ଅକ୍ଟୋବର ୨୯ ତାରିଖ, ମଙ୍ଗଳବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | October 29, 2019 IST

ମେଷ – ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ଦ୍ରବ୍ୟ ପ୍ରାପ୍ତିର ସୂଚନା ମିଳୁଛି । ଚଳ ପ୍ରକୃତିର ହୋଇପାରନ୍ତି । ଆକସ୍ମିକ ଧନଲାଭ ହୋଇପାରେ । ବ୍ୟବସାୟରେ କ୍ଷତି ହେବ । ଶୁଭ ରଙ୍ଗ ଗୋଲଡେନ୍ । ଶୁଭ ଅଙ୍କ ୪ ।

ବୃଷ –ର୍କବ୍ୟନିଷ୍ଠ ହେବେ । ଉଦାର ସ୍ୱଭାବର ହୋଇପାରନ୍ତି । ଦାନ-ଧର୍ମକୁ ଆଦରି ନେଇ ପାରନ୍ତି । ବ୍ୟକ୍ତିତ୍ୱ ବିକଶିତ ହେବ । କୃଷିକର୍ମ ଉପରେ ଧ୍ୟାନ ଦେବେ । ଜଳ ପ୍ରତି ଆଦର ପ୍ରେମୀ ଓ ବୁଦ୍ଧିମାନ ହେବେ । ଶୁଭ ରଙ୍ଗ ଗାଢ ନୀଳ । ଶୁଭ ଅଙ୍କ ୩ ।

ମିଥୁନ - ସାବଧାନତାର ସହ କାର୍ଯ୍ୟ କରି ଦୁର୍ଘଟଣାକୁ ଏଡାଇ ଦେଇପାରନ୍ତି । ମନୋବଳ ଦୃଢ ରହିବ । ମନ ପ୍ରସନ୍ନ ରହିବ । ଆସ୍ତିକ ପ୍ରବୃିର ହେବେ । କଥାଶୈଳୀରେ ଅନ୍ୟକୁ ବଶ କରି ପାରନ୍ତି । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୯ ।

କର୍କଟ – ପରିସ୍ଥିତିକୁ ମୁକାବିଲା କରି ଅଭିଜ୍ଞ ହୋଇପାରନ୍ତି । ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡିବ । ଭାଗ୍ୟଶାଳୀ ହୋଇପାରନ୍ତି । ବ୍ୟବସାୟରୁ ପ୍ରଚୁର ଲାଭ ହେବ । ବନ୍ଧୁ ପ୍ରେମୀ ହେବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୪ ।

ସିଂହ – ଉପୁଜିଥିବା ଅସୁବିଧାକୁ ସଜାଡି ଦେଇପାରନ୍ତି । ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ । ରୋଜଗାର ଅଧିକ ହୋଇପାରେ । ମୋକଦ୍ଦମାରେ ରାୟ ଆପଣଙ୍କ ସପକ୍ଷରେ ଯିବ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୬ ।

କନ୍ୟା – ପଡୋଶୀମାନଙ୍କ ପ୍ରତି ସତର୍କ ରହିବାକୁ ପଡିବ । ବ୍ୟୟ ପରିମାଣ ବୃଦ୍ଧି ପାଇପାରେ । ଥଣ୍ଡା କଫ ଜନିତ ସାମାନ୍ୟ ପୀଡା ଅନୁଭବ କରିପାରନ୍ତି । ମଧୁର ଭାଷା ପ୍ରୟୋଗ କରି ପରକୁ ଆପଣାର କରିପାରନ୍ତି । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୮ ।

ତୁଳା – ଲାଗି ରହିଥିବା ବିବାଦର ସୁ ସମାଧାନ ହେବ । ଆୟ ଯଥେଷ୍ଟ ପରିମାଣର ହେବ । ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି । ଯଶସ୍ୱୀ ଓ ରାଜଦ୍ୱାରରେ ସମ୍ମାନିତ ହେବେ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୨ ।

ବିଛା – ଗୁରୁତ୍ୱପୂର୍ଣ୍ଣ ନିଷ୍ପି ନେଇ ପାରନ୍ତି । କର୍ମକ୍ଷେତ୍ର ଉତ୍ସାହଜନକ ହେବ । କୁଳଦୀପକ ଓ ଦୟାଳୁ ସ୍ୱଭାବର ହେବେ । ମନ ପ୍ରସନ୍ନ ରହିବ । ବ୍ୟବସାୟ ଲାଭଜନକ ହେବ । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୧ ।

ଧନୁ – ଦୁର୍ଘଟଣାରୁ ଉଧୁରୁ ଯିବେ । ସାମୟିକ ଭାବେ ବିଶ୍ରାମ ଗ୍ରହଣ କରିପାରନ୍ତି । ଭାଗ୍ୟଶାଳୀ , ଧର୍ମାତ୍ମା, ପ୍ରବାସପ୍ରିୟ, ସାହସୀ ସମ୍ପିବାନ୍ ହେବେ । ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିପାରନ୍ତି । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୫ ।

ମକର –ପୈତୃକ ସମ୍ପିକୁ ନେଇ ଅଶାନ୍ତି ଉପୁଜି ପାରେ । ଘାତଚନ୍ଦ୍ର ଓ ଅଷ୍ଟମ ଚନ୍ଦ୍ର ଏକତ୍ର ଭୋଗ ହେଉଥିବାରୁ ଅତିମାତ୍ରାର ସତର୍କତା ଆବଶ୍ୟକ । ଭାଗ ବ୍ୟବସାୟ ଲାଭଜନକ ହେବ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୯ ।

କୁମ୍ଭ - ସତ୍ କର୍ମ କରି ପ୍ରଶଂସିତ ହେବେ । ବନ୍ଧୁ ମିଳନ ଘଟିବ । ବ୍ୟବସାୟ ଲାଭଜନକ ହେବ । ସମାଜ ସେବୀ ହୋଇପାରନ୍ତି । ମନରେ ଅହଂଭାବ ଜାଗରିତ ହୋଇପାରେ । ଶାନ୍ତ ଓ ଧୈର୍ଯ୍ୟବାନ୍ ହେବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୩ ।

ମୀନ - ଅଭିଜ୍ଞତାକୁ କାର୍ଯ୍ୟରେ ଲଗାଇ ବିଶେଷ ଉପକୃତ ହୋଇପାରନ୍ତି । ଭାଇମାନଙ୍କ ଉପରେ ସ୍ନେହ ଶ୍ରଦ୍ଧା ରହିବ । ବଳିଷ୍ଠ ଓ ଶତ୍ରୁହନ୍ତା ହେବେ । ଚାକିରି କ୍ଷେତ୍ରରେ ଉଚ୍ଚର୍କୃପକ୍ଷଙ୍କ ଦ୍ୱାରା ସମ୍ମାନିତ ହେବେ । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୬ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.