Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ଭାରସାମ୍ୟ ହରାଇ ବ୍ରିଜ୍ ଉପରୁ ୨୦ଫୁଟ ତଳକୁ ଖସିଲା ବାଇକ୍, ୨ ଗୁରୁତର
  • ||
  • ନୀଳଗିିରି : ବିଦ୍ୟୁତ ବିଲ୍ ବୃଦ୍ଧି ପ୍ରତିବାଦରେ ସିପିଆଇର ରାସ୍ତାରୋକ
  • ||
  • ଢେଙ୍କାନାଳ : ମାଛ ଧରିବାକୁ ଯାଇ ନଦୀରେ ବୁଡିଗଲେ ମାଛ ଧରାଳି, ଚାଲିଗଲା ଜୀବନ
  • ||
  • ଭୁବନେଶ୍ବର : ଖରା ପାଇଁ ପାନୀୟ ଜଳ ବିଭାଗର ଛୁଟି ବାତିଲ
  • ||
  • ୨ ବିଶ୍ୱବିଦ୍ୟାଳୟରେ ନୂଆ କୁଳପତି, ରାଜଭବନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ
  • ||
  • ଭୁବନେଶ୍ବର : ଡାକ୍ତରଖାନା ପାଇଁ କୋଭିଡ୍ ଗାଇଡ୍‌ଲାଇନ୍, ଆବଶ୍ୟକତା ନଥିଲେ ସଂକ୍ରମିତଙ୍କୁ ଆଡମିଶନ ମନା
  • ||
  • ସରିଲା ରାଜ୍ୟ କ୍ୟାବିନେଟ୍‌ ବୈଠକ, ୯ଟି ପ୍ରସ୍ତାବ ଉପରେ ବାଜିଲା ମୋହର
  • ||
  • ଭୁବନେଶ୍ବର : BMCର ପେଡ୍ କ୍ବାରେଣ୍ଟାଇନ୍ ବ୍ୟବସ୍ଥା, ନନ୍ ଏସି ୧୦୯୯ ଓ ଏସି ରୁମ୍ ୧୪୯୯ ଟଙ୍କା
  • ||
  • ଭୁବନେଶ୍ବର : ପିପିଲି ହିଂସା ଘଟଣା, ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେଡି
  • ||
  • କରଞ୍ଜିଆ : ବିଡିଓଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ, ବ୍ଲକ କାର୍ଯ୍ୟାଳୟରେ ତାଲା ପକାଇ ନିର୍ବାଚିତ ଜନ ପ୍ରତିନିଧିଙ୍କ ଧାରଣା ୪ର୍ଥ ଦିନରେ
  • ||

ଅକ୍ଟୋବର ୨୭ ତାରିଖ, ରବିବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

27/10/2019 at 8:05 AM

ମେଷ – ଉପରିସ୍ଥ କର୍ମଚାରୀଙ୍କ ଠାରୁ ସାହାର୍ଯ୍ୟ ମିଳିବ । ଆନନ୍ଦ-ଉଲ୍ଲାସରେ ସମୟ ବିତାଇ ପାରନ୍ତି । କୃଷିକ୍ଷେତ୍ରକୁ ତ୍ୱରାନ୍ୱିତ କରିବେ । ଯାନବାହନ ଲାଭ ହୋଇପାରେ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୯ ।

ବୃଷ – ସେବା-ପୂଜା ଆନନ୍ଦଦାୟକ ହେବ । ସୁଖ-ସମ୍ମାନ ଲାଭ କରିପାରନ୍ତି । ମାନ୍ୟତା ପ୍ରାପ୍ତ ହେବେ । ସକଳ ଗୁଣଯୁକ୍ତ, ସୁଖୀ ଓ କାବ୍ୟ ଶାସ୍ତ୍ରନୁରକ୍ତ ହୋଇପାରନ୍ତି । ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇପାରନ୍ତି । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୧ ।

ମିଥୁନ – ସ୍ୱଇଚ୍ଛାରେ କାର୍ଯ୍ୟ କରିବା କଷ୍ଟସାଧ୍ୟ ହେଲେ ବି ତାହା ସଂପୂର୍ଣ୍ଣ କରିବାରେ ସକ୍ଷମ ହେବେ । ଅଧିକ ପରିଶ୍ରମ କରି ସ୍ୱଳ୍ପ ଲାଭ ମିଳିବ । ବିବିଧ ଧନଯୁକ୍ତ ହୋଇପାରନ୍ତି । ମିତ୍ର ସୁଖ ମିଳିବ । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୫ ।

କର୍କଟ – ସୁଖୀ ଓ ସମ୍ମାନିତ ହୋଇପାରନ୍ତି । ଉତ୍ତମ ଧରଣର ହେବ । ବନ୍ଧୁ ବା ସରକାରୀ ସହାୟତାରେ ଲାଭବାନ୍ ହେବେ । ରୁଚିକର ଭୋଜନରେ ଆପ୍ୟାୟିତ ହୋଇପାରନ୍ତି । ଚିନ୍ତାଧାରା ଉନ୍ନତମାନର ହେବ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୯ ।

ସିଂହ – କାର୍ଯ୍ୟରେ ଢେର ଉନ୍ନତି ଘଟିବ । ପ୍ରତାରିତ ହୋଇପାରନ୍ତି । ସମସ୍ୟାରୁ ମୁକ୍ତି ମିଳିବ । ପାରିବାରିକ ସୁଖ- ଶାନ୍ତି ଅବ୍ୟାହତ ରହିବ । ମଉଜ ମଜଲିସରେ ଖର୍ଚ୍ଚ ପରିମାଣ ବୃଦ୍ଧି କରାଇ ପାରନ୍ତି । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୨ ।

କନ୍ୟା – ପରୋପକାର କରି ଆତ୍ମସନ୍ତୋଷ ଲାଭ କରିବେ । କରିତ୍କର୍ମା ଓ ଗୁଣବାନ୍  ହେବେ । ମନରେ ସରସତା ଆସିବ । ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରିପାରନ୍ତି । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୩ ।

ତୁଳା –ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି । କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । ଶୁଭକର୍ମରେ ନିୟୋଜିତ ହେବେ । ସରକାରୀ ସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୬ ।

ବିଛା – କାର୍ଯ୍ୟରେ ସଫଳତା ଲାଭ କରିବେ । ଦାନ-ଧର୍ମରେ ଦୀକ୍ଷିତ ହୋଇପାରନ୍ତି । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଜନୈକ ମହିଳାଙ୍କ ଦ୍ୱାରା ଉପକୃତ ହେବେ । ଦାମ୍ପତ୍ୟ ଜୀବନ କଷ୍ଟଦାୟ ରହିପାରେ । ଶୁଭ ରଙ୍ଗ ଧୂସର  । ଶୁଭ ଅଙ୍କ ୧ ।

ଧନୁ – ଉଚ୍ଚକର୍ତ୍ତୃପକ୍ଷଙ୍କ ସାହାର୍ଯ୍ୟ ମିଳିବ । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଅଯଥା ଖର୍ଚ୍ଚାନ୍ତ ହୋଇପାରନ୍ତି । ଯୁଗ୍ମ ବ୍ୟବସାୟରୁ ଲାଭଜନକ ହେବ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୮ ।

ମକର – ପିଲାଙ୍କ ପଢାପଢି ପାଇଁ ଯତ୍ନବାନ୍ ହେବେ । ବନ୍ଧୁମାନଙ୍କ ଠାରୁ ସମର୍ଥନ ଓ ସାହାର୍ଯ୍ୟ ପାଇ ଉପକୃତ ହେବେ । ବାଣିଜ୍ୟ-ବେପାର ସୁରୁଖୁରୁରେ ଚାଲିବ । ମନରେ ସେବାଭାବ ଜାଗ୍ରତ ହୋଇପାରେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୪ ।

କୁମ୍ଭ  – ପୈତୃକ ସମ୍ପତ୍ତିକୁ ନେଇ ଉପୁଜିଥିବା ଦ୍ୱନ୍ଦ୍ୱର ସୁସମାଧାନ ହେବ । ଆତ୍ମଗର୍ବ ପ୍ରଦର୍ଶନ କରିପାରନ୍ତି । ପାରିବାରିକ ଶାନ୍ତି ମିଳିବ । ପ୍ରଚୁର ବିତ୍ତର ଅଧିକାରୀ ହେବେ । ଶତ୍ରୁ ଦମନ କରିବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୩ ।

ମୀନ – ଅଜାଣତରେ କ୍ଷତି ସହିଲେ ବି ଆକସ୍ମିକ ଧନଲାଭର ସୂଚନା ମିଳୁଛି । ଚଞ୍ଚଳ ପ୍ରକୃତିର ହୋଇପାରନ୍ତି । ପତ୍ନୀଙ୍କ ସ୍ୱାସ୍ଥ୍ୟହାନି ଘଟିପାରେ । ପରାମର୍ଶଦାତା ଓ ଶାସ୍ତ୍ରଜ୍ଞାତା ହେବେ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୭ ।

   Related Posts