Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଶ୍ଚିମବଙ୍ଗ ନିର୍ବାଚନରେ କରୋନା ନିୟମର ଖୁଲମ୍‌ଖୁଲା ଉଲଙ୍ଘନ, ଏପ୍ରିଲ୍‌ ୧୬ରେ ସର୍ବଦଳୀୟ ବୈଠକ ଡକାଇଲେ ନିର୍ବାଚନ ଆୟୋଗ
  • ||
  • ଭୁବନେଶ୍ବର : ପିପିଲି କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ପରଲୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ପରୀକ୍ଷା ହେବ କି ନାହିଁ ସେନେଇ ଚିନ୍ତା କରିବୁ – ଗଣଶିକ୍ଷା ମନ୍ତ୍ରୀ
  • ||
  • ଯାଜପୁର : ଏକ ତରଫା ପ୍ରେମରୁ ଯୁବକଙ୍କ ଉନ୍ମତକାଣ୍ଡ, ବାହା ହେବାକୁ ରାଜି ନହେବାରୁ ସମ୍ପର୍କୀୟ ଭଉଣୀଙ୍କୁ ଚେଙ୍କ ଦେଲା ଭାଇ
  • ||
  • ବାଲେଶ୍ବର : ସମୁଦ୍ରରେ ମାଛ ଧରା ବନ୍ଦ, ଆଜିଠୁ ଜୁନ୍ ୧୫ ଯାଏଁ ବଳବତ୍ତର ରହିବ କଟକଣା
  • ||
  • ଭୁବନେଶ୍ବର : କୋଭିଡ୍ ନିୟମ ଉଲଂଘନକାରୀଙ୍କଠୁ ୨ କୋଟି ୧୭ ଲକ୍ଷ ଟଙ୍କା ଫାଇନ୍ ଆଦାୟ
  • ||
  • ଭୁବନେଶ୍ବର : ୟେଲୋ ଜୋନ୍‌କୁ ଗଲା ୫ ଜିଲ୍ଲା, ପୂର୍ବରୁ ୨ ଜିଲ୍ଲା ରହିଛି ରେଡ୍ ଜୋନ୍‌ରେ
  • ||
  • ଝାରସୁଗୁଡା : କୋଇଲା ଖଣି ମ୍ୟାନେଜର ଅଫିସରୁ ମହିଳା କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ମାଲକାନଗିରି : ମାଲକାନଗିରିରୁ ଛତିଶଗଡକୁ ସଂଯୋଗ ସମସ୍ତ ରାସ୍ତା ସିଲ୍, ଅପ୍ରେଲ ୩୦ଯାଏଁ ବସ୍ ଚଳାଚଳ ଠପ୍
  • ||
  • CBSE ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ, ଛାତ୍ରଛାତ୍ରୀଙ୍କ ମାର୍କ ସ୍ଥିର କରିବ ବୋର୍ଡ
  • ||

ନଭେମ୍ବର ୬ ତାରିଖ, ବୁଧବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

6/11/2019 at 6:40 AM

ମେଷ – ପାରିବାରିକ ଜଞ୍ଜାଳ ବଢିପାରେ । ସମ୍ମାନିତ ହେବେ । ନୀରୋଗ ହୋଇପାରନ୍ତି । ବଂଶ ମର୍ଯ୍ୟାଦା ରକ୍ଷା କରିବାରେ ସକ୍ଷମ ହେବେ । ଗୃହ ପରିବେଶ ଠିକ୍ ରହିବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୬ ।

ବୃଷ – ମାନସିକ ସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ସେବା କ୍ଷେତ୍ରରେ ଅବତୀର୍ଣ୍ଣ ହୋଇପାରନ୍ତି । ଧନବାନ୍ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଶୁଭ ରଙ୍ଗ ଗାଢ ଗ୍ରୀନ୍ । ଶୁଭ ଅଙ୍କ ୪ ।

ମିଥୁନ – ଗୁରୁଜନଙ୍କ ପାଇଁ କଷ୍ଟ ସହିପାରନ୍ତି । ବ୍ୟବସାୟରୁ ଲାଭ ପାଇ ସନ୍ତୁଷ୍ଟ ହେବେ । ପ୍ରତିହିଂସା ପରାୟଣ ହେବେ । ଅସୁସ୍ଥତା ଅନୁଭବ କରିପାରନ୍ତି । ଖର୍ଚ୍ଚାନ୍ତରୁ ବିଯିବେ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୧ ।

କର୍କଟ – ଗୁରୁଜନଙ୍କ ସ୍ନେହର ପାତ୍ର ହୋଇପାରନ୍ତି । ମନ ପ୍ରସନ୍ନ ରହିବ । ବନ୍ଧୁ ସହାୟତା ପାଇ ନିଜ ବ୍ୟବସାୟକୁ ତ୍ୱରାନ୍ୱିତ କରିବେ । ସେବା ମନୋଭାବ ଗ୍ରହଣ କରିବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୭ ।

ସିଂହ – ନିଜକୁ ନିଜେ ସାନ୍ତ୍ୱନା ଦେବେ । କୌଣସି କାର୍ଯ୍ୟକ୍ରମରେ ଭାବ ନ ନେଇ ନୀରବ ଭାବ ପ୍ରଦର୍ଶନ କରିପାରନ୍ତି । ଭାଇମାନଙ୍କ ସହିତ ଥିବା ମନୋମାଳିନ୍ୟର ଅନ୍ତ ଘଟିବ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୩ ।

କନ୍ୟା – ବୁଦ୍ଧି ପ୍ରୟୋଗ କରି ଲାଭବାନ୍ ହେବେ । ନିରବରେ କିଛି ଚିନ୍ତା କରିପାରନ୍ତି । କନ୍ୟା,ପୁତ୍ର,ପୌତ୍ର,ପ୍ରପୌତ୍ରାଦି ଲାଭ କରିପାରନ୍ତି । ବହୁ ଧନରେ ଅଧିକାରୀ ହେବେ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୫ ।

ତୁଳା – ବନ୍ଧୁ ମିଳନ ଆନନ୍ଦଦାୟକ ହେବ । ବାଦ-ବିବାଦରେ ବିଜୟୀ ହେବେ । କୃଷିକର୍ମ ପାଇଁ ତତ୍ପର ହୋଇପାରନ୍ତି । ଯାନବାହନ ସୁଖ ପାଇପାରନ୍ତି । ଶିକ୍ଷାରେ ଅଗ୍ରଣୀ ହେବେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୧ ।

ବିଛା – ଶତ୍ରୁ ବିନାଶ କରି ମାନସିକ ଶାନ୍ତି ଫେରି ପାଇବେ । କାର୍ଯ୍ୟର ସଫଳତା ଲାଭ କରିବେ । ସକଳ ଗୁଣର ଆଧାର ହେବେ । ସୁଖଭୋଗ କରିପାରନ୍ତି । ବିବାଦରେ ବିଜୟୀ ହେବେ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୯ ।

ଧନୁ – ମନରେ ଉଦ୍ବେଗ ଜାତ ହୋଇପାରେ । ଦୁର୍ଘଟଣାରୁ ଅଳ୍ପକେ ର୍ବିଯାଇ ପାରନ୍ତି । ପ୍ରିୟଭାଷୀ ହେବେ । ଧନ ଓ ଯାନବାହନଯୁକ୍ତ ହୋଇପାରନ୍ତି । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୬ ।

ମକର – ଶତ୍ରୁର ସମ୍ମୁଖୀନ ହୋଇପାରନ୍ତି । ସ୍ୱାଧୀନ ଚିନ୍ତାଧାରା ନେଇ କାର୍ଯ୍ୟ କରିବେ । ଧନବାନ୍ ହେବେ । ଗୁଣଯୁକ୍ତ ହୋଇପାରନ୍ତି । ତାରୁଣ୍ୟ ରୂପର ଅଧିକାରୀ ହୋଇପାରନ୍ତି । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୭ ।

କୁମ୍ଭ – ସତ୍ ପ୍ରେରଣା ପାଇପାରନ୍ତି । ସ୍ନେହସ୍ପଦ ବ୍ୟବହାର କରି ଅଧସ୍ତନଙ୍କ ପୂଜ୍ୟ ହୋଇପାରନ୍ତି । ଧର୍ମ ଜାଗରଣ ପାଇଁ ବ୍ୟୟ କରିପାରନ୍ତି । ଅଧିକ କ୍ଷମତା ପାଇ ତାର ସଦ୍ ବ୍ୟବହାର କରିବେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୮ ।

ମୀନ – ଦୂରବନ୍ଧୁଙ୍କ ସହାୟତା ମିଳିବ । ନୂତନ ଦ୍ରବ୍ୟ କ୍ରୟ କରି ଖୁସି ହେବେ । ନାନାବିଧ ସମ୍ମାନର ଅଧିକାରୀ ହେବେ । ଯାନବାହନ ସୁଖ ପାଇପାରନ୍ତି । ପ୍ରସନ୍ନତା ଲାଭ କରିବେ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୩ ।

   Related Posts