟରେ ଉନ୍ନତି ହେବ । ଜ୍ଞାନ,ବିଜ୍ଞାନ କ୍ଷେତ୍ରରେ ଉନ୍ନତି ପାଇଁ ବିଦେଶ ଯାତ୍ରା ଯୋଗ ଅଛି । ଗବେଷଣା କ୍ଷେତ୍ରରେ ସଫଳତା ପାଇବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୧ ।

ଧନୁ –ସୁନାମ ଅର୍ଜନ କରିବେ । ଘରେ ଶୁଭ କାର୍ଯ୍ୟ କରିବେ । ଉଚ୍ଚ ହାକିମଙ୍କର ଶୁଭ ଦୃଷ୍ଟି ପଡିବ । ସରକାରୀ କ୍ଷେତ୍ରରେ ଉନ୍ନତି ହେବ । ଚାକିରୀ କ୍ଷେତ୍ରରେ ବାଧା ଉପୁଜିବ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୬ ।

ମକର – ଉନ୍ନତ ମାର୍ଗ ଖୋଲିବ । ବ୍ୟବସାୟରେ ଉନ୍ନତି ହେବ । ନୂତନ କର୍ମ ଏବଂ ଉଚ୍ଚ କାମ ପ୍ରାପ୍ତି ହୋଇପାରେ । ଆର୍ôଥକ କ୍ଷେତ୍ରରେ ଉନ୍ନତି ଓ ଯାନ୍ତ୍ରିକ କ୍ଷେତ୍ରରେ ଉନ୍ନତି ପାଇଁ ବହୁ ଚେଷ୍ଟା କରିବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୯ ।

କୁମ୍ଭ  - ନୂତନ ଦ୍ରବ୍ୟ ପ୍ରାପ୍ତି ହେବ । ଯାଗାବାଡି ମିଳିବାର ସମ୍ଭାବନା ରହିଛି । ମହିଳାମାନେ ଘରର ସର୍ବାଙ୍ଗୀନ ଉନ୍ନତି କରିବେ । ପିଲାମାନଙ୍କର ଖେଳ କୁଦରେ ଚୁରି ବଢିବ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୫ ।

ମୀନ - ଗୁରୁଜନଙ୍କର ଆଶୀର୍ବାଦ ମିଳିବ । ନୂତନ ଦ୍ରବ୍ୟ ପ୍ରାପ୍ତି ହୋଇପାରେ । ପାରିବାରିକ କ୍ଷେତ୍ରରେ ଉନ୍ନତି ହେବ । ବହୁ ଦିନ ଧରି କରୁଥିବା କାମରେ ଅଗ୍ରଗତି ପାଇ ପାରନ୍ତି । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୧ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.