ଅକ୍ଟୋବର ୨୧ ତାରିଖ, ସୋମବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | October 21, 2019 IST

ମେଷ – ଦିନଟି ଆପଣଙ୍କ ଲାଗି ବଢିଆ ରହିବ । ବ୍ୟବସାୟରେ କିଛି ଲୋକଙ୍କ ଠାରୁ ସାହାର୍ଯ୍ୟ ମିଳିବ । ଆର୍ଥିକ ସ୍ଥିତିରେ ପ୍ରଗତି ହେବ । ପ୍ରିୟ ବନ୍ଧୁଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୭ ।

ବୃଷ – ଆପଣ ନିଜକୁ ଉର୍ଜାବାନ୍ ଅନୁଭବ କରିବେ । ଆପଣଙ୍କର କୌଣସି ଖାସ୍ ବ୍ୟକ୍ତିଙ୍କ ସହିତ ସାକ୍ଷାତ୍ ଆଲୋଚନା ହେବ । ବ୍ୟବସାୟରେ ନୂଆ ନୀତି ପ୍ରୟୋଗ କରିବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୩ ।

ମିଥୁନ - ଆପଣଙ୍କର ଭଲ ବ୍ୟବହାରରେ ଆଖପାଖର ଲୋକେ ଖୁସି ରହିବେ । ବ୍ୟବସାୟରେ ସୁଧାର ଆଣିବେ । ବହୁମୂଲ୍ୟ ବସ୍ତୁ କିଣି ପାରନ୍ତି । ପତିପତ୍ନୀଙ୍କ ମଧ୍ୟରେ ପ୍ରେମ ଭାବ ବୃଦ୍ଧି ହେବ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୮ ।

କର୍କଟ – ବେପାରୀଙ୍କ ଲାଗି ଭଲ ଦିନଟିଏ । ଭାବିଥିବା କାମ ଅଚାନକ ପୂରା ହୋଇଯିବ । ଆପଣଙ୍କୁ ନୂଆ ଲୋକଙ୍କ ସହିତ ମିଶିବାର ସୁଯୋଗ ମିଳିବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୯ ।

ସିଂହ – ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ । କମ୍ ପରିଶ୍ରମରେ ଯଥେଷ୍ଟ ଲାଭ ମିଳିବ । ଆପଣଙ୍କର ପ୍ରାର୍ଥନାକୁ ଉଚ୍ଚ ଅଧିକାରୀ ଗୁରୁତ୍ୱର ସହିତ ବିଚାର କରିବେ । ପାରିବାରୀକ ଜୀବନ ସୁଖମୟ ହେବ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୨ ।

କନ୍ୟା – ମନ୍ଦିରକୁ ଠାକୁର ଦର୍ଶନ ଲାଗି ଯିବେ । ସନ୍ତାନଙ୍କ ଠାରୁ ଆପଣଙ୍କୁ ଖୁସି ଖବର ମିଳିବ । ବ୍ୟବସାୟରେ ଲାଭପ୍ରଦ ଚୁକ୍ତିପତ୍ର ହେବାର ସମ୍ଭାବନା ରହିଛି । ପାରିବାରିକ ଜୀବନ ଶାନ୍ତିମୟ ହେବ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୩ ।

ତୁଳା – ରାଜନୀତିରେ ସାମାଜିକ କାର୍ଯ୍ୟ କରିବାର ସୌଭାଗ୍ୟ ପ୍ରାପ୍ତ ହେବ । ଚାକିରିରେ ବିଶୃଙ୍ଖଳା ଦେଖା ଦେବ । ଜମିର ଦଲିଲ ଭଲ ଭାବେ ପଢି ଦସ୍ତଖତ କରନ୍ତୁ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୭ ।

ବିଛା – ଦିନଟି ଆପଣଙ୍କ ଲାଗି ଖୁସି ଭରା ରହିବ । ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢିପାରେ । ଜୀବନରେ ଉନ୍ନତିର ନୂଆ ରାସ୍ତା ଖୋଲିବ । ବୈବାହିକ ଜୀବନରେ ମନର ଆବେଗ ସମାପ୍ତ ହେବ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୧ ।

ଧନୁ – ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ । କୌଣସି ଶୁଭ ସମାଚାର ପାଇବେ । ଶତ୍ରୁଙ୍କୁ ପରାସ୍ତ କରିବେ । ଚାକିରିଜୀବୀଙ୍କୁ ନୂଆ ପରିଯୋଜନା ମିଳିପାରେ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୬ ।

ମକର – ଜୀବନସାଥୀଙ୍କ ସମର୍ଥନ ଓ ପ୍ରେମ ପାଇବେ । ଉତ୍ସାହର ସହିତ ସବୁ କାମ କରିବେ । ବିଭିନ୍ନ ଲୋକଙ୍କ ସହିତ ମିଶିବେ । ବ୍ୟବସାୟରୁ ଅଚାନକ ଧନଲାଭ ହେବ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୯ ।

କୁମ୍ଭ - ଆପଣଙ୍କ ଧ୍ୟାନ ଆଧ୍ୟାତ୍ମିକ କାର୍ଯ୍ୟରେ ଲାଗି ରହିବ । ନୂଆ କାମ କରିବାକୁ ଉତ୍ସୁକ ଥିଲେ ବଡଙ୍କ ପରାମର୍ଶ ନେଇ କରନ୍ତୁ । ପଇସା ନେଣଦେଣରେ ସାବଧାନତା ଅବଲମ୍ବନ କରନ୍ତୁ । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୫ ।

ମୀନ - ଆପଣଙ୍କୁ ଉନ୍ନତିର ନୂଆ ସାଧନ ମିଳିବ । ଘରେ ଛୋଟିଆ ସମାରୋହ ଆୟୋଜନ ହୋଇପାରେ । ଅଫିସରେ ର୍କୃତ୍ୱ ବଢିବ । ଛାତ୍ରଙ୍କୁ ଅତିଶୀଘ୍ର ସଫଳତା ମିଳିବ । ପ୍ରେମରେ ସଫଳ ହେବେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୨ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.