Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଶ୍ଵସ୍ତି: କମୁଛି କରୋନା ପ୍ରଭାବ, ୨୪ ଘଣ୍ଟାରେ ଆରୋଗ୍ୟ ହେଲେ ୮୦୯ ସଂକ୍ରମିତ
  • ||
  • ଡିସେମ୍ବର-ଜାନୁଆରୀ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ: ଭୁବନେଶ୍ବର ଷ୍ଟେସନ ଓ ଏୟାରପୋର୍ଟରେ କରିପାରିବେ କୋଭିଡ୍‌ ଟେଷ୍ଟ
  • ||
  • ପରୀ ବାପା-ମା’ଙ୍କୁ ଭେଟିଲେ ବିଜେପି ଟିମ୍, ସିବିଆଇ ତଦନ୍ତ ଦାବି
  • ||
  • ରାଉରକେଲା : ଚଳନ୍ତା ଟ୍ରେନ୍‌ର ଟୟଲେଟ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଯୁବକ ଗିରଫ
  • ||
  • କଟକ : ପୁଣି ଏକ ନକଲି ଘିଅ କମ୍ପାନୀରେ ଚଢାଉ, କୋଟିଏ ଟଙ୍କାର ଅପମିଶ୍ରିତ ସାମଗ୍ରୀ ଜବତ
  • ||
  • ପ୍ରେମ: ସେୟାର ଚାଟ୍‌ରୁ ଆରମ୍ଭ ଫେସବୁକରେ ଶେଷ, ସୋସିଆଲ ମିଡିଆରେ ପ୍ରେମିକାଙ୍କ ଅଶ୍ଲୀଳ ଫଟୋ ପୋଷ୍ଟ କଲେ ପ୍ରେମିକ
  • ||

ନଭେମ୍ବର ୮ ତାରିଖ, ଶୁକ୍ରବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

8/11/2019 at 6:42 AM

ମେଷ  – ନିଜ କାର୍ଯ୍ୟକୁ ପଛରେ ପକାଇ ଅନ୍ୟ ପାଇଁ କାର୍ଯ୍ୟ କରିପାରନ୍ତି । ସ୍ୱଳ୍ପ ଆୟ ହେବାର ସୂଚନା ମିଳୁଛି । ଅସୁସ୍ଥ ରହିବେ । ଯଶସ୍ୱି ହେବେ । ସରକାରୀ ସ୍ତରରେ ସମ୍ମାନିତ ହୋଇପାରନ୍ତି । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୪ ।

ବୃଷ – ଧନଲାଭର ସୂଚନା ମିଳୁଛି । କର୍ମ ଚଞ୍ଚଳ ହେବେ । କୁଳଦୀପକ ହୋଇପାରନ୍ତି । ମନ ପ୍ରସନ୍ନ ରହିବ । ବ୍ୟବସାୟ ଲାଭଜନକ ହେବ । ଯଶ ଅର୍ଜନ କରିପାରନ୍ତି । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୭ ।

ମିଥୁନ – ବିବାଦୀୟ ଘଟଣାରେ ବିଜୟୀ ହେବେ । ଭାଗ୍ୟଶାଳୀ ହୋଇପାରନ୍ତି । ଦିନଟି ଭୋଗ-ବିଳାସରେ ଅତିବାହିତ ହେବ । ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିପାରନ୍ତି । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୧ ।

କର୍କଟ – କାର୍ଯ୍ୟରେ ଆଂଶିକ ସଫଳତା ମିଳିବ । ଶାରିରୀକ ଅସୁସ୍ଥତା ଅନୁଭବ କରିପାରନ୍ତି । ସ୍ୱାଭିମାନୀ ହେବେ । ସହ-ଯୋଗୀ ବ୍ୟବସାୟ କ୍ଷତି କାରକ ହେବ । ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କ ରହିବେ । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୮ ।

ସିଂହ – ମିତ୍ର ସାନ୍ନିଧ୍ୟ ମିଳିବ । ବ୍ୟବସାୟ ଲାଭଜନକ ହେବ । ସମାଜ ସେବାରେ ନିଜକୁ ନିୟୋଜିତ କରିପାରନ୍ତି । ଶାନ୍ତ ଓ ଧୈର୍ଯ୍ୟବାନ୍ ହେବେ । ବିବାହ ପ୍ରସ୍ତାବ ଆସିପାରେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୨ ।

କନ୍ୟା – ବୁଦ୍ଧି ପ୍ରୟୋଗ କରି ଲାଭବାନ୍ ହେବେ । ଆତ୍ମ ବଡିମା ଦେଖାଇ ପାରନ୍ତି । ଭାଇମାନଙ୍କ ପ୍ରତି ସ୍ନେହ ଭାବ ରହିବ । ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ । ଶକ୍ତିବାନ୍ ହେବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୬ ।

ତୁଳା – ମନ ପ୍ରଫୁଲ୍ଲ ରହିବ । ପରଚର୍ଚ୍ଚା କରିପାରନ୍ତି । ଚଞ୍ଚଳ ପ୍ରକୃତିର ହୋଇପାରନ୍ତି । ଆକସ୍ମିକ ଧନ ଲାଭ ହୋଇପାରେ । ଲଟେରି ଉଠାଣ ଫଳ ଆପଣଙ୍କ ସପକ୍ଷରେ ଯାଇପାରେ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୯ ।

ବିଛା – ଯାତ୍ରାଦିରେ ସଫଳ ହେବା ସହ ଦାନଶୀଳ ହେବେ । ଉଦାର ପ୍ରକୃତିର ହୋଇପାରନ୍ତି । ଉତ୍ତମ ବ୍ୟକ୍ତିତ୍ୱ ସମ୍ପନ୍ନ ହୋଇପାରନ୍ତି । ସ୍ୱାସ୍ଥ୍ୟ ଅତୁଟ ରହିବ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୪ ।

ଧନୁ – ପରୋପକାରୀ ଓ ଆସ୍ତିକ ପ୍ରକୃତିର ହେବେ । ମଧୁରଭାଷୀ ହୋଇପାରନ୍ତି । ମନ ପ୍ରସନ୍ନ ରହିବ । ସ୍ୱାସ୍ଥ୍ୟ ଖରାପ ହୋଇପାରେ । ସାନଭାଇମାନଙ୍କ ଠାରୁ ଆଦର,ସମ୍ମାନ ମିଳିବ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୧ ।

ମକର – ପରିବାରରେ ଅଶାନ୍ତିର ବାତାବରଣ ସୃଷ୍ଟି ହୋଇପାରେ । ନିର୍ଭରଶୀଳ ହୋଇପାରନ୍ତି । ଭାଗ୍ୟଶାଳୀ ହେବେ । ମିତ୍ରମାନେ ଧୋକା ଦେଇପାରନ୍ତି । ବିଦ୍ୟାର୍ଥୀମାନେ ଶିକ୍ଷା ପାଇଁ ଦୂର ଯାତ୍ରା କରିବେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୭ ।

କୁମ୍ଭ  – ଉତ୍ସବାଦିରେ ଯୋଗ ଦେଇ ଖୁସି ହୋଇପାରନ୍ତି । ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ରୁଚିକର ଭୋଜନରେ ଆପ୍ୟାୟିତ ହେବେ । ମାଲିମୋକଦ୍ଦମାରେ ଜିଣିବେ ଓ ଧନଲାଭ ହେବ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୫ ।

ମୀନ – ଇଚ୍ଛା ବିରୁଦ୍ଧରେ କାର୍ଯ୍ୟ କରିବାକୁ ବାଧ୍ୟ ହେବେ । ଚଞ୍ଚଳ ସ୍ୱଭାବର ହୋଇପାରନ୍ତି । ସାମୟିକ ଭାବେ ଏକାନ୍ତରେ ସମୟ ବିତାଇ ପାରନ୍ତି । ମଧୁର କଥାରେ ପରକୁ ଆପଣାର କରିପାରନ୍ତି । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୩ ।

   Related Posts