ଅକ୍ଟୋବର ୧୯ ତାରିଖ, ଶନିବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | October 19, 2019 IST

ମେଷ – ଦିନଟି ଖୁସି ଭରା ରହିବ । କ୍ୟାରିୟର ସଂକ୍ରାନ୍ତରେ କିଛି ଭଲ ହୋଇପାରେ । ବେପାରୀ ବର୍ଗଙ୍କୁ ଅଚାନକ ଧନଲାଭ ହେବ । ସଂପର୍କୀୟମାନଙ୍କର ଘରକୁ ଆସିବା-ଯିବା ଲାଗି ରହିବ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୭ ।

ବୃଷ – ପରିବାରର ପୂର୍ଣ୍ଣ ସ୍ନେହ ଓ ସହଯୋଗ ପାଇବେ । କ୍ୟାରିୟର ସଂକ୍ରାନ୍ତରେ କୌଣସି ବଡ ସଫଳତା ପାଇବେ । ଯଦି ଆପଣ କାହାକୁ ପସନ୍ଦ କରୁଛନ୍ତି, ତାଙ୍କୁ ମନ କଥା କହିବା ପାଇଁ ଦିନଟି ଭଲ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୫ ।

ମିଥୁନ - ଅଫିସରେ ଦିଆଯାଇଥିବା କାମ ସହଜରେ ସଂପୂର୍ଣ୍ଣ କରିନେବେ । କୌଣସି ଶୁଭ ଖବର ମିଳିବ । ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିବିଶେଷଙ୍କ ଦଳରେ ପ୍ରାଧାନ୍ୟ ବୃଦ୍ଧି ହେବ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୭ ।

କର୍କଟ – ବ୍ୟବସାୟ ଓ ଚାକିରି ସଂପର୍କିତ କାମ ସଂପୂର୍ଣ୍ଣ ହେବ । ଆର୍ଥିକ ସ୍ଥିତି ଠିକ୍ ରହିବ । ଲେଖକଙ୍କୁ ଆଜି ପୁରସ୍କାର ମିଳିପାରେ । ଜୀବନସାଥୀଙ୍କ ସହିତ ବାହାରକୁ ବୁଲିଯିବା ଲାଗି ଯୋଜନା କରିବେ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୧ ।

ସିଂହ – ପ୍ରଭୁଙ୍କ ପୂଜାର୍ଚ୍ଚନାରେ ଆତ୍ମସନ୍ତୋଷ ମିଳିବ । ଗୁରୁଜନଙ୍କ ପ୍ରତି ମନରେ ପ୍ରେମ ଭାବ ରହିବ । ଆପଣଙ୍କୁ କୌଣସି ସଂସ୍ଥାରେ ସମ୍ମାନିତ କରାଯାଇପାରେ । ଅଫିସରେ ସହକର୍ମୀଙ୍କ ପୂରା ସହ ଯୋଗ ପାଇବେ । ଶୁଭ ରଙ୍ଗ ଗାଢ ନୀଳ । ଶୁଭ ଅଙ୍କ ୨ ।

କନ୍ୟା – ନିଜ ଉପରେ ବିଶ୍ୱାସ ରଖନ୍ତୁ । କୌଣସି ଜରୁରୀ କାମ ଜୀବନସାଥୀଙ୍କ ପରାମର୍ଶ ନେଇ କରନ୍ତୁ, ଭଲ ଫଳାଫଳ ମିଳିବ । ପିଲାମାନେ ଲେଖାପଢାରେ ମନ ଯୋଗ ଦିଅନ୍ତୁ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୪ ।

ତୁଳା – ସାରକାରୀ ଚାକିରିଆଙ୍କ ଲାଗି ଦିନଟି ଉମ ରହିବ । ବରିଷ୍ଠ ଆପଣଙ୍କୁ ଉପହାର ଦେବେ । ବ୍ୟବସାୟ ବିସ୍ତାର ଲାଗି ଯୋଜନା କରିପାରନ୍ତି । ପ୍ରେମୀ ଯୁଗଳ ଲାଗି ଦିନଟି ବଢିଆ ରହିବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୯ ।

ବିଛା –ନେଣଦେଣରେ ବଡଙ୍କ ଅନୁମତି ଲାଭପ୍ରଦ ରହିବ । ନିଜସ୍ୱ ସମ୍ବନ୍ଧକୁ ମଜଭୁତ କରିବା ଲାଗି ଚେଷ୍ଟା କରିବେ । ଅଧିକାରୀଙ୍କ ସହିତ ବିଶେଷ ସଂକ୍ରାନ୍ତରେ ଆଲୋଚନା କରିବେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୯ ।

ଧନୁ – ଆପଣଙ୍କ ଜୀବନରେ ନୂଆ ପରିର୍ବନ ହୋଇପାରେ । ପାଇସା ସହିତ ସଂଶ୍ଳିଷ୍ଟ କୌଣସି ମାମଲାର ସମାଧାନ ହୋଇଯିବ । ପାରିବାରିକ ଜୀବନ ସୁଖମୟ ହେବ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୨ ।

ମକର – ଆଜି ଆପଣଙ୍କ ସହିତ ଭଲ ହିଁ ଭଲ ହେବ । ପରିବାରରେ ଲାଗି ରହିଥିବା ସମସ୍ୟାର ସମାଧାନ କରିବାରେ ସଫଳ ହେବେ । ଆପଣଙ୍କୁ କୌଣସି ନିକଟ ମିତ୍ର ଦେଖା କରିବାକୁ ଆସିପାରନ୍ତି । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୧ ।

କୁମ୍ଭ - ଆଜି ଆପଣଙ୍କ ଜୀବନ ମହ୍ୱପୂର୍ଣ୍ଣ ମୋଡ ନେବ । ଆପଣଙ୍କ ନିକଟକୁ ନୂଆ ଦାୟିତ୍ୱ ଆସିବ । ବ୍ୟବସାୟରୁ ଆଶାଠୁଁ ଅଧିକ ଲାଭ ପାଇବେ । ବରିଷ୍ଠ ଲୋକଙ୍କର ନିଜ ପିଲା ଦିନର ସାଙ୍ଗଙ୍କ ସହ ସାକ୍ଷାତ ହୋଇପାରେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୪ ।

ମୀନ - ଆପଣଙ୍କୁ ଭାଗ୍ୟର ସଂପୂର୍ଣ୍ଣ ସହ ଯୋଗ ମିଳିବ । ଲୋକ ଆପଣଙ୍କ କଥାକୁ ପୂରା ଧ୍ୟାନ ଦେବେ । ଯୌଥ କାରବାରରୁ ଯଥେଷ୍ଟ ଲାଭ ପାଇବେ । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୬ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.