୧୮ ଅକ୍ଟୋବର, ଗୁରୁବାର

Published By : Prameya-News7 Bureau | October 18, 2018 IST

ମେଷ – ଧନ-ଧାନ୍ୟରେ ଭଣ୍ଡାର ପରିପୂର୍ଣ୍ଣ ହେବ । ଦୃଢ ପୌରୁଷର ଅଧିକାରୀ ହେବେ । ସୁଖ ମିଳିବ । ମିଷ୍ଟଭାଷୀ ହେବେ । ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବେ । ବୃଷ – ନିରନ୍ତର ଭାବେ ଦେବ ପୂଜାରେ ନିଜକୁ ନିୟୋଜିତ କରିପାରନ୍ତି । ଆମୋଦ ପ୍ରମୋଦରେ ଦିନଟି ଅତିବାହିତ କରିପାରନ୍ତି । ପାରିବାରିକ ସୁଖ ପ୍ରାପ୍ତ ହେବ । ମିଥୁନ - କାର୍ଯ୍ୟର ଗତି ମାନ୍ଦା ହୋଇପାରେ । ଅସୁସ୍ଥତା ଅନୁଭବ କରିପାରନ୍ତି । ମନ ବ୍ୟାକୁଳ ରହିବ । ଯୁଗ୍ମ ବ୍ୟବସାୟ ଲାଭଜନକ ହେବ । କର୍କଟ- ଧନ-ସମ୍ପଦ ପ୍ରାପ୍ତିର ସୂଚନା ମିଳୁଛି । ବିବାଦରେ ଏପରିକି ଶତ୍ରୁ ସହିତ ଲଢିବ । ପୂର୍ବରୁ ଅନ୍ୟର ସାହାର୍ଯ୍ୟ ମାଗିପାରନ୍ତି । ଆଶା ଫଳବତୀ ହେବ । ସିଂହ – ଧାର୍ମିକ ଚିନ୍ତା ଶୁଭଫଳ ଦାୟକ ହେବ । ମୌନ ବ୍ରତ ଆଚରଣ କରିବେ । ବହୁ ଉନ୍ନତିକର ଘଟଣା ଘଟିପାରେ । ହଠାତ୍ ଅର୍ଥପ୍ରାପ୍ତିର ସୂଚନା ମିଳୁଛି । କନ୍ୟା – ହଜିଥିବା ଦ୍ରବ୍ୟ ଖୋଜିଲେ ମିଳିବ । ପୌରୁଷର ପାରାକାଷ୍ଠା ପ୍ରତିପାଦନ କରିପାରନ୍ତି । ପରଧନରେ ଧନୀ ହୋଇପାରନ୍ତି । ଭାଗ୍ୟବାନ ହେବେ । ତୁଳା – ଶ୍ରେଷ୍ଠ କର୍ମଯୁକ୍ତ ହୋଇପାରନ୍ତି । ରାଜପୂଜା ପାଇବାର ସୂଚନା ମିଳୁଛି । ଶାସ୍ତ୍ରଜ୍ଞ ହେବେ । ଧନବାନ ହେବା ଆଶା କରାଯାଏ । ବିଛା – ସ୍ୱକର୍ମ ଜନିତ ଅର୍ଜିତ ଅର୍ଥ ପାଇବାକୁ ଅପେକ୍ଷା କରିବାକୁ ପଡିବ । ପାରିବାରିକ ସୁଖ-ଶାନ୍ତି ମିଳିବ । ବସ୍ତ୍ର-ଭୂଷଣ ଲାଭ ହୋଇପାରେ । ଧନୁ – ଯୋଗା-ଯୋଗ ଫଳଦାୟକ ହେବ । କାର୍ଯ୍ୟ କ୍ଷେତ୍ରରେ ନିରୁତ୍ସାହ ଦେଖା ଦେଇପାରେ । ଖର୍ଚ୍ଚାନ୍ତ ହେବାର ସୂଚନା ମିଳୁଛି । ମିଷ୍ଟଭାଷୀ ହେବେ । ମକର – ବ୍ୟବସାୟ ଲାଭଜନକ ହେବ । ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି । କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ । ଉପାର୍ଜନ ଉଣା ହେବ ନାହିଁ । କୁମ୍ଭ - ଦ୍ରବ୍ୟ ଲାଭର ସୂଚନା ମିଳୁଛି । ନାନା ସୁଖର ଅଧିକାରୀ ହେବେ । ବିଶାଳ ଯଶ ଅର୍ଜନ କରି ଆତ୍ମତୃପ୍ତି ଲାଭ କରିପାରନ୍ତି । ଶତ୍ରୁମାନଙ୍କ ଉପରେ ବିଜୟ ହାସଲ କରିପାରନ୍ତି । ମୀନ - ଯୋଗାଯୋଗରେ ସଫଳତା ଲାଭ କରିବେ । ଶ୍ରମର ମୂଲ୍ୟାଙ୍କନ ହେବ । କର୍ମ ତତ୍ପରତା ପ୍ରକାଶ ପାଇବ । ଗୁରୁ, ଗୁରୁଜନମାନଙ୍କ ନିକଟରେ ବିନୟାବନତ ହୋଇପାରନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.