Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନାରେ ଅଧିକ ପ୍ରଭାବିତ ୧୦୦ ଜିଲ୍ଲାର କଲେକ୍ଟରଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||
  • ଶ୍ରୀମନ୍ଦିର ବନ୍ଦ, ସେବାୟତ ପରିବାରଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କଲା ଶ୍ରୀ ମନ୍ଦିର ପ୍ରଶାସନ
  • ||
  • କୋଭିସିଲ୍ଡର ଦୁଇ ଡୋଜ୍ ମଧ୍ୟରେ ବ୍ୟବଧାନ ରହିବ ୧୨ ରୁ ୧୬ ସପ୍ତାହ, ପ୍ରସ୍ତାବକୁ ସ୍ଵୀକାର କଲେ କେନ୍ଦ୍ର ସରକାର
  • ||
  • କରୋନା ଲଢେଇରେ ମିଳିଲା ତୃତୀୟ ଅସ୍ତ୍ର ! ଆଗାମୀ ସପ୍ତାହରେ ବଜାରରେ ମିଳିବ ସ୍ପୁଟନିକ୍-ଭି, ଜୁଲାଇରେ ଦେଶରେ ଆରମ୍ଭ ହେବ ଉତ୍ପାଦନ
  • ||
  • ପାଟନା : ମେ’ ୨୫ ଯାଏଁ ରାଜ୍ୟରେ ବଢିଲା ଲକ୍‌ଡାଉନ୍, ବିହାର ମୁଖ୍ୟମନ୍ତ୍ରୀ କଲେ ଘୋଷଣା
  • ||
  • ମୁମ୍ବାଇ : ଟିଭି ଅଭିନେତା ରାଜୀବ ପାଲ୍ କରୋନା ସଂକ୍ରମିତ, ହସ୍ପିଟାଲରେ ଭର୍ତ୍ତି
  • ||
  • ନୂଆଦିଲ୍ଲୀ : ବାଜା, ବାଣ, ବରଯାତ୍ରୀ ବିନା ବାହାଘର, ବାଇକ୍‌ରେ କନ୍ୟାକୁ ସାଙ୍ଗରେ ନେଇ ଘରକୁ ଫେରିଲେ ବର
  • ||
  • ଭଦ୍ରକ : ଷଣ୍ଢ ବୋଝେଇ ପିକଅପ୍ ଭ୍ୟାନ୍ ଅଟକ ରଖିଲେ ଗ୍ରାମବାସୀ, ଗୋଟିଏ ଷଣ୍ଢ ମୃତ, ୨ଟି ଉଦ୍ଧାର
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦୬୪୯ ପଜିଟିଭ୍
  • ||
  • ମାଡି ଆସୁଛି ବାତ୍ୟା ‘ତଉକ୍ତେ’, ଓଡିଶା ଉପରେ କଣ ରହିବ ପ୍ରଭାବ
  • ||

ନଭେମ୍ବର ୧୨ ତାରିଖ, ମଙ୍ଗଳବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

12/11/2019 at 6:47 AM

ମେଷ  – ମନ କଥା ମନରେ ରଖି କାମ ହାସଲ କରିବାକୁ ଚେଷ୍ଟା କଲେ କେତେକାଂଶରେ ଉପକୃତ ହେବେ । ଆଲୋଚନା ଦ୍ୱାରା ସମସ୍ୟାର ସମାଧାନ କରିପାରନ୍ତି । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୮ ।

ବୃଷ – ଆଜି ଯାହାକୁ ଯାହା କହିବେ ସେହି ବ୍ୟକ୍ତି ତାହାକୁ ଅସ୍ୱୀକାର କରିବ ନାହିଁ । ବନ୍ଧୁଙ୍କୁ ବିଭିନ୍ନ ପ୍ରକାର ବିନୟପୂର୍ଣ୍ଣ କଥା କହି କାମ ହାସଲ କରିପାରନ୍ତି । ପରିସ୍ଥିତିରେ ପଡି ଗୁଡିଏ ଟଙ୍କା ଖର୍ଚ୍ଚ ହୋଇପାରେ । ଶୁଭ ରଙ୍ଗ ଗାଢ ବ୍ରାଉନ୍ । ଶୁଭ ଅଙ୍କ ୫ ।

ମିଥୁନ – କୌଣସି ଭଦ୍ର ମହିଳାଙ୍କ ବଦାନ୍ୟତାରେ ମନ ସ୍ଥିତିକୁ ଦୃଢ କରିପାରନ୍ତି । କର୍ମକ୍ଷେତ୍ରରେ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରି ଏକପ୍ରକାର ଆଶ୍ୱସ୍ତି ଲାଭ କରିବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୨ ।

କର୍କଟ – ଆପଣଙ୍କ କାର୍ଯ୍ୟଦକ୍ଷତାକୁ ନେଇ ଉପରିସ୍ଥ କର୍ମଚାରୀ ଖୁସୀ ରହିବେ । ଅଟକି ରହିଥିବା ପ୍ରାପ୍ୟ ଅର୍ଥ ପାଇବାର ସମ୍ଭାବନା ରହିଛି । ସଭାସମିତିରେ ସମ୍ମାନିତ ହେବା ସହ ପୁରସ୍କୃତ ହୋଇପାରନ୍ତି । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୭ ।

ସିଂହ – ନିକଟ ସମ୍ପର୍କୀୟଙ୍କ ସହଯୋଗରୁ ଅଭିଳାଷ ପୂରଣ ହୋଇଯିବ । ପରିସ୍ଥିତି ଅନୁଯାୟୀ ଇଚ୍ଛା ନ ଥିଲେ ମଧ୍ୟ ଦୂର ସ୍ଥାନକୁ ଯିବା ପାଇଁ ବାଧ୍ୟ ହୋଇପାରନ୍ତି । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୩ ।

କନ୍ୟା – ପୂର୍ବ ପ୍ରସ୍ତୁତି ନ ଥାଇ ଆକସ୍ମିକ ଭାବେ ବନ୍ଧୁଙ୍କ ନିମନ୍ତ୍ରଣ ରକ୍ଷାକରି ଯାତ୍ରା କରିପାରନ୍ତି । ଶତ୍ରୁତା କରୁଥିବା ବ୍ୟକ୍ତିମାନେ ଆଗରେ ନ ହେଲେ ମଧ୍ୟ ପଛରେ ବିଭିନ୍ନ ପ୍ରକାର ମନଗଢା କଥା କହିବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୯ ।

ତୁଳା – କାର୍ଯ୍ୟରେ ସଫଳତା ,ଅର୍ଥଲାଭ , ବନ୍ଧୁମିଳନ ଓ ନୂତନ ସ୍ଥାନ ପରିଦର୍ଶନରୁ ଆନନ୍ଦ ଅନୁଭବ କରିବେ । କର୍ମକ୍ଷେତ୍ରରେ ମିଥ୍ୟା ଅଭିଯୋଗ ସକାଶେ ବିରକ୍ତି ପ୍ରକାଶ କରିପାରନ୍ତି । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୫ ।

ବିଛା – ପରିବାରରେ ପିଲାମାନଙ୍କ ସମସ୍ୟା ଭିତରେ ନିଜେ ବାନ୍ଧି ହୋଇଯାଇପାରନ୍ତି । ଦୀର୍ଘ ଦିନରୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇ ମନ ଖୁସି ହୋଇଯିବ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୧ ।

ଧନୁ – ପ୍ରତ୍ୟେକ କାମରେ ସମସ୍ୟା ଓ ବିଳମ୍ବ ମନ ଦୁଃଖର କାରଣ ହେବ । ଆଜି ବନ୍ଧୁଗହଣରେ ଭଟ୍ଟା ପଡିଥିବା ସମ୍ପର୍କ ପୁଣି ଯୋଡି ହୋଇଯିବାର ସୂଚନା ରହିଛି । ପ୍ରତିଯୋଗିତାରେ ସଫଳତା ହାସଲ ପାଇଁ ଚେଷ୍ଟା କରିବେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୬ ।

ମକର – ଆନୁଷ୍ଠାନିକ କାମ ଓ ସଭାସମିତିରେ ସଫଳତା ହାସଲ କରିବେ । ନିଜର ସହଜାତ ଗୁଣରୁ ଅନ୍ୟମାନଙ୍କ ପ୍ରତି ସହାନୁଭୂତି ପ୍ରଦର୍ଶନ କରି ପ୍ରଶଂସିତ ହେବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୪ ।

କୁମ୍ଭ  – କୌଣସି କାମ ସହଜ ଓ ସୁବିଧାରେ ହେଉ ନ ଥିବା କାରଣରୁ ମନସ୍ତାପ କରିପାରନ୍ତି । ଆଜି ଅପରାହ୍ନରେ ବନ୍ଧୁମାନଙ୍କ ଦ୍ୱାରା ପ୍ରଭାବିତ ହୋଇ ସତ୍ସଙ୍ଗ ଓ ଭ୍ରମଣ ସୁଯୋଗ ପାଇବେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୭ ।

ମୀନ – ସାମାଜିକସ୍ତରରେ ସମୂହ କଲ୍ୟାଣ କାମରେ ଅର୍ଥ,ଶ୍ରମ ଓ ସମୟ ବିନିଯୋଗ କରିପାରନ୍ତି । ସହକର୍ମୀଙ୍କ ସାହାର୍ଯ୍ୟରେ ଦୀର୍ଘଦିନର ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ । ଶୁଭ ରଙ୍ଗ ପିଚ୍ଚ୍ । ଶୁଭ ଅଙ୍କ ୧ ।

   Related Posts