Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୩୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୧୦ ମୃତ
  • ||
  • ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ରାଜ୍ୟରେ ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୦୮୬ କୋଭିଡ୍ ପଜିଟିଭ୍, ୧୧୫୫୪୮୭ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ ଖସୁନି କରୋନା ଗ୍ରାଫ୍, ଆଉ ୬ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ସରିଲା ହାସ୍ୟ ଅଭିନେତା ପ୍ରଜ୍ଞାଙ୍କ ନିର୍ବନ୍ଧ, ସୋସିଆଲ ମିଡିଆରେ ରିଙ୍ଗ୍ ସେରିମନି ଫଟୋ ଭାଇରାଲ
  • ||
  • ଗାଡି ପାର୍ଟସ ଦୋକାନରୁ ଲୁଟ୍, ବନ୍ଧୁକ ଦେଖାଇ ନେଇଗଲେ ଟଙ୍କା
  • ||
  • ଅଜଗରକୁ ଗିଳିଲା ଅହିରାଜ, ସାତକୋଶିଆରେ ବିରଳ ଘଟଣା !
  • ||
  • ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣାଗ୍ରସ୍ତ, ୨ ଆରୋହୀ ମୃତ
  • ||
  • ଜାନୁଆରୀ ୨୦ରୁ ହଜିଯିବ ଶୀତ, ୨୩ରୁ ବର୍ଷା !
  • ||

ନଭେମ୍ବର ୧୦ ତାରିଖ, ରବିବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

10/11/2019 at 6:41 AM

ମେଷ  – କର୍ମକ୍ଷେତ୍ରରେ ଅଗ୍ରଗତି କରିବେ । ବାଣିଜ୍ୟ,ବ୍ୟବସାୟରେ ଉନ୍ନତି ହେବ । ପରିବାରରେ ସୁଖ ଶାନ୍ତି ବଜାୟ ରହିବ । ମହିଳାମାନେ ବିଭିନ୍ନ କାମରେ ସଫଳତା ପାଇବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୧ ।

ବୃଷ – ନିଜର ଗୁଣ ଗରିମାକୁ ବଜାୟ ରଖିବେ । ବ୍ୟବସାୟରେ ଉନ୍ନତି କରିବେ । ଚାକିରି କ୍ଷେତ୍ରରେ ଉନ୍ନତି ଓ ବିବାଦର ସମାଧାନ ହେବ । କର୍ମ କ୍ଷେତ୍ରରେ ଦାୟିତ୍ୱବାନ୍ ହେବେ । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୪ ।

ମିଥୁନ – କର୍ମକ୍ଷେତ୍ରରେ ସଫଳତା ପାଇବେ । ନୂତନ ଯାନବାହନ କିଣିବାକୁ ଚାହିଁବେ । ସାହିତ୍ୟ,କଳା, କ୍ଷେତ୍ରରେ ଉନ୍ନତି ଓ ପଡୋଶୀମାନଙ୍କ ସହିତ ସୁସମ୍ପର୍କ ସ୍ଥାପନ ହେବ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୭ ।

କର୍କଟ – ମାନସିକ ଚିନ୍ତା ଦୂର ହେବ । ବ୍ୟବସାୟରେ ଅଗ୍ରଗତି କରିବେ । ପାରିବାରିକ କ୍ଷେତ୍ରରେ ଉନ୍ନତି ହୋଇପାରେ । ଜ୍ଞାନ ଗବେଷଣା କ୍ଷେତ୍ରରେ ସଫଳତା ମିଳିବ । ପିଲାମାନଙ୍କ କ୍ୟାରିୟରରେ ଉନ୍ନତି ପାଇଁ ଚେଷ୍ଟା କରିବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୭ ।

ସିଂହ – କର୍ମକ୍ଷେତ୍ରରେ ସଫଳତା ପାଇବେ । ନୂତନ କର୍ମ ଲାଭ ଏବଂ ସରକାରୀ କ୍ଷେତ୍ରରେ ଉନ୍ନତି ହେବ । ଉଚ୍ଚ ହାକିମଙ୍କର କୃପା ଲାଭ ହୋଇପାରେ । ପୂର୍ବରୁ ବାକି ରହିଥିବା କାର୍ଯ୍ୟ ପୂରଣ କରିବେ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୬ ।

କନ୍ୟା – ପାରିବାରିକ ସମ୍ପର୍କ ମଧୁର ଏବଂ ବ୍ୟବସାୟରେ ଉନ୍ନତି ହେବ । ସାହିତ୍ୟ କ୍ଷେତ୍ରରେ ପାରଦର୍ଶିତା ଦେଖାଇବେ । ଚାକିରି କ୍ଷେତ୍ରରେ ଉଚ୍ଚ ପଦ ପାଇବେ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୧ ।

ତୁଳା – ପାରିବାରିକ କ୍ଷେତ୍ରରେ ଉନ୍ନତି ଏବଂ ବାଣିଜ୍ୟ ବ୍ୟବସାୟରେ ଉନ୍ନତି ହେବ । ପରିବହନ କ୍ଷେତ୍ରରେ ଉନ୍ନତି ହୋଇପାରେ । ମାଙ୍ଗଳିକ କାର୍ଯ୍ୟରେ ମନ ଦେବେ । ଦୂର ଯାଗାରୁ ଶୁଭ ଖବର ମିଳିବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୮ ।

ବିଛା – ସମସ୍ୟା ସମାଧାନ ହୋଇଯିବ । ବାଣିଜ୍ୟ ବ୍ୟବସାୟରେ ଉନ୍ନତି ଓ ନିର୍ଦ୍ଦିଷ୍ଟ ଦିଗରୁ ଧନଲାଭ ହେବ । ଆର୍ଥିକ କ୍ଷେତ୍ରରେ ଉନ୍ନତି କରିବେ । ଚାକିରି କ୍ଷେତ୍ରରେ ଉନ୍ନତି ହୋଇପାରେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୪ ।

ଧନୁ – କୌଣସି କାରଣରୁ ମନ ଉତ୍ସାହିତ ହୋଇପାରେ । ବାଣିଜ୍ୟ କ୍ଷେତ୍ରରେ ଉନ୍ନତି ଓ ପାରିବାରିକ କ୍ଷେତ୍ରରେ ଉନ୍ନତି ହେବ ।  ଉନ୍ନତ ଧରଣର ଚିନ୍ତାଧାରା ଜାଗ୍ରତ ହୋଇପାରେ । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୧ ।

ମକର – କାର୍ଯ୍ୟ କ୍ଷେତ୍ରରେ ଉଚ୍ଚ ସ୍ତରୀୟ ବ୍ୟକ୍ତିମାନଙ୍କ ସହ ସଂପର୍କ ବଢିବ । ଚାକିରି କ୍ଷେତ୍ରରେ ସଫଳତା ମିଳିବ । ପାରିବାରିକ କ୍ଷେତ୍ରରେ ଉନ୍ନତି ହେବ । ଉଚ୍ଚ ଶିକ୍ଷା ପାଇଁ ଆଗ୍ରହୀ ହେବେ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୭ ।

କୁମ୍ଭ  – ବାଣିଜ୍ୟ କାରବାରରେ ବୃଦ୍ଧି ଏବଂ ଗୃହ ପରିବର୍ତ୍ତନ ହେବ । ପଡୋଶୀମାନଙ୍କ ସହିତ ମିଶିବେ । କର୍ମ କ୍ଷେତ୍ରରେ ପଦୋନ୍ନତି ପାଇବେ । ଗୁରୁଜନମାନଙ୍କର ସେବା କରିବେ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୩ ।

ମୀନ – ପାରିବାରିକ ସମ୍ପର୍କ ମଧୁର ହେବ । ପୂର୍ବ ଦିଗରୁ ଯାଗାବାଡି ମିଳିବ । ଆକସ୍ମିକ ଧନ ଲାଭ ହେବ । ଅତିଥି ଅଭ୍ୟାଗତି ଘରକୁ ଆସିବେ । ଶ୍ୱେତ ଦ୍ରବ୍ୟ ଲାଭ ହେବ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୪ ।

   Related Posts