ଅକ୍ଟୋବର ୨୨ ତାରିଖ, ମଙ୍ଗଳବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | October 22, 2019 IST

ମେଷ – ଦିନଟି ଆପଣଙ୍କ ଲାଗି ଅନୁକୁଳ ରହିବ । ଅଚାନକ ଧନଲାଭର ଅବସର ପ୍ରାପ୍ତ ହେବ । ଆପଣଙ୍କ ଉନ୍ନତିର ନୂଆ ରାସ୍ତା ଖୋଲିବ । ବନ୍ଧୁଙ୍କ ସହିତ ପୂର୍ବ ଅପେକ୍ଷା ସମ୍ବନ୍ଧ ମଧୁର ହେବ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୪ ।

ବୃଷ – କୌଣସି ଖାସ୍ କାମରେ ଆପଣଙ୍କୁ ଫାଇଦା ହେବ । ଅଫିସରେ ସମସ୍ତଙ୍କ ସହିତ ଉତ୍ତମ ସଂପର୍କ ବଜାୟ ରହିବ । ବ୍ୟବସାୟ ଦିନଟି ଭଲ । ଅନ୍ତରଂଗ ବନ୍ଧୁଙ୍କଠାରୁ ଉପହାର ପାଇବେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୬ ।

ମିଥୁନ - ପାରିବାରିକ ମାମଲାରେ ଏଣେତେଣେ ଦୌଡିବାକୁ ପଡିବ । କୌଣସି କଥାକୁ ନେଇ ଭାଇଙ୍କ ସହିତ ମତଭେଦ ହେବ । ବ୍ୟବସାୟରୁ ଆଶାଠୁଁ କମ୍ ଲାଭ ପାଇବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୩ ।

କର୍କଟ – ଆପଣଙ୍କର ବଡରୁ ବଡ କାମ ହୋଇଯିବ । ଆର୍ଥିକ ସ୍ଥିତିରେ ଯଥେଷ୍ଟ ସୁଧାର ହେବ । ପାରିବାରିକ ସମ୍ବନ୍ଧ ମଜଭୁତ ହେବ । ଛାତ୍ରଙ୍କୁ ପରିଶ୍ରମର ଭଲ ଫଳ ମିଳିବ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୧ ।

ସିଂହ – ଦିନଟି ଖୁସି ଭରା ରହିବ । ବ୍ୟବସାୟରେ ପରିବର୍ତ୍ତନ ଯୋଗୁଁ ଆପଣଙ୍କ ଭାଗ୍ୟ ଉଜ୍ଜ୍ୱଳ ହେବ । ସମାଜରେ ଆପଣଙ୍କ କାମର ପ୍ରଶଂସା ପାଇବେ । ଜୀବନସାଥୀ ଆପଣଙ୍କ କଥାରେ ପ୍ରଭାବିତ ହେବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୫ ।

କନ୍ୟା – ପୂଜାପାଠରେ ଅଧିକ ସମୟ ବ୍ୟୟ କରିବେ । କୌଣସି ଶୁଭ ସୂଚନା ମିଳିବା ହେତୁ ଖୁସି ରହିବେ । ଆପଣ ନିଜ କାମରେ ସମସ୍ତଙ୍କୁ ଚକିତ କରିଦେବେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୭ ।

ତୁଳା – ନିଜର ଉର୍ଜାକୁ ଭଲ କାମରେ ସଂଶ୍ଳିଷ୍ଟ କରିବେ । ସାମାଜିକ କାର୍ଯ୍ୟରେ ଅଧିକ ସମୟ ବ୍ୟୟ କରିବେ । ବରିଷ୍ଠଙ୍କ ସହଯୋଗରେ ଆପଣଙ୍କ କାମ ସଂପୂର୍ଣ୍ଣ ହେବ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୨ ।

ବିଛା – ଦିନଟି ବଢିଆ ରହିବ । କୌଣସି ଅନୁଭବି ବ୍ୟକ୍ତିଙ୍କ ସାହାର୍ଯ୍ୟ ମିଳିବାର ସମ୍ଭାବନା ରହିଛି । କାରବାରରେ କୌଣସି ସଉଦା ହେବ । ଜୀବନସାଥୀଙ୍କ ଠାରୁ ଉପହାର ପାଇବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୪ ।

ଧନୁ – ଆପଣଙ୍କ ଉର୍ଜା ସହଯୋଗୀଙ୍କୁ ପ୍ରଭାବିତ କରିବ । ବ୍ୟବସାୟରୁ ଆଶାଠୁଁ ଅଧିକ ଲାଭ ପାଇବେ । ଚାକିରି ତଲାସରେ ଥିବା ବ୍ୟକ୍ତି ବିଶେଷଙ୍କୁ ବଢିଆ ଚାକିରି ମିଳିବ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୮ ।

ମକର – ପରିବାର ସହିତ ହସଖୁସିର ମୁହୂର୍ତ୍ତ ବିତେଇବେ । ବ୍ୟବସାୟ ପାଇଁ ଭଲ ସୁଯୋଗ ମିଳିବ । ଆପଣଙ୍କର ଆର୍ଥିକ ସ୍ଥିତି ଠିକ୍ ଠାକ୍ ରହିବ । ପ୍ରେମ ଓ ରୋମାନ୍ସ ପାଇଁ ଦିନଟି ଭଲ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୧ ।

କୁମ୍ଭ - ଭାଗ୍ୟ ଆପଣଙ୍କ ସାଙ୍ଗରେ ରହିବ । ବନ୍ଧୁଙ୍କ ମାଧ୍ୟମରେ କୌଣସି ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ପୂରା ହେବ । ଆର୍ଥିକ ସମସ୍ୟାରୁ ମୁକ୍ତି ପାଇବେ । କୌଣସି ନିର୍ମାଣ କାର୍ଯ୍ୟ ଲାଗି ଯୋଜନା କରିବେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୯ ।

ମୀନ - ଆଜି ଆପଣଙ୍କ ଭିତରେ ଆତ୍ମବିଶ୍ୱାସର ଝଲକ ଦେଖା ଦେବ । ଯେଉଁ କାମ ହାତକୁ ନେବେ ପୂରା ମନରେ କରିବେ । ବ୍ୟବସାୟରୁ ଅଚାନକ ଧନଲାଭ ହେବ । କୌଣସି ମିତ୍ର ଆପଣଙ୍କୁ ଦେଖା କରିବାକୁ ଆସିବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୬ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.