ନଭେମ୍ବର ୧୪ ତାରିଖ, ଗୁରୁବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | November 14, 2019 IST

ମେଷ – ମାତା-ପିତାଙ୍କ ସହ ଧର୍ମସ୍ଥାନ ଭ୍ରମଣରେ ଯିବେ । ଧନ ଲାଭର ସୁଯୋଗ ରହିଛି । ଲେଖାପଢା ପ୍ରତି ଛାତ୍ରଛାତ୍ରୀଙ୍କର ଆଗ୍ରହ ବଢିବ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୪ ।

ବୃଷ – ନିତିଦିନିଆ କାମରେ ବାଧା ଉପୁଜିପାରେ । ବ୍ୟବସାୟ ସମ୍ବନ୍ଧରେ ବନ୍ଧୁଙ୍କ ସହ କର୍ଥାବାର୍ତ୍ତା ହେବେ । ଯାନବାହନ ସାବଧାନତରା ସହ ଚଳାନ୍ତୁ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୨ ।

ମିଥୁନ - ପରିବାରର ସହଯୋଗ ମିଳିବା ହେତୁ ମନ ପ୍ରସନ୍ନ ରହିବ । ବ୍ୟାବସାୟିକ କାମରେ ଦୂରସ୍ଥାନକୁ ଯାତ୍ରାରେ ଯାଇପାରନ୍ତି । ରାଜନୀତିରେ ସଫଳତା ପାଇବେ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୩ ।

କର୍କଟ – ଭାଗ୍ୟ ଆପଣଙ୍କୁ ସହାୟକ ହେବ । ପେସାରେ ଆଗକୁ ବଢିବା ଲାଗି ନୂଆ ସୁଯୋଗ ମିଳିବ । ଜୀବନସାଥୀଙ୍କ ସହ ସଂପର୍କ ମଧୁର ହେବ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୬ ।

ସିଂହ – ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ଯୋଗ ଦେବାର ସୁଯୋଗ ମିଳିବ । ବ୍ୟବସାୟରେ ସବୁ ଭଲ ରହିବ । କଳା ସାହିତ୍ୟ କ୍ଷେତ୍ରରେ ଆପଣଙ୍କର ସମ୍ମାନ ବଢିବ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୪ ।

କନ୍ୟା – ଅଧୁରା କାମ ପୂରା ହେବ । ଭୂସଂପତ୍ତି କିଣିବାର ଯୋଗ ରହିଛି । ଦାମ୍ପତ୍ୟ ସମ୍ବନ୍ଧ ମଧୁର ହେବ । ପିଲାମାନେ ପାଠପଢା ପାଇଁ ଦୂର ଯାତ୍ରା କରିବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୭ ।

ତୁଳା –ଆପଣଙ୍କର ଆତ୍ମବିଶ୍ୱାସର ସ୍ତର ଠିକ୍ ରହିବ । ପେସାରେ ନୂଆ କୀର୍ତ୍ତିମାନ ସ୍ଥାପନ କରିବେ । ବ୍ୟବସାୟରୁ ପ୍ରଚୁର ଲାଭ ମିଳିବ । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୩ ।

ବିଛା – ଆର୍ଥିକ ଲାଭ ପାଇଁ ସୁନ୍ଦର ଦିନଟିଏ । ସମସ୍ୟାର ସମାଧାନ ଲାଗି ତୁରନ୍ତ ରାସ୍ତା ମିଳିବ । ମହତ୍ତ୍ୱପୂର୍ଣ୍ଣ ଲୋକଙ୍କ ସହିତ ସାକ୍ଷାତ୍ ଆଲୋଚନା ହୋଇପାରେ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୨ ।

ଧନୁ – ପୂଜକଙ୍କ ଲାଗି ଦିନଟି ଭଲ । ନୂଆ ଘର କିଣିବା ଲାଗି ଯୋଜନା ପ୍ରସ୍ତୁତ କରିବେ । ସାମାଜିକ ସ୍ତରରେ ଲୋକଙ୍କୁ ସାହାର୍ଯ୍ୟ କରିବେ । କାମ ପାଇଁ ବିଦେଶ ଯାଇପାରନ୍ତି । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୧ ।

ମକର – ଅଧିକତର ମାମଲାରେ ଆପଣ ବ୍ୟସ୍ତ ରହିବେ । ବ୍ୟବସାୟରେ ମହତ୍ତ୍ୱପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ଆଲୋଚନା ହେବ । ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୫ ।

କୁମ୍ଭ  - ବ୍ୟବସାୟରେ ଆପଣଙ୍କୁ ଭଲ ଲାଭ ମିଳିପାରେ । ଚାକିରିରେ କର୍ତ୍ତୃତ ବଢିବ । ବନ୍ଧୁଙ୍କ ସହିତ ମଧ୍ୟାହ୍ନ ଭୋଜନ କରିପାରନ୍ତି । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୩ ।

ମୀନ - ଜୀବନସାଥୀଙ୍କ ଠାରୁ ସହ ଯୋଗ ପାଇବେ । ଯିବାକୁ ଥିବା ଯାତ୍ରା ଲାଭଦାୟକ ହେବ । ବ୍ୟବସାୟ ବୃଦ୍ଧି ଲାଗି ଆପଣଙ୍କୁ ଭଲ ପରାମର୍ଶ ମିଳିବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୭ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.