Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ନଭେମ୍ବର ୭ ତାରିଖ, ଗୁରୁବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

7/11/2019 at 6:50 AM

ମେଷ  – ଆୟ ଧୀରେ ଧୀରେ ବୃଦ୍ଧି ପାଇବ । କର୍ମକ୍ଷେତ୍ର ଉତ୍ସାହଜନକ ହେବ । ଶୁଭଖବର ପାଇ ଖୁସି ହେବେ । କାର୍ଯ୍ୟରେ ସଫଳତା ମିଳିପାରେ । ବିବାଦୀୟ ଘଟଣାରେ ବିଜୟୀ ହେବେ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୭ ।

ବୃଷ – ଆର୍ଥିକ ଉନ୍ନତି ପାଇଁ ଚେଷ୍ଟା ଅବ୍ୟାହତ ରହିବ । କାର୍ଯ୍ୟରେ ସଫଳତା ମିଳିବ । ଅଧିକ କ୍ଷମତା ହାସଲ କରିବା କାର୍ଯ୍ୟରେ ସଫଳତା ମିଳିବ । ଅଧିକ କ୍ଷମତା ହାସଲ କରିବା ସହିତ ତା’ର ସଦୁପଯୋଗ କରିପାରନ୍ତି । ଶୁଭ ରଙ୍ଗ  ଧଳା । ଶୁଭ ଅଙ୍କ ୧ ।

ମିଥୁନ – ମାନସିକ ଭାରସାମ୍ୟ ହରାଇ ପାରନ୍ତି । ଶାରିରୀକ ପୀଡା ଅନୁଭବ କରିପାରନ୍ତି । ଅର୍ଥାଭାବ ଦେଖାଦେବ । କେବଳ ଯୁଗ୍ମ ବ୍ୟବସାୟରୁ କିଛି ଅର୍ଥ ମିଳିପାରେ । ଶୁଭ ରଙ୍ଗ ପିଚ୍ଚ୍ । ଶୁଭ ଅଙ୍କ ୩ ।

କର୍କଟ – କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି । ସୁଖକର ଘଟଣାମାନ ଘଟିବ । କର୍ମରେ ସଫଳତା ମିଳିବ । ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୯ ।

ସିଂହ – ଆଘାତପ୍ରାପ୍ତ ହୋଇ ମଧ୍ୟ ଶତ୍ରୁକୁ ପରାଜିତ କରିବେ । ମାନସିକ ଶାନ୍ତି ଫେରିପାଇବେ । ଶୁଭ ଖବର ପାଇ ଉତ୍ଫୁଲ୍ଲିତ ହେବେ । ଶୁଭ କାର୍ଯ୍ୟ ପାଇଁ ତତ୍ପର ହୋଇପାରନ୍ତି । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୪ ।

କନ୍ୟା – କାର୍ଯ୍ୟ ପ୍ରମାଦହୀନ ହେବ । ଅଧ୍ୟୟନରତ ହୋଇପାରନ୍ତି । ବିଭିନ୍ନ ଦିଗରୁ ଅର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି । ଶୁଭଖବର ପାଇ ପାରନ୍ତି । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୮ ।

ତୁଳା – ଉଚ୍ଚ କର୍ତ୍ତୃପକ୍ଷଙ୍କ ଠାରୁ ସାହାର୍ଯ୍ୟ ମିଳିବ । ସୁସମ୍ବାଦ ପାଇ ଖୁସି ହେବେ । କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ । ପରିଶ୍ରମର ମୂଲ୍ୟ ମିଳିବ । ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠ ହେବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୧ ।

ବିଛା – ଧର୍ମ ଭାବନା ଶାନ୍ତିଦାୟକ ହେବ । ଆର୍ଥିକ କ୍ଷେତ୍ରରେ ସ୍ୱଚ୍ଛଳତା ଦେଖାଦେବ । ଶୁଭ କାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି । ଦେବ ଦର୍ଶନର ସୌଭାଗ୍ୟ ଅଛି । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୭ ।

ଧନୁ – ଚିନ୍ତାରୁ ମୁକ୍ତି ମିଳିବ । ସାମୟିକ ଭାବେ ଆଳସ୍ୟ ଅନୁଭବ କରିପାରନ୍ତି । ଭାଗ୍ୟର ପରିବର୍ତ୍ତନ ଘଟିପାରେ । ବିଭିନ୍ନ ଦିଗରୁ ଧନାଗମ ହେବ । ଜନସାଧାରନଙ୍କ ପ୍ରିୟପାତ୍ର ହେବ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୨ ।

ମକର – ଆୟର ମାତ୍ରା ସାମାନ୍ୟ ହେବାର ସୂଚନା ମିଳୁଛି । ଆଶାବାଦୀ ହୋଇପାରନ୍ତି । ସରକାରୀ କିମ୍ବା ବନ୍ଧୁ ସହାୟତାରୁ ଲାଭବାନ୍ ହେବେ । ରୁଚିକର ଭୋଜନରେ ଆପ୍ୟାୟିତ ହୋଇପାରନ୍ତି । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୬ ।

କୁମ୍ଭ  –  ନୂତନ କାର୍ଯ୍ୟ ପାଇଁ ଆଗ୍ରହ ପ୍ରକାଶ କରିପାରନ୍ତି । ଚିନ୍ତାଧାରା ଉନ୍ନତମାନର ହେବ । ନୂଆ ବନ୍ଧୁଙ୍କ ସାନ୍ନିଧ୍ୟ ପାଇ ଖୁସି ହେବେ । ଅତିଥି ଚର୍ଚ୍ଚାରେ ଖର୍ଚ୍ଚାନ୍ତ ହୋଇପାରନ୍ତି । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୩ ।

ମୀନ – କାର୍ଯ୍ୟ ଉତ୍ସାହଜନକ ହେବ । ସୁସମ୍ବାଦ ପାଇ ଖୁସି ହେବେ । ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିପାରନ୍ତି । ସତ୍ କର୍ମରେ ନିଜକୁ ନିୟୋଜିତ କରିବେ । ଅର୍ଥପ୍ରାପ୍ତିର ସୂଚନା ମିଳୁଛି । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୯ ।

   Related Posts