ନଭେମ୍ବର ୧୫ ତାରିଖ, ଶୁକ୍ରବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | November 15, 2019 IST

ମେଷ – ଉଦ୍ୟମରେ ସଫଳତା ପାଇବେ । ଅଫିସ କାମରେ ବିଦେଶକୁ ଯିବାର ସୁଯୋଗ ଅଛି । ଛାତ୍ରୀମାନେ ଅଧ୍ୟୟନ ଶୈଳୀରେ ପରିବର୍ତ୍ତନ କରିବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୪ ।

ବୃଷ – ବ୍ୟବସାୟ ଉପରେ ବିରୋଧୀଙ୍କ ନଜର ରହିବ । ଘରର ଜିନିଷ ଜିଣିବାରେ ଅଧିକ ଖର୍ଚ୍ଚ ହୋଇପାରେ । ପ୍ରିୟ ବନ୍ଧୁଙ୍କ ସହିତ ମିଶିବା ପାଇଁ ଉତ୍ସାହିତ ହେବେ । ଶୁଭ ରଙ୍ଗ ଲାଲ । ଶୁଭ ଅଙ୍କ ୩ ।

ମିଥୁନ - ସବୁ କାମ ସଂପୂର୍ଣ୍ଣ ହେବାର ସମ୍ଭାବନା ରହିଛି । ବିରୋଧୀ ଆପଣଙ୍କର ସାମନାରେ ନତମସ୍ତକ ହେବେ । ପ୍ରିୟଜନ ମିଳନ । ଘରର ବାତାବରଣ ଭଲ ରହିବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୨ ।

କର୍କଟ – ନୂଆ ଲୋକଙ୍କ ସହିତ ଯୋଗା ଯୋଗ ହୋଇପାରେ । ଅଫିସରେ ପରିବେଶ ବଢିଆ ରହିବ । ଦାମ୍ପତ୍ୟ ସମ୍ବନ୍ଧ ମଧୁର ହେବ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୭ ।

ସିଂହ – ଉନ୍ନତିରେ ଆସିଥିବା ବାଧା ଦୂର ହେବ । ଆଇନଜୀବୀଙ୍କ ଲାଗି ଦିନଟି ଲାଭପ୍ରଦ । ସନ୍ତାନଙ୍କ ଉନ୍ନତିରେ ଗୌରବ ଅନୁଭବ କରିବେ । ବେପାରରୁ ଲାଭ ପାଇବେ । ଶୁଭ ରଙ୍ଗ ଲାଲ । ଶୁଭ ଅଙ୍କ ୩ ।

କନ୍ୟା – ଭାଗ୍ୟ ଉପରେ ସଂପୂର୍ଣ୍ଣରୂପେ ଭରସା କରନ୍ତୁ ନାହିଁ । ପରିଶ୍ରମ କରନ୍ତୁ, ସୁଫଳ ମିଳିବ । ବେଶି ସମୟ ପରିବାର ଲୋକଙ୍କ ସହିତ କଟିବ । । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୪ ।

ତୁଳା - ନିଜକୁ ଉତ୍ସାହିତ ଅନୁଭବ କରିବେ । ବୈବାହିକ ଜୀବନରେ ମନର ଆବେଗ ସମାପ୍ତ ହେବ । ସ୍ୱାଦିଷ୍ଠ ଖାଦ୍ୟ ଭୋଜନ କରିବେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୭ ।

ବିଛା – ବ୍ୟବସାୟିକ କାମରେ ବ୍ୟସ୍ତ ରହିବେ । ଅଚାନକ ଧନପ୍ରାପ୍ତ ହେବ । ସରକାରୀ ଚାକିରିଆଙ୍କୁ ଭଲ ଖବର ମିଳିବ । ଆପଣଙ୍କ ଜୀବନରେ ନୂଆ ପ୍ରେମ ଆରମ୍ଭ ହୋଇପାରେ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୪ ।

ଧନୁ – ଇଷ୍ଟଦେବ ଆପଣଙ୍କ ଉପରେ ପ୍ରସନ୍ନ ଅଛନ୍ତି । ବ୍ୟବହାରରେ ମନ ଜିଣି ନେବେ । ବ୍ୟବସାୟରେ ଲାଗି ଥିବା ପୁଞ୍ଜିରୁ ଯଥେଷ୍ଟ ଲାଭ ହେବ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୯ ।

ମକର – ସମୟ ଜ୍ଞାନ ରଖନ୍ତୁ । ନୂଆ ଆହ୍ୱାନର ସାମନା କରିବେ । ପାରିବାରିକ ବିବାଦଠୁଁ ଦୂରେଇ ରୁହନ୍ତୁ । ଆପଣଙ୍କ ଟଙ୍କା ପଇସା କେଉଁଠି ଅଟକିପାରେ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୬ ।

କୁମ୍ଭ  - ଚାକିରିଜୀବୀଙ୍କ ଲାଗି ଦିନଟି ଅନୁକୂଳ । ଅତିଶୀଘ୍ର ନୂଆ ଦାୟିତ୍ୱ ମିଳିପାରେ । ଆପଣଙ୍କୁ ଶୁଭ ସମାଚାର ମିଳିବାର ସମ୍ଭାବନା ରହିଛି । ଦାମ୍ପତ୍ୟ ଜୀବନ ପ୍ରେମ ପୂର୍ବକ ବିତିବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୭ ।

ମୀନ - ଅଧିକ ପରିଶ୍ରମ କଲେ ସଫଳତା ପାଇବେ । ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ବିଦେଶ ଯିବାର ଯୋଗ ରହିଛି । ଅବିବାହିତଙ୍କ ଲାଗି ବିବାହ ପ୍ରସ୍ତାବ ଆସିପାରେ । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୯ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.