ଅକ୍ଟୋବର ୩୧ ତାରିଖ, ଗୁରୁବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | October 31, 2019 IST

ମେଷ – ଆପଣଙ୍କ ମନ ଧାର୍ମିକ କାର୍ଯ୍ୟରେ ଲାଗି ରହିପାରେ । କିଛି ସମସ୍ୟାର ସାମନା କରିବାକୁ ପଡିପାରେ । ସହକର୍ମୀଙ୍କ ସହ ଯୋଗ ପାଇବା ଲାଗି ଚେଷ୍ଟା କରିବାକୁ ହେବ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୪ ।

ବୃଷ – ଆପଣଙ୍କ ଜୀବନ ଲାଗି ସଫଳତାର ଦିନଟିଏ । ବିଭିନ୍ନ ଲୋକଙ୍କ ସହିତ ମିଶିବେ । ଭାବିଥିବା କାମ ବିନା ବାଧା ବିଘ୍ନରେ ସଂପନ୍ନ ହେବ । ଶୁଭ ରଙ୍ଗ ଗାଢ ଧଳା । ଶୁଭ ଅଙ୍କ ୧ ।

ମିଥୁନ - ଆପଣଙ୍କ ଜୀବନକୁ ଆହୁରି ବଢିଆ କରି ଗଢିବା ପାଇଁ ଚେଷ୍ଟା କରିବେ । କୌଣସି ଖାସ୍ କାମରେ ଆପଣଙ୍କୁ ଲାଭ ମିଳିପାରେ । ମିତ୍ରଙ୍କ ସହିତ ଭେଟ ହେବ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୨ ।

କର୍କଟ – ଦିନଟି ଆପଣଙ୍କ ଲାଗି ବଢିଆ ରହିବ । ନିଜକୁ ଆର୍ଥିକ ରୂପେ ମଜଭୁତ ଅନୁଭବ କରିବେ । କୌଣସି ବରିଷ୍ଠ ଆଇନ ପରାମର୍ଶଦାତାଙ୍କ ସାହାର୍ଯ୍ୟ ପାଇବେ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୫ ।

ସିଂହ – ଅଧୁରା କାମ ଯଥା ସମୟରେ ପୂରା କରିନେବେ । ଅଫିସରେ କିଛି ବଡ ସଉଦା କରିବାର ସୁଯୋଗ ମିଳିପାରେ । ଆପଣଙ୍କ ବନ୍ଧୁ ତାଲିକାରେ ଭଲ ଲୋକ ଯୋଡିବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୭ ।

କନ୍ୟା – ଶିକ୍ଷା କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତି ବିଶେଷଙ୍କର ଉନ୍ନତି ହେବ । ନେତା ଆପଣଙ୍କୁ ନୂଆ କାର୍ଯ୍ୟ ଅର୍ପଣ କରିବେ । ବ୍ୟବସାୟ ସଂକ୍ରାନ୍ତରେ ଦିନଟି ଭଲ ହେବ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୨ ।

ତୁଳା – ଦିନଟି ବଢିଆ ରହିବ । କ୍ୟାରିୟର ସଂକ୍ରାନ୍ତରେ କୌଣସି ବଡ ସଫଳତା ପାଇବେ । ଆର୍ଥିକ ସ୍ଥିତି ମଜଭୁତ ବଜାୟ ରହିବ । ବୈବାହିକ ଜୀବନ ଖୁସି ଭରା ରହିବ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୧ ।

ବିଛା – ଦିନଟି ଆଶାଠୁଁ ଅଧିକ ଭଲ ରହିବ । କାର୍ଯ୍ୟ କ୍ଷେତ୍ରରେ କିଛି ପରିର୍ବନ ଆଣିବା ଲାଗି ଭାବି ପାରନ୍ତି । ଜୀବନସାଥୀଙ୍କ ଠାରୁ ଉପହାରରେ ଉପଯୋଗୀ ବସ୍ତୁ ପାଇବେ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୯ ।

ଧନୁ – ନିତିଦିନିଆ କାମରେ ଟିକେ ଗତିରୋଧ ହୋଇପାରେ । ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରିବାକୁ ଚେଷ୍ଟା କରନ୍ତୁ । ବ୍ୟାବସାୟିକ କାମରେ ଦୂର ସ୍ଥାନକୁ ଯାତ୍ରାରେ ଯିବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୨ ।

ମକର –ନିଜକୁ ଗର୍ବରେ ଭରା ଅନୁଭବ କରିବେ । ଓକିଲଙ୍କ ଲାଗି ଦିନଟି ଅନୁକୂଳ । କଳା କ୍ଷେତ୍ରରେ ଆପଣଙ୍କର ନାମ ହେବ । କାରବାରରେ ପୁଞ୍ଜି ଲଗାଣ ପାଇଁ ଭାବିବେ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୫ ।

କୁମ୍ଭ - ପରିବାର ଲୋକଙ୍କ ସହିତ ଠାକୁର ଦର୍ଶନ ପାଇଁ ମନ୍ଦିରକୁ ଯିବେ । କିଛି ନୂଆ ସୁଯୋଗ ମିଳିପାରେ । ଧନ ସଂପର୍କିତ ମାମଲାର ସମାଧାନ ଅତିଶୀଘ୍ର ବାହାରି ଯିବ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୭ ।

ମୀନ - ଇଷ୍ଟଦେବଙ୍କ ସ୍ମରଣରେ ମନକୁ ଶାନ୍ତି ମିଳିବ । କୌଣସି ମିତ୍ରଙ୍କ ସହିତ ମିଶିବାର ଯୋଗ ରହିଛି । ଆପଣଙ୍କ କ୍ୟାରିୟର ଲାଗି ଉନ୍ନତିର ନୂଆ ରାସ୍ତା ଖୋଲିବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୭ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.