Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ନଭେମ୍ବର ୩ ତାରିଖ, ରବିବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

3/11/2019 at 6:48 AM

ମେଷ – ମନ ଟିକେ ଅସ୍ଥିର ରହିବା ହେତୁ ବିଶୃଙ୍ଖଳ ହୋଇପାରନ୍ତି । ବନ୍ଧୁଙ୍କ ସହିତ ମତଭେଦ ହେବାର ସମ୍ଭାବନା ରହିଛି । ବାହନ ସାବଧାନତାର ସହ ଚଳାନ୍ତୁ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୩ ।

ବୃଷ – ଆଗକୁ ବଢି ଚାଲନ୍ତୁ, ପରିସ୍ଥିିତି ଆପଣଙ୍କ ପକ୍ଷରେ ହେବ । ନୂଆ ପୁରୁଣା ବନ୍ଧୁଙ୍କର ସହ-ଯୋଗ ଓ ସଦିଚ୍ଛା ପାଇବେ । ପାରିବାରିକ କାମ ସମାପ୍ତ କରିବାରେ ସଫଳ ହେବେ । ଶୁଭ ରଙ୍ଗ ଗାଢ ଧଳା । ଶୁଭ ଅଙ୍କ ୬ ।

ମିଥୁନ – ଆପଣଙ୍କୁ ଭାଗ୍ୟର ପୂରାପୂରି ସାଥ୍ ମିଳିବ । ଭାବିଥିବା କାମ ବିନା ବାଧାବିଘ୍ନରେ ସଂପନ୍ନ ହେବ । ଆପଣଙ୍କୁ କୌଣସି ଭଲ ଖବର ମିଳିବାର ସମ୍ଭାବନା ଅଛି । । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୧ ।

କର୍କଟ – ଆପଣଙ୍କ ଭିତରେ ନୂଆ ଉର୍ଜା ସଂଚାର ହେବ । ପୂର୍ବରୁ ଆରମ୍ଭ କରିଥିବା କାମ ଆଜି ସଂପୂର୍ଣ୍ଣ ହୋଇଯିବ । ବ୍ୟବସାୟରେ ସବୁ ଭଲ ହେବାର ସମ୍ଭାବନା ଅଛି । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୫ ।

ସିଂହ – ନୂଆ ଲୋକଙ୍କ ସହିତ ପରିଚିତ ଲାଭଦାୟକ ସିଦ୍ଧ ହେବ । ବ୍ୟବସାୟ ପାଇଁ ନୂଆ ଚୁକ୍ତିନାମା କରିବେ । ବାହନ କିଣିବା ଲାଗି ମନ ବଳିବ । ସ୍ୱାସ୍ଥ୍ୟ ଭଲ ରହିବ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୮ ।

କନ୍ୟା – ମନରେ ନୂଆ ବିଚାର ଉତ୍ପନ୍ନ ହେବ । ବ୍ୟବସାୟ ସମ୍ବନ୍ଧରେ ବିଶିଷ୍ଟ ବ୍ୟକ୍ତିଙ୍କ ସହିତ ସାକ୍ଷାତ୍ ଆଲୋଚନା କରିବେ । ଇଂଜିନିୟରଙ୍କ ଲାଗି ଦିନଟି ବଢିଆ ରହିବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୨ ।

ତୁଳା – ବାପାଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ରହିବ । କଥାରେ ସମସ୍ତଙ୍କୁ ପ୍ରଭାବିତ କରିପାରନ୍ତି । ଅଧୁରା ଥିବା କାମ ଯଥା ସମୟରେ ସଂପୂର୍ଣ୍ଣ କରି ନେବେ । ଶୁଭ ରଙ୍ଗ ଆକାଶୀ । ଶୁଭ ଅଙ୍କ ୧ ।

ବିଛା – ବ୍ୟକ୍ତିତ୍ୱକୁ ବିକଶିତ କରିବା ଲାଗି ଦିନଟି ଭଲ । ଆପଣଙ୍କୁ କୌଣସି ଭଲ ଖବର ମିଳିପାରେ । ରାଜନୀତିରେ ସୀମା ବଢିବ । ଚାକିରିରେ ଉନ୍ନତି ଯୋଗ ରହିଛି । ଶୁଭ ରଙ୍ଗ ଧୂସର  । ଶୁଭ ଅଙ୍କ ୯ ।

ଧନୁ – ପରିବାର ସହିତ କୌଣସି ଧାର୍ମିକ ଆୟୋଜନକୁ ଯାଇପାରନ୍ତି । ବ୍ୟବସାୟରେ ଆଗକୁ ବଢିବା ପାଇଁ ଭାବିବେ । ପତିପତ୍ନୀଙ୍କ ମଧ୍ୟରେ ପ୍ରେମଭାବ ବୃଦ୍ଧି ହେବ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୧ ।

ମକର – କିଛି ନୂଆ କରି ଦେଖାଇବାର ଇଚ୍ଛା ଜାଗିବ । ପୁରୁଣା ବନ୍ଧୁ ବା ସଂପର୍କୀୟଙ୍କ ସହିତ କଥାବାର୍ତ୍ତା ଯୋଗ ରହିଛି । ଆର୍ଥିକ ସ୍ଥିତିରେ ଯଥେଷ୍ଟ ସୁଧାର ହେବ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୨ ।

କୁମ୍ଭ  – ଆଗକୁ ବଢିବାର ଦିନଟିଏ । କର୍ମକ୍ଷେତ୍ରରେ ଅଧିକ ଦାୟିତ୍ୱ ଗ୍ରହଣ କରିବେ । ସହକର୍ମୀଙ୍କ ସହିତ ବୁଝାମଣା ଭଲ ରହିବ । ବେପାରୀବର୍ଗଙ୍କୁ ଧନଲାଭ ହେବ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୮ ।

ମୀନ – ଠାକୁର ଦର୍ଶନ ପାଇଁ ମନ୍ଦିରକୁ ଯିବେ । ସୁସମ୍ବାଦ ପାଇବେ । ଯାହା ବି କାମ ଆରମ୍ଭ କରିବେ, ସଫଳତା ପାଇବେ । ଜୀବନସାଥୀଙ୍କ ସହିତ ପ୍ରେମ ବଢିବ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୭ ।

   Related Posts