ଅକ୍ଟୋବର ୨୩ ତାରିଖ, ବୁଧବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | October 23, 2019 IST

ମେଷ – ଆଜି ଆପଣଙ୍କର ଅସମ୍ପୂର୍ଣ୍ଣ କାମ ସମ୍ପୂର୍ଣ୍ଣ ହେବ । ବିବାଦର ସମାଧାନ, ଅବୁଝା ବନ୍ଧୁଙ୍କୁ ବୁଝାଇ ମନେଇବାରେ ମଧ୍ୟ ସମର୍ଥ ହୋଇପାରିବେ । ମନ ଚାହୁଁଥିବା ଜିନିଷ ଲାଭ କରିବା ଦିଗରେ ଚେଷ୍ଟା ରଖନ୍ତୁ, ଆଶା ପୂରଣ ହୋଇପାରେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୧ ।

ବୃଷ – କର୍ମକ୍ଷେତ୍ରରେ ଅବହେଳା ଜନିତ ଅଟକି ରହିଥିବା କାମଗୁଡିକ ତ୍ୱରାନ୍ୱିତ କରାଇବାରେ ଚେଷ୍ଟିତ ହେବେ । ଆଶା କରୁଥିବା ଦିଗରୁ ଧନପ୍ରାପ୍ତ ହେବ ନାହିଁ । ଲେଖାପଢା ଦିଗରୁ ଉପକୃତ ହୋଇପାରିବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୩ ।

ମିଥୁନ - ଦୀର୍ଘଦିନରୁ ଚେଷ୍ଟା କରୁଥିବା ଦିଗରୁ ଅର୍ଥଲାଭ ଓ ସମ୍ମାନ ସାଙ୍ଗକୁ ବନ୍ଧୁଙ୍କ ସାନ୍ନିଧ୍ୟ ଲାଭ କରି ଖୁସି ରହିବେ । ପରିବାରର ଆବଶ୍ୟକତାକୁ ନେଇ ଔଷଧପତ୍ର ଓ ସୌଖୀନ ଦ୍ରବ୍ୟ କ୍ରୟ କରିପାରନ୍ତି । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୯ ।

କର୍କଟ – ଆଜିର ଅଫିସ କାମରେ ଭାବପ୍ରବଣତାବଶତଃ କିମ୍ବା ନିଜର କ୍ଷମତା ଅପବ୍ୟବହାରଜନିତ ବିରକ୍ତିକର କଥା କହି ଅପଦସ୍ଥ ହେବେ । ପରକଥାରେ ପ୍ରଭାବିତ ହୋଇ ଭୁଲ ମାର୍ଗ ଅନୁସରଣ କରିପାରନ୍ତି । ଶୁଭ ରଙ୍ଗ କଳା । ଶୁଭ ଅଙ୍କ ୧ ।

ସିଂହ – ଆପଣଙ୍କ କଥା ଓ କାମରେ ମେଳ ନ ରହିବା କାରଣରୁ ଆଜି ଆପଣ ଅନ୍ୟମାନଙ୍କ ସକାଶେ ଅବିଶ୍ୱାସର ପାତ୍ର ହୋଇପାରନ୍ତି । ପାରିବାରିକ ଆବଶ୍ୟକତାକୁ ନେଇ ବ୍ୟୟର ମାତ୍ରା କ୍ରମଶଃ ବୃଦ୍ଧି ପାଇବ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୪ ।

କନ୍ୟା – ଆପଣ ସାମାଜିକ ଜୀବନରେ ଅନ୍ୟାୟ ବିରୋଧରେ ସ୍ୱର ଉଠାଇ ସମସ୍ୟାକୁ ନିମନ୍ତ୍ରଣ କରିବେ । ଋଣ ଉଠାଣ, ଲଟେରି କାରବାରରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୨ ।

ତୁଳା – ପରିବାର ଭିତରେ ସମସ୍ୟା ସମାଧାନ ପାଇଁ ଚେଷ୍ଟା କରିବେ ଓ ସଫଳତା ମଧ୍ୟ ପାଇବେ । ବନ୍ଧୁମାନଙ୍କ ସହ ହସ ଖୁସିରେ ସମୟ ଅତିବାହିତ ହେବ । ସ୍ୱାସ୍ଥ୍ୟରେ ଉନ୍ନତି ଘଟିବା ସହ ନୂତନ କାର୍ଯ୍ୟରେ ମସ୍ଗୁଲ ରହିବେ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୮ ।

ବିଛା – ପାରିପାଶ୍ୱିର୍କ ପରିବେଶ ଓ ପରିସ୍ଥିତିକୁ ନେଇ ସାମାନ୍ୟ ଅସ୍ଥିରତା ସୃଷ୍ଟି ହୋଇପାରେ । ବନ୍ଧୁଙ୍କ ଆମନ୍ତ୍ରଣ କ୍ରମେ ଯାତ୍ରା କରିବାକୁ ପ୍ରସ୍ତୁତିପର୍ବରେ ଲାଗିପାରନ୍ତି । ସହନଶୀଳତା ଗୁଣର ଅଭାବ ହେତୁ ଅଶାନ୍ତିର କାରଣ ହୋଇପାରେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୭ ।

ଧନୁ – ନିଜ ଲୋକଙ୍କ ଚକ୍ଷୁ ସମସ୍ୟା ଲାଗି ଚିନ୍ତିତ ରହିବେ ।କାରବାରରେ ଶ୍ରଦ୍ଧା, ସମ୍ମାନ ଓ ଆଦରର ନ୍ୟୁନତା ଉପଲବ୍ଧି କରିବେ । କର୍ମକ୍ଷେତ୍ରରେ ଅସହଯୋଗ କାରଣଜନିତ ପ୍ରତିକୂଳ ପରିସ୍ଥିତି ଚାପ କ୍ରମଶଃ ବଢିପାରେ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୫ ।

ମକର – କର୍ମକ୍ଷେତ୍ରରେ ଉଚ୍ଚପଦାଧିକାରୀଙ୍କ ସାହାର୍ଯ୍ୟ ଲାଭ କରି ମନୋବଳ କ୍ରମଶଃ ବୃଦ୍ଧି ପାଇବ । ଅତୀତ ଘଟଣାକୁ କେନ୍ଦ୍ର କରି ବିବାଦୀୟ ପରିସ୍ଥିତି ସୃଷ୍ଟି ହେବାର ସୂଚନା ରହିଛି । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୬ ।

କୁମ୍ଭ - ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟ ଓ ସାହାସିକତାର ଭିିଭୂମିରେ କର୍ମକ୍ଷେତ୍ରରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବେ । ଆର୍ଥିକ ଦିଗଟି ଭଲ ରହିବ ଓ କୌଣସି ଜନହିତକର କାମରେ ତାହାକୁ ବିନି ଯୋଗ କରିବେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୯ ।

ମୀନ - ଆପଣଙ୍କ ଲୋକ ପ୍ରିୟତା ଓ ପ୍ରଶଂସା ଅନ୍ୟମାନଙ୍କ ପାଇଁ ବିପଦର କାରଣ ହୋଇପାରେ । ଜଣେ ବ୍ୟକ୍ତି କର୍ମକ୍ଷେତ୍ରରେ ହଠାତ୍ ଅସହଯୋଗ କରିସମସ୍ୟାର କେନ୍ଦ୍ରବିନ୍ଦୁ ପାଲଟି ଯାଇପାରନ୍ତି । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୩ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.