Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହରିୟାଣା : ଚଳନ୍ତା କାର ଉପରେ ଓଲଟି ପଡିଲା କଣ୍ଟେନର, ୩ ମୃତ
  • ||
  • ଅଷ୍ଟ୍ରେଲିଆକୁ ଆଉ ଏକ ଝଟକା, ଷ୍ଟାର୍କ ଆହତ, ପ୍ରଥମ ଟି୨୦ରୁ ପଡିବେ ବାଦ୍ !
  • ||
  • ବରଗଡ : ଟ୍ରକ୍‌ ସହ ଧକ୍କା ହେଲା ବରଯାତ୍ରୀ ବୋଲେରୋ, ୩ ମୃତ, ୪ ଗୁରୁତର
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୫୫ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜଧାନୀରୁ ପୁଣି ବ୍ରାଉନସୁଗାର ଜବତ, ୪ ଗିରଫ
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୩୪ କରୋନା ସଂକ୍ରମିତ, ୩୨୦୦୧୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆଦିଲ୍ଲୀ : MDH ମସଲାର ପ୍ରତିଷ୍ଠାତା ଧର୍ମପାଲ ଗୁଲାଟୀଙ୍କ ପରଲୋକ
  • ||
  • ଗୋପ : ଜୀବନ ଯୁଦ୍ଧରେ ହାରିଗଲେ କରୋନା ଯୋଦ୍ଧା, କୋଭିଡ୍ ପଜିଟିଭ୍ ହୋଇ ଶେଷ ନିଶ୍ୱାସ ତ୍ୟାଗ କଲେ ଏଏସଆଇ
  • ||
  • ସୋର : ଘରେ ପଶିଲେ ଦୁର୍ବୃତ୍ତ, ବାପ-ପୁଅଙ୍କୁ ଗୋଡାଇ ଗୋଡାଇ ହାଣିଲେ
  • ||
  • କୋରାପୁଟ : ମିଳିଲାନି ଜାମିନ୍, ନିଜ ବେକ କାଟିଦେଲେ କଏଦୀ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||

ଅକ୍ଟୋବର ୨୮ ତାରିଖ, ସୋମବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

28/10/2019 at 8:17 AM

ମେଷ – ପରିବାରବର୍ଗଙ୍କ ସହିତ ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ । ଆପଣଙ୍କର ସକାରାତ୍ମକ ବିଚାର ଅନ୍ୟମାନଙ୍କୁ ପ୍ରଭାବିତ କରିବ । ଆମଦାନିରେ ଅଚାନକ ବୃଦ୍ଧି ଘଟିବ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୨ ।

ବୃଷ – କ୍ୟାରିୟରକୁ ନେଇ ଆପଣ ଟିକେ ଚିନ୍ତିତ ରହିବେ । ସଂପୂର୍ଣ୍ଣ ହେବାକୁ ଯାଉଥିବା କୌଣସି କାମରେ ବାଧା ଉତ୍ପନ୍ନ ହୋଇପାରେ । ବାହନ ସାବଧାନତାର ସହ ଚଳାନ୍ତୁ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୯ ।

ମିଥୁନ – ଆପଣଙ୍କ ମନରେ ନୂଆ ନୂଆ ବିଚାର ଉତ୍ପନ୍ନ ହେବ । ବ୍ୟବସାୟୀଙ୍କୁ ଅଚାନକ ଧନଲାଭ ହେବ । ଆପଣଙ୍କର ବୈବାହିକ ଜୀବନ ସରସ ରହିବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୬ ।

କର୍କଟ – ଆପଣଙ୍କ ଉତ୍ସାହର ସ୍ତର ବୃଦ୍ଧି ହେବ । ନେତୃତ୍ୱ ନେବାର କ୍ଷମତା ରଙ୍ଗ ଆଣିବ । ବ୍ୟବସାୟରେ ବଡ କାରବାର ଲାଗି ସ୍ୱାକ୍ଷର କରିବେ । ଚାକିରିଜୀବୀଙ୍କର ଉନ୍ନତି ହେବ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୩ ।

ସିଂହ – ପରିବାର ଲୋକଙ୍କ ସହିତ ତାଳମେଳ ବଜାୟ ରହିବ । ଅଫିସରେ ସହକର୍ମୀଙ୍କ ସହ ଯୋଗ ପାଇବେ । ସଂପର୍କୀୟମାନଙ୍କର ଘରକୁ ଆସିବା ଯିବା ଲାଗି ରହିବ । । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୫ ।

କନ୍ୟା – ବ୍ୟବସାୟରେ ବିରୋଧୀଙ୍କ ପ୍ରତି ସାବଧାନ ରହନ୍ତୁ । କୌଣସି ଗୁରୁତ୍ୱପୂର୍ଣ୍ଣ ମାମଲାରେ ବରିଷ୍ଠଙ୍କ ସହିତ କଥାବାର୍ତ୍ତା ହେବେ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୧ ।

ତୁଳା – ବେପାର ବୃତ୍ତି ସଂକ୍ରାନ୍ତରେ ପରିସ୍ଥିତି ଅନୁକୂଳ ରହିବ । ପରିବାରରେ ଆନନ୍ଦ ଉଲ୍ଲାସ ଓ ତାଳମେଳ ବଜାୟ ରହିବ । ଛାତ୍ରଙ୍କ ଉତ୍ତମ ଅବସର ମିଳିପାରେ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୨ ।

ବିଛା – କମ୍ ପରିଶ୍ରମରେ ଯଥେଷ୍ଟ ଲାଭ ପାଇବେ । ବରିଷ୍ଠ ଆପଣଙ୍କ କାମକୁ ନେଇ ଖୁସି ରହିବେ । ସୁସମ୍ବାଦ ପାଇବେ । ପ୍ରିୟ ବନ୍ଧୁଙ୍କୁ ସୁନ୍ଦର ଉପହାର ଦେଇପାରନ୍ତି । ଶୁଭ ରଙ୍ଗ ବାଦାମୀ । ଶୁଭ ଅଙ୍କ ୯ ।

ଧନୁ – ମନ ଶାନ୍ତ ରହିବ । ପରିବାର ସହିତ ଧର୍ମସ୍ଥାନକୁ ଯାତ୍ରାରେ ଯିବେ । ବ୍ୟବସାୟର ପରିଧି ବଢିବ । ଆପଣ କୌଣସି ସଂସ୍ଥାରେ ସମ୍ମାନିତ ହୋଇ ପାରନ୍ତି । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୧ ।

ମକର – କୌଣସି କଥାକୁ ନେଇ ଆପଣ ଚିନ୍ତାଗ୍ରସ୍ତ ରହିବେ । କୌଣସି କାମ ସଂପୂର୍ଣ୍ଣ କରିବାରେ ଅଧିକ ପରିଶ୍ରମ କରିବାକୁ ପଡିବ । ଆୟ ଅପେକ୍ଷା ଖର୍ଚ୍ଚ ଅଧିକ ହେବ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୩ ।

କୁମ୍ଭ  – ଆପଣଙ୍କର ସବୁ କାମ ସହଜରେ ପୂରା ହୋଇଯିବ । ଚାକିରି ପାଇଁ ଭଲ ସମୟଟିଏ, ଅଳ୍ପ କଷ୍ଟ କଲେ ଲାଭ ଉଠାଇ ପାରିବେ । ଜୀବନସାଥୀଙ୍କ ସହିତ ଆପଣଙ୍କର ସମ୍ବନ୍ଧ ସରସ ହେବ । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୯ ।

ମୀନ – ଭାଗ୍ୟ ବଦଳାଇବା ପାଇଁ ଭଲ ସମୟ । ସାମାଜିକ କାର୍ଯ୍ୟରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ । ବରିଷ୍ଠ ଓକିଲଙ୍କ ସହିତ ଆପଣଙ୍କ ବିବାଦ ସମ୍ବନ୍ଧରେ ପରାମର୍ଶ କରିବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୭ ।

   Related Posts