ନଭେମ୍ବର ୧ ତାରିଖ, ଶୁକ୍ରବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | November 01, 2019 IST

ମେଷ – ନିର୍ଦ୍ଦିଷ୍ଟ କରିଥିବା କାର୍ଯ୍ୟରେ ସଫଳତା ପାଇବେ । ବାଣିଜ୍ୟ କ୍ଷେତ୍ରରେ ଉନ୍ନତି ଆସିବ । ବନ୍ଧୁ ମିଳନ ଯୋଗ ରହିଛି । ବହୁ ଦିନରୁ ଥିବା କାମନା ବାସନା ପୂରଣ ହେବ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୬ ।

ବୃଷ – ଆର୍ଥିକ ସ୍ଥିତି ବଳବାନ ହେବ । ରାଜନୀତିରେ ସଫଳତା ପାଇବେ । ପ୍ରଶାସନ,ଶିକ୍ଷା,ପରିବହନ,ଇରନେଟ କ୍ଷେତ୍ରରେ ଉନ୍ନତି ଆସିବ । ମହିଳାମାନେ ଦେବାଦେବୀ ପୂଜାରେ ମନ ଦେବେ । ଶୁଭ ରଙ୍ଗ ଗାଢ ଲାଲ୍ । ଶୁଭ ଅଙ୍କ ୧ ।

ମିଥୁନ - ନିଜର ଗୁଣ,ଜ୍ଞାନ ଗବେଷଣାରେ ସୁନାମ ଅର୍ଜନ କରିବେ । ବାଣିଜ୍ୟ କ୍ଷେତ୍ରରେ ଉନ୍ନତି ହେବ । ବିବାଦରେ ଜିତାପଟ ନେବେ । ପାରିବାରିକ କ୍ଷେତ୍ରରେ ଉନ୍ନତି ହେବ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୭ ।

କର୍କଟ – ଧର୍ମ ଏବଂ କର୍ମକୁ ଭଗବାନଙ୍କ ନିକଟରେ ସମର୍ପଣ କରି ଦାୟୀତ୍ୱ ବହନ କରିବେ । ସାମାଜିକ ସେବାକୁ ପ୍ରାଧାନ୍ୟ ଦେବେ । ଚାକିରୀ କ୍ଷେତ୍ରରେ ମହିଳାମାନେ ସୁନାମ ଅର୍ଜନ କରିବେ । ଶୁଭ ରଙ୍ଗ ଗୋଲଡେନ୍ । ଶୁଭ ଅଙ୍କ ୧ ।

ସିଂହ – ଉଦଯୋଗ ସିଦ୍ଧି ହେବ । ବାଟରେ ଗଲା ବେଳେ ଶୁଭ ଖବର ପାଇବେ । ପ୍ରଶାସନିକ କ୍ଷେତ୍ରରେ ଉନ୍ନତି ଓ ଆର୍ଥିକ ସ୍ଥିତି ବଳବାନ ହେବ । ନୂତନ ଯାଗାବାଡି କିିଣିବାକୁ ପ୍ରୟାସ କରିବେ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୫ ।

କନ୍ୟା – ପରିବାରର ସର୍ବାଙ୍ଗୀନ ଉନ୍ନତି ଲାଗି ଚେଷ୍ଟା କରିବେ । ନୂତନ ଦ୍ରବ୍ୟ ପ୍ରାପ୍ତି ହେବ । ମହିଳାମାନେ ଘର କାମରେ ସଫଳତା ପାଇବେ ଏବଂ ପିଲା ମାନଙ୍କର ଯତ୍ନ ନେବେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୪ ।

ତୁଳା – ବହୁ ଦିନରୁ ଅପେକ୍ଷା କରିଥିବା କାର୍ଯ୍ୟରେ ସଫଳତା ପାଇବେ । ରାଜକୀୟ କାର୍ଯ୍ୟରେ ପ୍ରଶଂସା ଅର୍ଜନ କରିବେ । ସଭା ସମିତିରେ ଭାଷଣ ଦେବେ । ଲୋକହିତକର କାର୍ଯ୍ୟରେ ମନ ଦେଇପାରନ୍ତି । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୯ ।

ବିଛା – ପାରିବାରିକ କ୍ଷେତ୍ରରେ ଉନ୍ନତି କରିବେ । ଭ୍ରମଣ ଯୋଗର ସୂତ୍ରପାତ ହେବ । ନୂତନ ଯାଗା କ୍ରୟ କରିବେ । ମହିଳାମାନେ ଘରକୁ ବିଭିନ୍ନ ଦ୍ରବ୍ୟରେ ସଜାଇବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୪ ।

ଧନୁ – ପାରମ୍ପରିକ ମର୍ଯ୍ୟାଦାକୁ ବାଇ ରଖିବେ । ଭଗବାନଙ୍କର ଶରଣ ନେବେ । ବାଣିଜ୍ୟ କ୍ଷେତ୍ରରେ ଉନ୍ନତି ଓ ଭ୍ରମଣ ଯୋଗର ସୂତ୍ରପାତ ହେବ । ନୂତନ ଯାଗା କ୍ରୟ କରିବେ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୨ ।

ମକର –ବହୁ ଦିନରୁ ଥିବା କାର୍ଯ୍ୟରେ ସଫଳତା ପାଇବେ । ପାରିବାରିକ ସମ୍ପର୍କ ମଧୁର ଓ ନୂତନ ଦ୍ରବ୍ୟ ପ୍ରାପ୍ତିର ହେବ । ବନ୍ଧୁ ମିଳନ ହୋଇପାରେ । ରାଜନୀତିରେ ସଫଳତା ପାଇବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୭ ।

କୁମ୍ଭ - କେତେକ ସମସ୍ୟା ଆସି ପହିବ । ବନ୍ଧୁ ବିବାହ କାର୍ଯ୍ୟରେ ଯୋଗ ଦାନ କରିବେ । ନୂତନ ଯାଗା ପ୍ରାପ୍ତି ହେବ । ସରକାରୀ କ୍ଷେତ୍ରରୁ ସାହାର୍ଯ୍ୟ ମିଳିବ । ମହିଳାମାନେ ଘରର ସର୍ବାଙ୍ଗୀନ ଉନ୍ନତି କରିବେ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୫ ।

ମୀନ - ବହୁ ଦିନରୁ ଥିବା ଯୋଜନା କାର୍ଯ୍ୟକାରୀ ଓ ପାରିବାରିକ ଉନ୍ନତି ହେବ । ସାମୂହିକ ଉନ୍ନତି ଲାଗି କାର୍ଯ୍ୟ କରିବେ । ମହିଳାମାନେ ଘର କାମରେ ଲାଗି ପଡିବେ । ଛାତ୍ରଛାତ୍ରୀମାନେ ପାଠପଢାରେ ମନ ଦେବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୮ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.